ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହିଦ ମାଧୋ ସିଂଙ୍କ ଭୁଲ ଇତିହାସ ସ୍ଥାନିତ: ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲେ…

ବଲାଙ୍ଗୀର,୧୪।୫ (ସୁନିଲ କୁମାର ମହାନ୍ତି): କୋସଲାଞ୍ଚଳର ମହାନ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀ ବିଷୟରେ ସ୍କୁଲ ପାଠ୍ୟ ପୁସ୍ତକରେ ଭୁଲ ତଥ୍ୟ ଦିଆଯାଇଥିବା ପ୍ରତିବାଦରେ ଗୁରୁବାର କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବଲାଙ୍ଗୀର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, କୋସଲାଞ୍ଚଳର ଗର୍ବ ଓ ଗୌରବ ସ୍ବାଧୀନତା ସଂଗ୍ରାମୀ ଶହିଦ ମାଧୋ ସିଂଙ୍କ ଜୀବନୀକୁ ନେଇ ଗଣଶିକ୍ଷା ବିଭାଗ ଓଡ଼ିଶା ଦ୍ବାରା ଚଳିତବର୍ଷ ପ୍ରଚଳିତ ହୋଇଥିବା ସପ୍ତମ ଶ୍ରେଣୀର ସାହିତ୍ୟ ବହିରେ ଲେଖକ ବୀରେନ୍ଦ୍ର ମହାନ୍ତିଙ୍କ ଦ୍ବାରା ରଚିତ ଏକ ପ୍ରବନ୍ଧ ଛପାଯାଇଛି । ଯେଉଁଥିରେ ତାଙ୍କ ଜୀବନୀ ସମ୍ପୂର୍ଣ୍ଣ ବିକୃତ କରାଯାଇ ଭୁଲ ତଥ୍ୟ ଲେଖାଯାଇଥିବା ଅଭିଯୋଗ କରିଛନ୍ତି। ଏଭଳି ଭୁଲ ତଥ୍ୟ ସପ୍ତମ ଶ୍ରେଣୀ ପାଠ୍ୟ ପୁସ୍ତକରେ କିପରି ସାମିଲ ହେଲା ବୋଲି ପ୍ରଶ୍ନ କରିଥିଲେ । କୋସଲାଞ୍ଚଳର ଗର୍ବ ଓ ଗୌରବ ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ଇତିହାସକୁ ଜାଣିଶୁଣି ବିକୃତ କରାଯାଇଥିବା ଅଭିଯୋଗ କରି ଡିଇଓ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ଏହାର ବିଧାବଦ୍ଧ ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ସେମାନେ ଜିଲା ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲା ଶିକ୍ଷଧିକାରୀ ପ୍ରବୀର କୁମାର ପଣ୍ତାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶହିଦ ମାଧୋ ସିଂଙ୍କ ଉପରେ ଭୁଲତଥ୍ୟ ପ୍ରସଙ୍ଗ: ଏହି ବିଷୟକୁ ଗୁରୁତର ସହ ନେଇ ଏମିତି ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକ ସାହିତ୍ୟ ସୁମନରେ ଶହିଦ ମାଧୋ ସିଂଙ୍କ ଜୀବନୀ ଆଧାରିତ ପାଠରେ…

ମୁମ୍ୱାଇ ଇଣ୍ଡିଆନ୍ସ ଆଗରେ ୨୦୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ଧର୍ମଶାଳା,୧୪ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିଛନ୍ତି। ଶାର୍ଦ୍ଦୁଳ ଠାକୁରଙ୍କ ୪ ଉଇକେଟ ସଫଳତା ସତ୍ତ୍ୱେ ପଞ୍ଜାବ…

ବୃଦ୍ଧଙ୍କ ମୃତଦେହ ପୋଖରୀରୁ ହେଲା ଉଦ୍ଧାର: ଗାଧୋଇବା ପାଇଁ ଯାଇ ହୋଇଯାଇଥିଲେ ନିଖୋଜ

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମ ପୋଖରୀରେ ବୁଡ଼ିଯାଇ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ଗୌତମୀ…

ଆଇନଶୃଙ୍ଖଳାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଅଧିକାରୀଙ୍କୁ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ, ସ୍ଥାନାନ୍ତର କରିବା ପାଇଁ ଅଞ୍ଚଳବାସୀଙ୍କ ଅନୁରୋଧ

ମୋହନା,୧୪।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ କାର୍ଯ୍ୟାଳୟ ଠାରୁ ଅନ୍ତରବା ଗ୍ରାମକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ…

ନୂତନ ଟ୍ରେନ ଚଳାଚଳ ଖୁସିରେ ଚା’ ଖଟିରେ ସାମିଲ ହେଲେ ଏମ୍‌ପି ମାଳବିକା ଦେବୀ, କହିଲେ…

କେସିଙ୍ଗା, ୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଚାଲିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। ତାହା କଳାହାଣ୍ଡି ଏମ୍‌ପି ମାଲବିକା ଦେବୀଙ୍କ…

MI ଅଧିନାୟକ ହେଲେ ଜସପ୍ରିତ ବୁମ୍‌ରା, ଦାୟିତ୍ୱ ମିଳିବା ପରେ ଭାବପ୍ରବଣ ହୋଇ କହିଲେ ଏମିତି…

ନୂଆଦିଲ୍ଲୀ, ୧୪।୫: ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପୁଣିଥରେ ପରିବର୍ତ୍ତନ ହୋଇଛି। ଜସପ୍ରିତ ବୁମରା MI ଦଳର ଅଧିନାୟକତ୍ୱ କରୁଛନ୍ତି, ଏବଂ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri