ଯଶୋଦାଙ୍କ ସଚେତନତା

ସମାଜରେ ମହିଳାମାନଙ୍କ ପ୍ରତି କ୍ରମବର୍ଦ୍ଧିଷ୍ଣୁ ହିଂସା ଓ ଅପରାଧକୁ ନେଇ ସବୁ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଉଛି । ନାରୀମାନେ ନିଜର ଆତ୍ମସୁରକ୍ଷା ପ୍ରତି ସଜାଗ ରହିବାକୁ ବିଭିନ୍ନ ଆତ୍ମରକ୍ଷା ରଣକୌଶଳ ତାଲିମ ଦିଆଯାଉଛି। ଏପରିକି ଜନସଚେତନତା ଅଭାବରୁ ଅନେକ ଅଞ୍ଚଳରେ ଅଶିକ୍ଷା ଓ କୁସଂସ୍କାରର ବଶବର୍ତ୍ତୀ ହୋଇ କେତେକ ମହିଳା ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ମାତ୍ର ଜଣେ କଲେଜଛାତ୍ରୀ ନିଜ ଅଞ୍ଚଳର କେତେଜଣ ନାବାଳିକାଙ୍କ ବିବାହକୁ ରୋକିବାରେ ସଫଳ ହୋଇପାରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ମିଳିଛି ପୁରସ୍କାର ଓ ସମ୍ମାନ। ସେ ହେଲେ ନୂଆପଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ହଳଦୀ ଗାଁର ଯଶୋଦା ପାଣ୍ଡେ। ସେ କୁହନ୍ତି, ମୋର ଜନ୍ମ ୧ା୧୨ା୧୯୯୯ମସିହାରେ। ପିତା ରୂପେସିଂ ପାଣ୍ଡେ ଜଣେ କୃଷକ, ମା’ କମଳାବାଇ ପାଣ୍ଡେ ଜଣେ ଗୃହିଣୀ। ଘରେ ଆମେ ୫ ଭଉଣୀଭାଇ। ମୁଁ ଗାଁ ସ୍କୁଲରେ ପଢ଼ାସାରି ଡୁମାରପାନି ଉଚ୍ଚବିଦ୍ୟାଳୟରେ ୧୦ମ ପାସ୍‌କଲି । ଏହାପରେ ନୂଆପଡ଼ା ନ୍ୟାଶନାଲ କଲେଜରେ ବିଏ ପଢ଼ା ସାରିଛି। ସ୍କୁଲସମୟରୁ କିଛି ଭଲକାମ ପାଇଁ ଆଗ୍ରହଥିଲା । ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ଡିବେଟ ଓ ଗୀତରେ ଭାଗନେଇ ପୁରସ୍କାର ପାଇଛି। କିନ୍ତୁ କଲେଜ ସମୟରେ ଏନ୍‌ଏସ୍‌ଏସ୍‌ ସେବାଶିବିରରେ ଯୋଗଦେବାପରେ ବିଭିନ୍ନ ବିଷୟରେ ସଚେତନ ହୋଇପାରିଲି। ରାଜ୍ୟସ୍ତରୀୟ ବାଳିକା ଭଲେଣ୍ଟିୟର ଭାବେ ବିଶେଷକରି ବାଳିକାମାନଙ୍କ ସମସ୍ୟା ବିଷୟରେ ଅବଗତ ହେଲି । ତା’ର ସମାଧାନ ଆଶାଓଡ଼ିଶାରେ ତାଲିମ ବି ପାଇଲି। ପ୍ରାୟତଃ ଦେଖିବାକୁ ମିଳେ ଗାଁ ଗହିଳରେ ଝିଅମାନେ .ଅଶିକ୍ଷା ଯୋଗୁ କୁସଂସ୍କାର ବଶବର୍ତ୍ତୀହୋଇ ଅନେକ କଷ୍ଟରେ ଜୀବନ ବିତାଇଥାନ୍ତି, ଯେଉଁଥିରେ କି ବାଳିକାମାନେ କ୍ଷତି ସହିଥାନ୍ତି। ଏମିତିରେ ଗାଁମାନଙ୍କରେ ଯୌତୁକପ୍ରଥା, ବାଲ୍ୟବିବାହ ଘଟଣା ଦେଖିବାକୁ ମିଳୁଛି। ମାତ୍ର ଆମ ଅଞ୍ଚଳରେ ନାବାଳିକା ବିବାହ ବିରୋଧରେ ପଦକ୍ଷେପ ନେବା ପାଇଁ ଆମେ କେତେଜଣ ଛାତ୍ରୀ ଏକାଠିହେଲୁ। ୨୦୧୭ରୁ ‘ସେଭ୍‌ ଦି ଚିଲ୍‌ଡ୍ରେନ’ କିଶୋରୀ ଅଧିକାର ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଲୁ। ଏବେ ସ୍ଥାନୀୟ ଗାଁରେ ବାଳିକା ମହାସଂଘର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛି। ସ୍ଥାନୀୟ୧୧ଟି ଗ୍ରାମପଞ୍ଚାୟତର ମହିଳାମାନଙ୍କୁ ନେଇ ଗ୍ରୁପ କରିପାରିଛି। ପ୍ରତି ଗାଁରେ ୨୦ଜଣଙ୍କୁ ନେଇ ଏକ ଗ୍ରୁପ ଅଛି। ଏଥିରେ ଛାତ୍ରୀମାନେ ବି ସହଯୋଗ କରନ୍ତି। ପ୍ରତିଦିନ ଆଖପାଖ ଗାଁରେ ଜନସଚେତନତା କରିଥାଉ। ୨୦୧୮ମସିହାରେ ନାବାଳିକା ବିବାହ ବିରୋଧରେ ଗାଁରେ ମସଲା ଶୋଭାଯାତ୍ରା କରିଥିଲୁ। ଆମ ପଞ୍ଚାୟତର ନନିପୁର,କଲରା,ଡୁମରପାନି,ହଳଦୀ ଆଦି ଗାଁରେ ବାଲ୍ୟବିବାହ ବିରୋଧରେ କିଛି ପଦକ୍ଷେପ ନେଇଥିଲୁ । ପ୍ରଥମେ ଆମକୁ କେହିକେହି ଉପହାସକରି କହିଲେ, ତମେ ଝିଅପିଲା ଏବେ ପାଠପଢ଼, ଘରକାମ କର ଏଥିରେ କାହିଁକି ବୁଲୁଛ ଲୋକଙ୍କୁ ଏକାଠି କରୁଛ? ତେବେ ଥରେ ହଳଦୀଗଁାରେ ଜଣେ ନାବାଳିକାର ବାହାଘର ହେଉଛି ଜାଣିବାକୁ ପାଇଲୁ । ତାପରେ ସେମାନଙ୍କ ପିତାମାତାଙ୍କ ସହିତ ଏ ସମ୍ପର୍କରେ ବୁଝିଲୁ , କିନ୍ତୁ ସେ ମନା କରିଦେଲେ, ମାତ୍ର ଆଧାରକାର୍ଡ଼ରେ ବୟସକୁ ବଢ଼ାଯାଇଥିବାର ଜାଣିପାରିଥିଲୁ। ଏହାପରେ ଆମେ ରାସ୍ତାରେ ଯିବାବେଳେ କେହିକେହି ବି ଗାଳି ଦେଇଥିଲେ । ପରେ ଜନସଚେତନ ଯୋଗୁ ସେଠାରେ ସଫଳତା ମିଳିଲା। ପ୍ରାୟ ୫ବର୍ଷ ମଧ୍ୟରେ ୧୫ଟି ବାଲ୍ୟବିବାହକୁ ରୋକିବାରେ ସଫଳ ହୋଇଛୁ। ସ୍ଥାନୀୟ ପୋଲିସ ବି କେତେକ କାର୍ଯ୍ୟରେ ସାହାଯ୍ୟ କରିଛନ୍ତି। ଏଥିପାଇଁ ବିଭିନ୍ନ ସ୍ତରରେ ପୁରସ୍କାର ମିଳିଛି। ମୋର ଲକ୍ଷ୍ୟ ଜଣେ ସମାଜସେବୀ ହେବି। ତେବେ ଏହି ପ୍ରକାର ସଚେତନତା କାଯର୍‌ୟକ୍ରମପାଇଁ ଯଶୋଦାଙ୍କୁ ୨୦୨୦ ମସିହା ପାଇଁ ଓଡ଼ିଶାରୁ ଭି-ଆଓ୍ବାର୍ଡ ମିଳିଛି। ଯାହାକି ବାଳିକା ଓ ମହିଳା ମାନଙ୍କ ସୁରକ୍ଷା କ୍ଷେତ୍ରରେ ଜନସଚେତନତା ସୃଷ୍ଟି ପାଇଁ ଦିଆଯାଇଥାଏ। ଯଶୋଦାଙ୍କ ଲକ୍ଷ କେବଳ ଆଗକୁ ମହିଳାଙ୍କ ସୁରକ୍ଷା ପାଇଁ ଯେତେ ସମ୍ଭବ କାମ କରିହେବ, କରିବେ।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri