ଠକେଇ ଟଙ୍କାରେ ଯାତ୍ରା ପାର୍ଟି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା, ୧୮ା୨ (ଡି.ଏନ୍‌.ଏ.): କେତେବେଳେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ତ ଆଉ କେତେବେଳେ ଡାକ୍ତର ପରିଚୟ ଦେଇ ଫସାଉଥିଲେ। ଏଏସ୍‌ଓ, ଫାର୍ମାସିଷ୍ଟ ଆଦି ବିଭିନ୍ନ ଚାକିରି ଦେବା ଆଳରେ ବହୁ ଯୁବତୀଯୁବକ ଓ ଚାକିରି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଉଥିଲେ। ଆଉ ଉକ୍ତ ଟଙ୍କାରେ ଯାତ୍ରା ପାର୍ଟି ଚଳାଉଥିଲେ। ନା ବଦଳାଇ ମାଲିକ ସାଜିଥିଲେ। ସାରା ରାଜ୍ୟରେ ଏହି ବଡ଼ ଠକେଇ ରାକେଟ ଚଳାଇଥିବା ମାଷ୍ଟରମାଇଣ୍ଡ୍‌ ଏବେ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ସେ ହେଲେ କଟକ ଜିଲା ସଦର ଥାନା ଅନ୍ତର୍ଗତ ବାଲିକୁଦା ଜଗନ୍ନାଥ ବିହାର ଗ୍ରାମର ରଞ୍ଜନ କୁମାର ନାୟକ (୩୮)। ଭୁବନେଶ୍ୱର ପାହାଳ ଥାନା ପୋଲିସ ଅଭିଯୁକ୍ତ ରଞ୍ଜନଙ୍କୁ କଟକ ପ୍ରତାପନଗରୀ ଅଞ୍ଚଳରୁ ଶୁକ୍ରବାର ଗିରଫ କରିଛି। ତାଙ୍କଠାରୁ ୨ଟି ମୋବାଇଲ, ପୋଲିସ ଓ ଡାକ୍ତର ପୋଷାକ, ୨ ବ୍ୟାଙ୍କ ପାସ୍‌ବୁକ ଆଦି ଜବତ କରିଛି। ପୋଲିସ ତାଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରଞ୍ଜନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କଟକ ସଦର ଥାନାରେ ତାଙ୍କ ନାମରେ ଆଉଏକ ମାମଲା ରହିଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ରଞ୍ଜନ ପୂର୍ବରୁ ପାହାଳସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେହି ସମୟରେ ଅର୍ଥାତ୍‌ ୨୦୨୨ ଜାନୁୟାରୀରେ ସେ ଭରତପୁର ଅଞ୍ଚଳରେ ରହୁଥିବା ରାଉରକେଲାର ଅକ୍ଷୟ କୁମାର ମହନ୍ତିଙ୍କୁ ହାଇକୋର୍ଟରେ ଏଏସ୍‌ଓ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୧୦ରୁ ୧୨ ଲକ୍ଷ ଟଙ୍କା ମାଗିଥିଲେ। ଏହାପରେ ଅକ୍ଷୟ ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ଓ ସହଯୋଗୀଙ୍କ ଜରିଆରେ ମୋଟ ୮ ଲକ୍ଷ ୨ ହଜାର ଟଙ୍କା ଦେଇଥିଲେ। ଏଏସ୍‌ଓ ପରୀକ୍ଷା ଫଳ ବାହାରିବା ପରେ ଅକ୍ଷୟଙ୍କ ନାଁ ନ ଥିବାରୁ ସେ ରଞ୍ଜନଙ୍କୁ ପଚାରିଥିଲେ। ଏହାପରେ ରଞ୍ଜନ ଏକ ନକଲି ନିଯୁକ୍ତି ପତ୍ର ଦେଇଥିଲେ। ତେବେ ସେଥିରେ ନାଁ ଭୁଲ ଥିବାରୁ ଅକ୍ଷୟ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଅକ୍ଷୟ ଟଙ୍କା ମାଗିବାରୁ ରଞ୍ଜନ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇ ଆସୁଥିଲେ। ବୁଧବାର ଅକ୍ଷୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ. ୫୫/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହିପରି ରଞ୍ଜନଙ୍କ ନାମରେ ଧରଣୀଧର ପଣ୍ଡା ନାମକ ଆଉଜଣେ ଯୁବକ ମଧ୍ୟ ଅଭିଯୋଗ କରିଥିଲେ। ହାଇକୋର୍ଟରେ ଏଏସ୍‌ଓ ଚାକିରି ଦେବାକୁ କହି ରଞ୍ଜନ ତାଙ୍କଠାରୁ ୭ ଲକ୍ଷ ୬୮ ହଜାର ଟଙ୍କା ନେଇଯାଇଥିବା ଧରଣୀଧର ଏତଲାରେ ଉଲ୍ଲେଖ କରିଛନ୍ତି। ଏସଂକ୍ରାନ୍ତରେ ପୋଲିସ ଦ୍ୱିତୀୟ ମାମଲା (ନଂ.୫୬/୨୦୨୩) ରୁଜୁ କରିଛି। ଏହି ଦୁଇଟି ମାମଲାର ତଦନ୍ତ ସମୟରେ ପୋଲିସ ରଞ୍ଜନଙ୍କ ଠକେଇ ସାମ୍ରାଜ୍ୟ ବିଷୟରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ଭୁବନେଶ୍ୱର ବ୍ୟତୀତ ସମ୍ବଲପୁର, ବଡ଼ଗଡ଼, କଳାହାଣ୍ଡି ଆଦି ଜିଲାରେ ମଧ୍ୟ ରଞ୍ଜନ ଚାକିରି ଦେବାକୁ କହି ବହୁ ନିରୀହ ଲୋକଙ୍କୁ ଠକେଇ କରିଛି। ଏପରିକି ଭଡ଼ା ଘର ମାଲିକଙ୍କୁ ସେ ସରକାରୀ ଚାକିରିଆ ପରିଚୟ ଦେଇ ରହିଥିଲେ। ନଅ ତାଲାରେ ଚାକିରି କରିଥିବା କହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?