୧୩ ବର୍ଷରେ ଏପରି କାହାଣୀ ଲେଖୁଛନ୍ତି ଏହି ନାବାଳକ, ପଢ଼ିଲେ ହେବେ ଭାବପ୍ରବଣ

ଜମ୍ମୁ-କଶ୍ମୀର,୬ା୧୨: କଶ୍ମୀରର ଜଣେ ୧୩ ବର୍ଷର ନାବାଳକ ଏପରି ସମ୍ବେଦନଶୀଳ କାହାଣୀ ଲେଖୁଛନ୍ତି, ତାଙ୍କ ଲେଖା ଯିଏ ପଢୁଛି ସେ ଭାବପ୍ରବଣ ହୋଇଯାଉଛି। ସେ କ୍ଷୁଦ୍ରଗଳ୍ପ, ବିଭିନ୍ନ ପ୍ରବନ୍ଧ ଲେଖିଥାନ୍ତି। ତାଙ୍କ ଲେଖାକୁ ବଡ଼ବଡ଼ ଲେଖକମାନେ ମଧ୍ୟ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି। ନାବାଳକ ଜଣକ ତାଙ୍କ କାହାଣୀରେ ନିଜ ଜୀବନର ସଂଘର୍ଷ ବିଷୟରେ ଲେଖିଛନ୍ତି। ଏତେ କମ୍‌ ବୟସରେ ମୋଟିଭେସନାଲ ଲେଖା ଲେଖିବା ପାଇଁ ସେ ଖୁବ୍‌ ଭଲ ପାଆନ୍ତି।


ମାତ୍ର ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ତାବିନ୍‌ ରିୟାଜ୍‌ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ରୁହନ୍ତି। ଅନନ୍ତନାଗର ଏସ୍‌ମୁକମ୍‌ ଅଞ୍ଚଳର ହାସନ-ନୁର ଗ୍ରାମ ନିବାସୀ ରିୟାଜ ଅହମ୍ମଦ ଭଟ୍ଟଙ୍କ ପୁଅ ହେଉଛନନ୍ତି ତାବିନ୍‌। ସେ ତାଙ୍କ କାହାଣୀରେ ଅତ୍ୟଧିକ ବିଶ୍ୱାସ ଏବଂ ହତ୍ୟାକାରୀ ବିଷୟରେ ମଧ୍ୟ ଲେଖିଥାନ୍ତି। ଯାହା ସୋସିଆଲ ମିଡିଆରେ ବହୁଳ ଭାବରେ ଶେୟାର କରାଯାଉଛି। ତାବିନ୍‌ ଏକ ପୁସ୍ତକ ଲେଖିଛନ୍ତି ଯାହା ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ। ଏତେ କମ୍‌ ବୟସରେ ତାଙ୍କର ଏଭଳି ଉଦ୍ୟମ ପାଇଁ ପରିବାର ଲୋକେ ଗର୍ବିତ।


ଏକ ସାକ୍ଷାତକାରରେ ତାବିନ୍‌ କହିଛନ୍ତି, ପିଲାଦିନରୁ ସାଧାରଣ ଜ୍ଞାନ ପ୍ରତି ବେଶ୍‌ ଆଗ୍ରହୀ ଥିଲେ। ତାଙ୍କ ଚତୁଃପାର୍ଶ୍ୱରେ ଘଟୁଥିବା ଘଟଣାବଳୀ ପ୍ରତି ସେ ଧ୍ୟାନ ଦେଉଥିଲେ। ଭବିଷ୍ୟତରେ ସେ ଜଣେ ଲେଖକ ହେବାକୁ ଚାହୁଁଛନ୍ତି। ତାଙ୍କ ଦେଶ କଶ୍ମୀରକୁ ସେ ଗର୍ବିତ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ସେ ୨୫ଟି ଲେଖା ଏବଂ ୯ଟି କ୍ଷୁଦ୍ରଗଳ୍ପ ଲେଖିଛନ୍ତି।
ତାଙ୍କ ପିତା କୁହନ୍ତି, ପୁଅ ନିଶ୍ଚିତ ଦିନେ ବଡ଼ ଲେଖକ ହେବ। ତାଙ୍କ ନିକଟରେ ସମସ୍ତ ପ୍ରକାର ସାମର୍ଥ୍ୟ ରହିଛି। ଗ୍ରାମାଞ୍ଚଳରେ ରହି ଜଣେ ବାଳକ ଏପରି ଉଚ୍ଚାଭିଳାଷୀ ହେବା ନିଶ୍ଚିତ ବଡ଼ କଥା। ତେଣୁ ସେ ତାଙ୍କ ପୁଅ ପାଇଁ ଗର୍ବିତ। ସେ ଚାହୁଁଛନ୍ତି ତାବିନ୍‌ ଜୀବନରେ ଯାହା କରିବାକୁ ଚାହୁଁଛନ୍ତି କରନ୍ତୁ। ସେ ତାଙ୍କୁ ସର୍ବଦା ସମର୍ଥନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଗର୍ଲଫ୍ରେଣ୍ଡ ରୁମରେ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ, ବିବାହର ୩ ମାସ ପରେ…

ଚଣ୍ଡିଗଡ, ୨୫।୫: ହରିୟାଣାର ଗୁରୁଗ୍ରାମର ମାନେସରରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନବବିବାହିତା ମହିଳାଙ୍କୁ ତାଙ୍କ ବିବାହର ମାତ୍ର ତିନି…

ଗୁଲମାର୍ଗରେ ଅଟକିଲା ରୋପଓ୍ବେ; ଫସିଲେ ୩୦୦ ପର୍ଯ୍ୟଟକ, ଆଉ ତାପରେ…

ଶ୍ରୀନଗର,୨୫।୫: ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଖବର ଲେଖାଯିବା ସୁଦ୍ଧା…

ଆଉ ପାଦେ ଆଗକୁ ବଢିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର: ଏଣିକି ପର୍ଯ୍ୟଟଙ୍କୁ ମିଳିବ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର…

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri