ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶିରିନ୍‌ ସଓ୍ବୋନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାମାରୀ କରୋନା ଯୋଗୁ ସେ ଉଦୟନ ସଚାନଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ଏହି ବାବହରେ ଉଭୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବିବାହ ପରେ ଶିରିନ୍‌ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, କରୋନା ଯୋଗୁ ମୁଁ କେବଳ କୋର୍ଟ ମ୍ୟାରେଜ କରିଛି। ପରିସ୍ଥିତି ସୁଧୁରିବା ପରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ପାର୍ଟି ରଖାଯିବ ବୋଲି ସେ ଲେଖିଛନ୍ତି।
ଆହୁରି ମଧ୍ୟ ସେ ଲେଖିଛନ୍ତି, ମୁଁ ବହୁତ ଖୁସି ଯେ, ଜଣେ ଭଲ ବ୍ୟକ୍ତିଙ୍କୁ ବିବାହ କରିଛି। ନୂତନ ଜୀବନ ଆରମ୍ଭ କରିବାକୁ ଯାଉଥିବାରୁ ଆମେ ବହୁତ ଉତ୍ସାହିତ ଅଛୁ।
ପେଶାରେ ଉଦୟନ ଜଣେ ବିମାନ କ୍ୟାପ୍‌ଟେନ୍‌। ସେହିପରି ଶିରିନ୍‌ ଜଣେ ଅଭିନେତ୍ରୀ। ଶିରିନ୍‌ ଅନେକ ବର୍ଷ ହେବ ହିଟ୍‌ ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

‘ଏନ୍‌ଇଇଟି’ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି

ନୂଆଦିଲ୍ଲୀ,୨୧।୮(ପି.ଟି.): ଚଳିତବର୍ଷ ଜୁଲାଇ ୨୦ରେ ହୋଇଥିବା ପାର୍ଲାମେଣ୍ଟ ଘେରାଉ ଆନ୍ଦୋଳନ ବେଳେ ଛାତ୍ରୀଛାତ୍ର ଏବଂ ଯୁବବର୍ଗଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri