Posted inଖେଳ

ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ପାଣ୍ଡ୍ୟା

କଲମ୍ବୋ,୨୬।୭: ଶ୍ରୀଲଙ୍କା ଗସ୍ତରେ ଭାରତ ତାର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଭାରତ। ପ୍ରଥମ ଟି -୨୦ରେ ୩୮ ରନ୍‌ରେ ଆୟୋଜକଙ୍କୁ ପରାସ୍ତ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ଟି -୨୦ ସିରିଜରେ ବିଜୟ ସହ ଆରମ୍ଭ କରିଥିଲା। ତେବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି -୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହୁଏତ କିଛି ବିଶେଷ ପ୍ରଦର୍ଶନ କରିପାରିନାହାଁନ୍ତି, କିନ୍ତୁ ସେ ଚର୍ଚ୍ଚାରେ ରହିଛନ୍ତି।
ମ୍ୟାଚ୍‌ ପୂର୍ବରୁ ପାଣ୍ଡ୍ୟା ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଗାନ କରୁଥିବା ଦେଖିବାକୁ ମିଳିଥିଲା। ମ୍ୟାଚ ଆରମ୍ଭ ପୂର୍ବରୁ ଉଭୟ ଦଳର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏଭଳି ପରିସ୍ଥିତିରେ ଯେତେବେଳେ ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା, ସେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଗାନ କରୁଥିଲେ। ପ୍ରଶଂସକମାନେ ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଗାନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆରେ କିଛି ଭିଡିଓ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ ଏହାକୁ ପ୍ରଶଂସା କରୁଛନ୍ତି। ଏହା କ୍ୱଚିତ୍‌ ଦେଖାଯାଏ, ଯେତେବେଳେ ଜଣେ ଖେଳାଳି ବିପକ୍ଷ ଦେଶ ଦଳର ଜାତୀୟ ସଙ୍ଗୀତ ଗାନ କରନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୀପ୍‌ ଗ୍ରେସ୍‌ ଖେଳିଲେ ୨୦୦ତମ ମ୍ୟାଚ

ନୂଆଦିଲ୍ଲୀ, ୩।୧୦- ଭାରତୀୟ ମହିଳା ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ନିଜ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି।...

ପର୍ତ୍ତୁଗାଲ ପାଇଁ ୧୦୦ତମ ଗୋଲ ସ୍କୋର କଲେ ରୋନାଲ୍ଡୋ

ଷ୍ଟକହାମ,୧୦।୯(ଏପି): ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି। ସେ ନିଜ ଦେଶ ପାଇଁ ୧୦୦ତମ ଅନ୍ତର୍ଜାତୀୟ ଗୋଲ ସ୍କୋର...

ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟ୍‌କା। ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଏବେ କରୋନା...

ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ ପାଲଟିଛି ଦିଲ୍ଲୀ

ନୂଆଦିଲ୍ଲୀ,୨।୫ : ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମ ଏବେ ପାଲଟିଛି ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ। ଶନିବାର ଭଳି ରବିବାର ମଧ୍ୟ ଏଠାରେ ଦେଖିବାକୁ ମିଳିଛି ବ୍ୟାଟ୍ସମ୍ୟାନଙ୍କ...

କୋହଲିଙ୍କୁ ସମ୍ମାନ କରେ, ଡରେନି : ନସିମ

ନୂଆଦିଲ୍ଲୀ,୧।୬: ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେଉଛନ୍ତି। ପାକିସ୍ତାନ ଯୁବ ଦ୍ରୁତ ବୋଲର କୋହଲିଙ୍କୁ ବୋଲିଂ କରିବା...

୧୧ରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ

ଲଣ୍ଡନ,୪।୭(ପି.ଟି.): ଆସନ୍ତା ୧୧ ତାରିଖରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ପ୍ରଧନମନ୍ତ୍ରୀ ବୋରିସ...

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲର କ୍ରମାଗତ ଦ୍ୱିତୀୟ ବିଜୟ

ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ୪-୦ ଗୋଲରେ ପେରୁକୁ ହରାଇଛି।...

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌; କୋହଲି- ରାହୁଲଙ୍କୁ ନେଇ ପୂର୍ବ କ୍ରିକେଟର କହିଲେ…

ନୂଆଦିଲ୍ଲୀ,୨୧।୧: ଅନେକ ଥର ଭାରତୀୟ କ୍ରିକେଟ ଦଳ ଦୁଇ ଭାଗ ହୋଇଥିବା ନେଇ ଚର୍ଚ୍ଚା ହୋଇଆସିଛି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଏଭଳି...

Advertisement
Archives

Model This Week