ସର୍ପ ଦଂଶନରେ ଚାଲିଗଲା ବର୍ଷୀୟାନ ସଂଗଠକଙ୍କ ଜୀବନ: ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି କହିଲେ…

 

ପାଟଣା ୨୮।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷା ଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ବେଜ (୮୫) ଙ୍କ ସୋମବାର ବିଳମ୍ବିତ ରାତ୍ରରେ ସର୍ପ ଦଂଶନରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ଅବସର ପରେ ସେ ନିଜକୁ ବହୁବିଦ୍ଧ ସାମାଜିକ କଲ୍ୟାଣରେ ନିୟୋଜିତ କରିଥିଲେ। ସେ ଜଣେ ଦକ୍ଷ ସଂଗଠକ ଥିଲେ। ତାଙ୍କ ଉଦ୍ୟମରେ ମଲ୍ଲିପୋଷି ହାଇସ୍କୁଲ , ବ୍ୟାଙ୍କପ୍ରତିଷ୍ଠା,ଲକ୍ଷ୍ମୀ ପୂଜା, ନାମ ଯଜ୍ଞ, ପାଟଣାରେ ଶିକ୍ଷକ ସଂଘ ଭବନ ନିର୍ମାଣ ଆଦି ବହୁ ମୁଖୀ ଉନ୍ନୟନ କାର୍ଯ୍ୟ ସମ୍ଭବ ହୋଇଥିଲା। ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଶିକ୍ଷାବିତ ପାର୍ଥ ସାରଥୀ ଉପସ୍ଥିତ ଅଛନ୍ତି। ମଲ୍ଲି ପୋଷି ଗାଁ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ସଂପନ୍ନ ହେବ ବୋଲି ପୁଅ ପାର୍ଥ ସୂଚନା ଦେଇଛନ୍ତି।
ତାଙ୍କ ଦେହାନ୍ତରେ ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କହିଛନ୍ତି । ତାଙ୍କ ଦେହାନ୍ତରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ,ନିଖିଳ ଉତ୍କଳ ଜିଲା ଶିକ୍ଷକ ସଂଘ ସଂପାଦକ କମଳା କାନ୍ତ ପତି, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ବିଶନାଥ ନାୟକ,ସାମାଜିକ କର୍ମୀ ଅଜୟ କୁମାର୍‌ ଦାଶ , ସନାତନ ଦାଶ, ଅରୁଣ କୁମାର ମିଶ୍ର,ପାଟଣା ସୁରକ୍ଷା ମଞ୍ଚ ଆବାହକ ବିଜୟ ରତ୍ନ ପତି, ମୂଷା ଖିରୀ ସରପଞ୍ଚ ଭାମା ମଣି ଦାସ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ,ଅରୁଣ କୁମାର ବେଜ, ଅନାଦୀ ମହାନ୍ତ, ସୁରେଶ ଚନ୍ଦ୍ର ନାୟକ, ସମବାୟବିତ୍‌ ଦିନ ବନ୍ଧୁ ମିଶ୍ର , ଶିଳ୍ପପତି ବିବେକା ନନ୍ଦ ଦାଶ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଭାରୋତ୍ତଳନ ପ୍ରତିଯୋଗିତାରେ ଚମକିଲେ ଭଞ୍ଜନଗରର ଶିବା: ଜିତିଲେ ସ୍ବର୍ଣ୍ଣ

ଭଞ୍ଜନଗର, ୨୮।୭ (ବାବୁଲା ପ୍ରଧାନ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୨ୟ ଓଡ଼ିଶା ଭାରୋତ୍ତଳନ ପ୍ରତିଯୋଗିତାରେ ଭଞ୍ଜନଗରର ଉଦୀୟମାନ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ…

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ଅଭିଯୁକ୍ତ ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୋଲିସ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କଲେଜ ରୋଡ଼ ନାକାଛକ ନିକଟରେ ବିଚ ରାସ୍ତା ଉପରେ ଜଣେ ଯୁବତୀ(ଛାତ୍ରୀ)ଙ୍କୁ ଅସଦାଚରଣ ପ୍ରଦର୍ଶନ ଘଟଣାର ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ…

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା: ପ୍ରଭାବିତ ହେବ ଏ ସବୁ ଅଞ୍ଚଳ, ସୂଚନା ଦେଲେ…

ଭୁବନେଶ୍ୱର, ୨୮।୭: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ବାଦଲ ଫଟା ବର୍ଷା ହୋଇଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଜନଜୀବନ…

ପରିବାର ନିୟୋଜନ ଅସ୍ତ୍ରୋପଚାର ବାଟବଣା: ଅସ୍ତ୍ରୋପଚାର ତ୍ରୁଟିରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ):ଛୋଟ ପରିବାର, ସୁଖୀ ପରିବାର। ଏହି ଶ୍ଲୋଗାନ ଦେଇ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି ଅସ୍ତ୍ରୋପଚାର କେବଳ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ…

ଥରହର… ୭.୧ ତୀବ୍ରତାର ଭୂକମ୍ପ ଝଟକା, ସୁନାମି ଆଲର୍ଟ ଜାରି

ଟୋକିଓ,୨୮।୭: ଜାପାନର କ୍ୟୁଶୁ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରହିଥିବା ବେଳେ ୩.୨୮ ଫୁଟ ଉଚ୍ଚତା ପର୍ଯ୍ୟନ୍ତ…

ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା; ଦାୟିତ୍ୱ ନେବେ ନନ୍ଦିତା ସିହ୍ନା

ନୂଆଦିଲ୍ଲୀ,୨୮।୭: ସ୍ବିଗି ଇନଷ୍ଟାମାର୍ଟରେ ଏକ ବଡ଼ ପରିବର୍ତ୍ତନ ଆସିଛି। କମ୍ପାନୀର ସିଇଓ ଅମିତେଶ କୁମାର ଝା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ, ନନ୍ଦିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri