ପ୍ରକୃତିକୁ ଭଲ ପାଆନ୍ତି ୟାମି

ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଫେୟାର ଆଣ୍ଡ ଗ୍ଲୋର ବିଜ୍ଞାପନ ପାଇଁ ସେ ଏବେ ଘରେ ଘରେ ବେଶ୍ ପରିଚିତ । ତେବେ ବଲିଉଡ୍‌ରେ ବି ରହିଛି ୟାମିଙ୍କର ଏକ ସ୍ୱତନ୍ତ୍ର ପରିଚୟ । ଏହି ନାୟିକା ଫିଲ୍ମ ଭିକ୍କି ଡୋନରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କ ସହ ତାଙ୍କର ଯୋଡିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ । ଏହାପରେ ସେ ଆକ୍ସନ ଜ୍ୟାକସନ୍‌, ବଦଲାପୁର ଓ କାବିଲ ଆଦି ଫିଲ୍ମରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ନିକଟତର ହୋଇଥିଲେ । କେବଳ ବଲିଉଡ୍ ନୁହେଁ ବରଂ କନ୍ନଡ, ପଞ୍ଜାବି, ମଲୟାଲମ, ତାମିଲ ଆଦି ଫିଲ୍ମରେ ଅଭିନୟ କରି ସାରିଛନ୍ତି ୟାମି । ପ୍ରକୃତିକୁ ବେଶ୍ ଭଲ ପାଆନ୍ତି ଏହି ଅଭିନେତ୍ରୀ । ହିମାଚଳ ପ୍ରଦେଶରେ ଜନ୍ମ ନେଇଥିବା ୟାମି ନିକଟରେ ତାଙ୍କ ଘରେ ଏକ ଗ୍ରୀନ ହାଉସ୍ ଓ ଅର୍ଗାନିକ୍ ଗାର୍ଡେନ୍ ସ୍ଥାପନା କରିଛନ୍ତି । ପରିବେଶ ଉପରେ ହେଉ କି ପ୍ରାଣୀଙ୍କ ସହ ଜଡିତ କୌଣସି ଅଭିଯାନରେ ସାମିଲ ହେବାକୁ ଆଗଭର ଥାଆନ୍ତି । ଏମିତିକି ସେ ଖୋଲା ଆକାଶ ତଳେ ୱାର୍କ ଆଉଟ୍ କରିବାକୁ ବି ପସନ୍ଦ କରନ୍ତି । ସେ ଜଣେ ପୋଲୋ ଡ୍ୟାନ୍ସର ମଧ୍ୟ । ୨୮ ନଭେମ୍ବର ୧୯୮୮ରେ ଜନ୍ମ ନେଇଥିବା ଏହି ନାୟିକାଙ୍କ ଜନ୍ମଦିନରେ ବିଭିନ୍ନ ଆଡୁ ଆସିଛି ଶୁଭେଚ୍ଛାର ବାର୍ତ୍ତା ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri