୨୦୨୦ରେ ଆତ୍ମହତ୍ୟା କରିଛନ୍ତି ଏହି ୫ ପ୍ରସିଦ୍ଧ କଳାକାର

୨୦୨୦ ମସିହା ଶେଷ ହେବାକୁ ବସିଲାଣି। ବର୍ଷର ଶେଷ ଅର୍ଥାତ୍‌ ଡିସେମ୍ବର ଆରମ୍ଭ ହୋଇଯାଇଛି। ମହାମାରୀ କରୋନା ଯୋଗୁ ଏହି ବର୍ଷ କାହାପାଇଁ ଭଲ ରହିନାହିଁ। ସମସ୍ତେ କରୋନା ଭୟରେ ଜୀବନ ବିତାଉଛନ୍ତି। ଚଳିତବର୍ଷ ସାଧାରଣ ଲୋକଙ୍କଠାରୁ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସବୁଠାରୁ ଖରାପ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଟିଭି ଇଣ୍ଡଷ୍ଟ୍ରି ଏହି ବର୍ଷ ଅନେକ କଳାକାରଙ୍କୁ ହରାଇଛି। କିଏ ଆତ୍ମହତ୍ୟା କରିଛନ୍ତି ତ ଆଉ କାହାର କରୋନାରେ ମୃତ୍ୟୁ ଘଟିଛି। ଜାଣିବା ସେହିସବୁ କଳାକାରଙ୍କ ବିଷୟରେ…

ମନମିତ ଗ୍ରଓ୍ବୋଲ: ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଆଦସ ସେ ମଜବୁର’ କଳାକାର ମନମିତ ଗ୍ରଓ୍ବୋଲ ମାତ୍ର ୩୨ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ। ଗତ ମେ’ ୧୫ ତାରିଖରେ ସେ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ଡିପ୍ରେସନ ଯୋଗୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।


ପ୍ରେକ୍ଷା ମେହତା: ଟିଭି ଶୋ’ ‘କ୍ରାଇମ୍‌ ପେଟ୍ରୋଲ’, ‘ଲାଲ ଇଶ୍କ’ ଏବଂ ‘ମେରି ଦୁର୍ଗା’ରେ କାମ କରିସାରିଥିବା ଅଭିନେତ୍ରୀ ପ୍ରେକ୍ଷା ମେହତା ମେ’ ୨୫ ତାରିଖରେ ଇନ୍ଦୋରସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

କୁଶଲ ପଞ୍ଜାବୀ: ଟିଭି ଏବଂ ଫିଲ୍ମ କଳାକାର କୁଶଲ ପଞ୍ଜାବୀ ଗତବର୍ଷ ଶେଷ ଦିନରେ ଆତ୍ମହତ୍ୟା କରିଥିଲେ। ୩୭ ବର୍ଷୀୟ କୁଶଲ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି କୁଶଲ ସେଥିଲେ ଉଲ୍ଲେଖ କରିଥିଲେ। ଶେଷଥର ପାଇଁ ତାଙ୍କୁ ‘ଇଶ୍କ ମେଁ ମରଜାଓ୍ବା’ରେ ଦେଖିବାକୁ ମିଳିଥିଲା।

ସେଜଲ ଶର୍ମା: ଟିଭି ଶୋ ‘ଦିଲ୍‌ ତୋ ହାପି ହୈ ଜି’ ଫେମ୍‌ ଅଭିନେତ୍ରୀ ସେଜଲ ଶର୍ମା ଚଳିତ ବର୍ଷ ଜାନୁୟାରୀରେ ଆତ୍ମହତ୍ୟା କରିଥିଲେ। ତେବେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ରହସ୍ୟାବୃତ ହୋଇ ରହିଛି।

ସମୀର ଶର୍ମା: ଟିଭି ଶୋ’ ‘କାହାନୀ ଘର ଘର କି’ ଫେମ୍‌ ସମୀର ଶର୍ମା ଗତ ଅଗଷ୍ଟ ୬ରେ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହ ଜବତ ହେବାର ୨ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri