Posted inଫୁରସତ

ଯା ଦେବୀ ସର୍ବ ପେଣ୍ଡାଲେ…

ଆଜି ବିଦ୍ୟାନଗରୀର ଗ୍ରାମଦେବୀଙ୍କ ମନ୍ଦିର ବେଢ଼ାରେ ନରିଆ ଭାଇଙ୍କ ଅଧକ୍ଷତାରେ ଏକ ମିଟିଂ ବସିଥିଲା। ଏଥରର ପ୍ରସଙ୍ଗ ଥିଲା ସମ୍ପ୍ରତି ଦୁର୍ଗାପୂଜା ପାଇଁ ସରକାର କରିଥିବା ବିଭିନ୍ନ କଟକଣା । ସଭା ଆରମ୍ଭରୁ ଯୁବକ ସଂଘର କର୍ମକର୍ତ୍ତାମାନଙ୍କ ଗରମା ଗରମ ମିଶାଇଲ ଫୋପଡାରେ ସଭାସ୍ଥଳ ସରଗରମ ହୋଇଉଠିଲା । ଗ୍ରାମର ଯୁବକମାନେ ଦୁର୍ଗାପୂଜା କମିଟିର ବୟସ୍କମାନଙ୍କ ଉପରେ ମନଇଚ୍ଛା ବର୍ଷିଗଲେ । ତାଙ୍କର ଯୁକ୍ତି ଥିଲା ଏ ବୁଢ଼ା ମୁରବିମାନେ ସରକାରଙ୍କ ଆଦେଶକୁ ମୁଣ୍ଡପାତି ମାନିନେଇ ବଡ଼ ଭୁଲ କରିଛନ୍ତି । ଆରେ ବର୍ଷକୁ ଥରେ ପୂଜା, ସେଥିରେ ପୁଣି ଏତେ ନିୟମ କାନୁନ ।
ଏ ସରକାର ଶିବ ବିରୋଧୀ ବୋଲି ନିଜକୁ ପ୍ରମାଣିତ କରିସାରିଲେଣି । ରଥଯାତ୍ରାକୁ ଅନୁମତି ମିଳିଲା । ଜଗନ୍ନାଥ ତାଙ୍କ ପରିବାର ସହ ଯାତ୍ରା କଲେ ।
ଶିବଙ୍କ ବେଳକୁ ସବୁ କଟକଣା କ’ଣ ପାଇଁ ? ବୋଲ୍‌ ବମ୍‌ ବନ୍ଦ, ଗଣେଶ ପୂଜା ବନ୍ଦ, ଦୁର୍ଗା ପୂଜା ବନ୍ଦ । ଆଗକୁ କାର୍ତ୍ତିକେଶ୍ୱର ପୂଜା କ’ଣ ହେବ ଏବେଠୁ ଜଣା ପଡ଼ିଲାଣି । ଦେଶରେ ଏ ପରିବାର ପ୍ରିୟାପ୍ରୀତି ଆଉ ଚଳିବନି ।
ଯଦି ଚଳିବ ତେବେ ରାସ୍ତାରେ ନିଆଁ ଜଳିବ । ତୁମେମାନେ ଯଦି ପାରୁନ ତେବେ ଗାଦି ଛାଡ଼। ଆମମାନଙ୍କୁ ଆଗକୁ ଆସିବାକୁ ଦିଅ ଦେଖିବ ଆମେ କେମିତି ପୂଜା କରୁଛୁ। କେତେ ସରକାର ଆସିଲେଣି ଗଲେଣି, କେତେ ବେମାର ଆସିଲାଣି ଗଲାଣି । ଯେଉଁ ପୂଜା ହେବା କଥା ହେଉଛି ନା ନାହିଁ ।
ଭାଇ ଦେଖିଲେ ପରିସ୍ଥିତି ଅଣାୟତ୍ତ ହେଲାଣି । ଆଜିକାଲିର ଛୁଆ ନିଜ ହାତରେ ନିଜେ ଚଉଦପା । ଏମାନଙ୍କ ମନ ନେଇ କାମ ନ କଲେ ନିଜ ମୁରବିପଣିଆକୁ ଖତରା । ଉପରକୁ ପୁଣି ଦେହରେ ମୁଣ୍ଡରେ ବସିବା ସାର ହେବ । ନରିଆ ଭାଇ ସମସ୍ତଙ୍କୁ ଶାନ୍ତ ହେବାକୁ ଅନୁରୋଧ କରି କହିଲେ ‘ଆମକୁ ଏମିତି କିଛି ଚିନ୍ତା କରିବାକୁ ପଡ଼ିବ ଯେମିତି ସାପ ମରିବ କିନ୍ତୁ ବାଡ଼ି ଭାଙ୍ଗିବନି । ସରକାରଙ୍କ ନିୟମ ଭିତରେ ରହି କେମିତି ଆମେ ଆମ ମୁତାବକ ପୂଜା କରିବା ସେ ବିଷୟରେ ଚିନ୍ତା କର। କାହାପାଖରେ ଯଦି କିଛି ଉପାୟ ଅଛି କୁହ ।“ ଏଥର ସମସ୍ତେ ଗ୍ରାମର ନାମକରା ବାଣୀପୁରୁଷ ପିନୁଆ ଆଡେ ଅନେଇଲେ। ଖାସ ତାରି ପାଇଁ ଏ ବର୍ଷ ଅଗଷ୍ଟ ପନ୍ଦରକୁ ଗ୍ରାମର ଇଜ୍ଜତ ରହିଗଲା । ଏବେ ବିଦ୍ୟାନଗରୀରେ ତା’ର ଖାତିର କାହିଁରେ କ’ଣ । ଗ୍ରାମର ମୁଖ୍ୟ ମାମଲତ୍କାର ଖୋଦ ନରିଆ ଭାଇ କେତେଥର କହିଲେଣି ଟୋକାଟା ସିନା ଦେଖିବାକୁ ନଡ଼ନଡ଼ିଆ ହେଲେ ମୁଣ୍ଡରେ ଭେଜା ଭର୍ତ୍ତି । ଟ୍ୟାଲେଣ୍ଟେଡ଼ ଛୁଆଟା । ଆଗରୁ ସଭାରେ ପଛରେ ବସୁଥିବା ପିନୁଆ ଏବେ ନରିଭାଇଙ୍କ ସାଇଡ଼ରେ ବସୁଛି ।
ବୋଧେ ଅପେକ୍ଷା କରିଥିଲା, ଟିକେ ସଳଖେଇ ବସି କହିବା ଆରମ୍ଭ କଲା, ”ସରକାର ଦୁର୍ଗାଙ୍କ ମୂର୍ତ୍ତି ଚାରିଫୁଟ ହେବ କହିଛନ୍ତି । ମହିଷାସୁର ମୂର୍ତ୍ତି ବିଷୟରେ କିଛି ନିର୍ଦ୍ଦିଷ୍ଟ ଉଚ୍ଚତା କୁହାହେଇନି । ଆମେ ଦୁର୍ଗାଙ୍କ ମୂର୍ତ୍ତି ଚାରିଫୁଟ କରିବା ହେଲେ ମହିଷାସୁର ମୂର୍ତ୍ତି ଦଶ ଫୁଟ ରହିବ ।“ ପଛରୁ କିଏ ଜଣେ କହିଲା,- ”ଏମିତି ହେଲେ ମୂର୍ତ୍ତି କ’ଣ ସୁନ୍ଦର ଦିଶିବ“ । ପିନୁଆ ଛେପ ଢୋକି ପୁଣି ଆରମ୍ଭ କଲା ” ଦେଖ ଆଜିକାଲି ଯିଏ ଯେତେ ନୂଆ ଆଇଡିଆରେ ମୂର୍ତ୍ତି କରିବ ସେ ସେତେ ପପୁଲାର ହେବ । ଆଗରୁ ଗଣେଶଙ୍କ ଚଷମା ଜିନ୍‌ ପ୍ୟାଣ୍ଟ ପିନ୍ଧି ମୋଟର ସାଇକେଲରେ ବସିଥିବା ମୂର୍ତ୍ତିକୁ ଲୋକେ ବିରୋଧ କରୁଥିଲେ, ଏବେ ଏ ସବୁ ଦେହସୁହା ହୋଇଗଲାଣି । ଲୋକେ ଖୋଜି ଖୋଜି ଏମିତିକା ମୂର୍ତ୍ତି ଦେଖିବାକୁ ଯାଉଛନ୍ତି । ଖବରକାଗଜ ବାଲା ଏଭଳି ମୂର୍ତ୍ତିର ଫଟୋ ବେଶି ଛାପୁଛନ୍ତି । ଏମିତିରେ ଦେଖିବାକୁ ଗଲେ ଆଜି ମହିଷାସୁରର ଖାତିର ସମାଜରେ ଦୁର୍ଗାଙ୍କ ଠାରୁ କାହିଁ କେତେ ଉଚ୍ଚରେ ।
ଏବେକାର ଦୁର୍ଗା ନିଛାଟିଆ ଜାଗାରେ ମହିଷାସୁରକୁ ଦେଖିଲେ ପ୍ରମାଦ ଗଣୁଛନ୍ତି । ସଭା ସମିତି ଉଦ୍‌ଘାଟନ ଉତ୍ସବ ଇତ୍ୟାଦିରେ ଯେଉଁଠି ଦେଖ ମହିଷାସୁରମାନେ ସମ୍ମାନିତ ଅତିଥି । ଦୁର୍ଗାମାନେ ସେମାନଙ୍କୁ ତିଳକ ଲଗେଇ ବେକରେ ହାର ପକେଇ ମଞ୍ଚକୁ ପାଛୋଟି ନେଉଛନ୍ତି । ନୂଆ ଡିଜାଇନର ମୂର୍ତ୍ତି ହେଲେ ଖବରକାଗଜ ବାଲା ଆମର ବେଶି ପ୍ରଚାର କରିବେ ।“ ନରିଆ ଭାଇ ପିନୁଆ ପିଠିକୁ ଥାପୁଡ଼େଇ କହିଲେ ”ସେଇଥିପାଇଁ ତ ଫିଲ୍ମରେ ଭିଲେନମାନଙ୍କ ଭାଉ ବେଶି।“ ଏତେବେଳ ଯାଏ ସବୁ ଚୁପ୍‌ଚାପ୍‌ ଶାନ୍ତର ସହ ଶୁଣୁଥିବା ଯୁବକସସଂଘ ସେକ୍ରେଟାରି ସନ୍ତୁଆର ଧୈର୍ଯ୍ୟ ଭଙ୍ଗ ହେଲା । ସେପଟୁ ଚିଲେଇଲା ‘ଓହୋ ରଖ ମ ତମ ମୂର୍ତ୍ତି ଫୁର୍ତ୍ତି କଥା । ମୂର୍ତ୍ତି ହେଉ କି ନ ହେଉ କିନ୍ତୁ ଭସାଣି ଯାତ୍ରା ହେବ କି ନାହିଁ ସେଇଟା କୁହ। ବିନା ଭସାଣିରେ କି ପୂଜା ଜମିଲାଣି ନା କେବେ ଜମିବ । ସମସ୍ତଙ୍କ ପାଇଁ ସମ୍ବଲପୁରୀ ଗାମୁଛା ସହ କର୍ପୂର ହାର ହେବ । ପାଞ୍ଚ ପଚାଶ ପଛେ ଖର୍ଚ୍ଚ ହଉ ଶ୍ରୀକାକୁଲମରୁ ବ୍ୟାଣ୍ଡ ପାର୍ଟି ସହ ଚାଙ୍ଗୁ ଓ ଢୋଲକ ବାଜା ରହିବ । ଆମ ମେଢ଼ ପାର୍ବତୀପୁର ଏରିଆ ଭିତର ଦେଇ ଯିବ ମାନେ ଯିବ । ତାଙ୍କ ଦେବୀଘର ସାମ୍ନାରେ ବନଟି ବୁଲିବ ।
ଦେଖିବି କୋଉ ପୋଲିସ ମୋର କ’ଣ ଉଖାଡିବେ । ଜାନ୍‌ ଯାଉ ପଛେ ମାନ୍‌ ରହୁ ।“ ସଭାରେ ଉପସ୍ଥିତ ଯୁବକସଂଘର ସଭ୍ୟମାନଙ୍କ ତାଳିମାଡ଼ରେ ଏରିୟା କମ୍ପିଲା । କେହି କେହି ପାର୍ବତୀପୁର ମୁଖିଆଙ୍କ ଚଉଦପୁରୁଷ ନାଁ ନେଇ ଅଶ୍ରାବ୍ୟ ଭାଷାରେ ମନ୍ତବ୍ୟ ଦେଲେ । ନରିଆ ଭାଇ ହାତ ହଲେଇ ସମସ୍ତଙ୍କୁ ଚୁପ ବସିବାକୁ ତାଗିଦ କରି କହିଲେ, ”ସରକାରଙ୍କ ପାଖରେ ଶାନ୍ତିକମିଟି ସମସ୍ତ କୋଭିଡ ନିୟମ ମାନି ପୂଜା ସମ୍ପନ୍ନ କରିବ ବୋଲି ଲିଖିତ ଅନୁରୋଧ କରିଛି । ଉପର ସ୍ତରରେ ବିଚାର ବିମର୍ଶ ଚାଲିଛି । ଧୈର୍ଯ୍ୟଧର । ଏମିତି ଛାନିଆ ହେଲେ କ’ଣ ହେବ । ସରକାରଙ୍କ ହାତରେ କ’ଣ ଆଉ କଥା ଅଛି ।
ଏବେ ସବୁ କୋର୍ଟ ଉପରେ ରହିଛି । କୋର୍ଟ ଯାହା କହିବ ତାକୁ ସମସ୍ତେ ମାନିବାକୁ ବାଧ୍ୟ । ଏଯାଏ ମୂର୍ତ୍ତି କଥା ଛିଣ୍ଡିନି ତୁମର ଭଷାଣି ଚିନ୍ତା ହେଲାଣି ।“
ପଛରେ ଭାଙ୍ଗ ଟେଳା ପକେଇ ଘୁମଉ ଥିବା ବେନୁଆଦି କହିଲେ, କେତେ ଜଜ୍‌ ମାଜିଷ୍ଟର ଆଇଲେଣି, କେତେ ଗଲେଣି ସେଇ କଚେରି ପଡିଛି ନା ନାହିଁ । ଫି ସାଲ ଏମିତି କେତେ ନିୟମ ହେଲାଣି ଭାଙ୍ଗିଲାଣି, ପୂଜା ହେବା କଥା ହେଉଛି ନା ନାହିଁ । ଦୁଇ ବର୍ଷ ହେଲାଣି ଛୁଆ ସବୁ ଘରେ ବସି ବସି ତାଙ୍କ ଗୋଡ଼ ହାତ କାଉନ୍ଦା ହୋଇଗଲାଣି । ନୀତି ନୂଆ ଡିଜାଇନ୍‌ର ଡ୍ରେସ ପିନ୍ଧି ସହର ଯାକ ଚକ୍କର କାଟୁଥିବା ପିଲାମାନେ ସରକାରଙ୍କ କଥା ମାନି ହାପ୍‌ପେଣ୍ଟରେ ଦିନ କାଟୁଛନ୍ତି ପଛେ ଆଦେଶକୁ ବିରୋଧ କରିନାହାନ୍ତି ।
ଏଣୁ ସରକାର ବି ପାଦେ ଆଗେଇଆସି ପିଲାମାନଙ୍କ କଥା ଭାବନ୍ତୁ । ଛୁଆମାନେ ଯଦି ମନ କରିଛନ୍ତି ତାହାହେଲେ ମୂର୍ତ୍ତି ପୂଜା ପଛେ ବନ୍ଦ ହେଉ ହେଲେ ଛୁଆମାନଙ୍କ ପାଇଁ ଭଷାଣି ଯାତ୍ରାଟା ହେଉ । ସରକାର କହୁଛି ଦେବୀ ବିସର୍ଜନ ଶୋଭାଯାତ୍ରା ହେବନି । ହଉ ହେଲା, ଆମେ ଭସାଣିରେ ଦେବୀଙ୍କ ମୂର୍ତ୍ତି ନେବାନି । ବିନା ଦେବୀରେ ହେଉଥିବା ଶୋଭାଯାତ୍ରାକୁ କ’ଣ ବିସର୍ଜନ ଶୋଭାଯାତ୍ରା କୁହାଯିବ କି? “ ଜଣେ ପଚାରିଲା ”ଦାଦି, ଦୁରୁଗା ମୂର୍ତ୍ତିତ ଯିବେନି ଆମେ ଭସେଇବୁ କାହାକୁ ।“ ବେନୁଆଦି ଚଟାପଟ ଉତ୍ତର ଦେଲେ, ”ଆରେ ମୂର୍ତ୍ତି ନାହିଁ ବୋଲି କ’ଣ ଦେବୀଙ୍କ ଘଟ ଆଉ ଛଡାଫୁଲ ନାହିଁ? ସେସବୁ ମେଢ଼ରେ ଥୁଆହୋଇ ଯିବ। ବିସର୍ଜନ ହେବ ।“
ଯାହାକୁହ ବେନୁଆଦିଙ୍କ କଥା ସମସ୍ତଙ୍କ ମନକୁ ପାଇଲା । ଶେଷରେ ଏହି ନିଷ୍ପତ୍ତି ହେଲା ଯେ ଦୁର୍ଗାଙ୍କ ମୂର୍ତ୍ତି ଚାରିଫୁଟିଆ ହେବ ଓ ମହିଷାସୁର ମୂର୍ତ୍ତି ଦଶ ଫୁଟିଆ ହେବ । ବିନା ଦେବୀଙ୍କ ମୂର୍ତ୍ତିରେ ଭସାଣି ଶୋଭାଯାତ୍ରା ହେବ । ସା ଆସନ୍ନ ହେତୁ ଗ୍ରାମଦେବୀଙ୍କ ମନ୍ଦିର ବେଢ଼ାରେ ବସିଥିବା ସଭା କାର୍ଯ୍ୟ ସରିଲା । ତେଣେ ମନ୍ଦିର ଭିତରେ ନନା ଆଳତି ସମୟରେ ମନ୍ତ୍ରୋଚ୍ଚାରଣ କରୁଥାନ୍ତି- ଯା ଦେବୀ ସର୍ବ ପେଣ୍ଡାଲେ ଖର୍ବ ରୂପେଣ ସଂସ୍ଥିତା…….
ଓଁ ଅଭିଜ୍ଞାନ ସାହୁ

-ବନମାଳୀ ଭବନ, ଖାନନଗର, କଟକ, ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?