Posted inଫୁରସତ

ଲେଖିକା-ନାୟିକା -ନିର୍ଦ୍ଦେଶିକା ଭାସ୍ବତୀ ବସୁ

ମୁହୂର୍ତ୍ତରେ ଜିଅନ୍ତି, କବିତା ତାଙ୍କ କଥା କୁହେ। ହେଲେ ସେ କିନ୍ତୁ ଅଭିନୟ ପ୍ରେମରେ। ଜୀବନକୁ ନିଜ ଭାବରେ ମନଭରି ଜିଇବାରେ ବିଶ୍ୱାସ ରଖୁଥିବା ଏହି ଅଭିନେତ୍ରୀ ନିର୍ଦ୍ଦେଶିକା ହେଲେ ଭାସ୍ବତୀ ବସୁ। ଅନେକେ ତାଙ୍କୁ ଜଣେ ଭଲ ଅଭିନେତ୍ରୀ ଭାବେ ଜାଣନ୍ତି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଯେମିତି ବଳିଷ୍ଠ ତାଙ୍କର ଅଭିନୟ ସେମିତି ବଳିଷ୍ଠ ତାଙ୍କର ଲେଖନୀ ଚାଳନା।

ଜନ୍ମ ଭୁବନେଶ୍ୱରର ବାପୁଜୀ ନଗରରେ। ପିତା ଅସୀମ ବସୁଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ମଧ୍ୟରେ ଭାସ୍ବତୀ ହେଉଛନ୍ତି ସବା ସାନ। ପିଲାବେଳେ ଅଭିନୟର ଗୋଟେ ଜବରଦସ୍ତ ଇଚ୍ଛା ନ ଥିଲା ତାଙ୍କ ଭିତରେ। ଦଶମ ଶ୍ରେଣୀ ପାସ୍‌ ପରେ ଆଉ ଇଚ୍ଛା ହିଁ ନ ଥିଲା ଗୁଡ଼ାଏ ପଢ଼ିବାକୁ। ତେଣୁ ପାଠରୁ ମୁକ୍ତି ପାଇଁ ସେ ଚାହିଁଲେ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢ଼ିବେ ଆଉ ନାଟକ କରିବେ। କିନ୍ତୁ ଜଣା ନ ଥିଲା ଯେ ନାଟକ ପାଇଁ ବି ବହୁତଗୁଡ଼ାଏ ପଢ଼ିବାକୁ ପଡ଼େ। ତଥାପି ପଢ଼ିଲେ, ଆଉ ମଞ୍ଚ ସଜ୍ଜାରେ ସ୍ନାତକୋତ୍ତର କଲେ, ଯେଉଁଥିରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ସମୟରେ ସେ ବିଭିନ୍ନ ନାଟକରେ ତ ଅଭିନୟ କରିଥିଲେ କିନ୍ତୁ ଦୁଃଖ ଥିଲା ପିତା ଅସୀମ ବସୁ ତାଙ୍କୁ କେବେ ବି ତାଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବାକୁ ଦେଉ ନ ଥିଲେ। ଅଥଚ ଭାସ୍ବତୀ ସେତେବେଳେ ଜଣେ ଅଭିନେତ୍ରୀଭାବେ ପରିଚିତି ପାଇ ସାରିଥିଲେ। ଏ ସମ୍ପର୍କରେ ଭାସ୍ବତୀ କହନ୍ତି ”ବୋଧହୁଏ ବାବୁଜୀ (ଅସୀମ ବସୁ) ଙ୍କର ମୋ ଅଭିନୟ ଉପରେ ଭରସା ନ ଥିଲା। ବହୁତ ବର୍ଷ ପରେ ‘ଉତ୍ତରପୁରୁଷ’ର ଏକ ନାଟକ ହେଉଥିଲା- ‘ଜଣେ ରାଜା ଥିଲେ’। ସେଥିରେ ଗୋଟେ ଚରିତ୍ର ଥିଲା ‘ଦେବୀ’; ଯାହାର କୌଣସି ଡାଏଲଗ୍‌ ନ ଥିଲା, ଶେଷରେ କେବଳ କାନ୍ଦିବାର ଥିଲା। ବୋଧହୁଏ ସେଥିପାଇଁ ବାବୁଜୀ ରାଜି ହୋଇଗଲେ। ଶେଷରେ ଯେଉଁ କାନ୍ଦିବାର ଥିଲା ସେଇଟା ବୋଧେ ତାଙ୍କ ମନକୁ ଛୁଇଁଗଲା; ଯେଉଁଥିପାଇଁ ତା’ପରେ ସେ ତାଙ୍କ ନାଟକରେ ମତେ ଅଭିନୟ କରିବାର ସୁଯୋଗ ଦେଲେ। ଭରସା ଆସିଗଲା ବୋଧହୁଏ ମୋ ଅଭିନୟରେ।“ କଲେଜ ସମୟରେ ଭାସ୍ବତୀ ନାଟକ କରିବା ସହ ଛୋଟ ପିଲାମାନଙ୍କୁ ନେଇ ଏକ ନାଟ୍ୟ ସଙ୍ଗଠନ ଗଢ଼ି ନାଟ୍ୟ ନିର୍ଦ୍ଦେଶନା ବି ଦେଉଥିଲେ। ହେଲେ କଲେଜ ପରେ କିଛି ବର୍ଷ ସେ ନାଟକଠାରୁ ଯେମିତି ଦୂରେଇ ଗଲେ। ଆଉ ଫେରିଲେ ବିବାହ ପରେ ସ୍ବାମୀଙ୍କ ପ୍ରେରଣାରେ। ୨୦୦୨ ମସିହାରେ ବିଜୟ ମଣ୍ଡଳଙ୍କ ସହ ବିବାହ ହୁଏ ଭାସ୍ବତୀଙ୍କର। ନିହାତି ଭାବରେ ପ୍ରେମ ବିବାହ। ଭାସ୍ବତୀ ଓ ବିଜୟଙ୍କର ଦେଖାହୁଏ ୧୯୯୭ ମସିହାରେ ଏକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟରେ। ସେଠାରେ ଭାସ୍ବତୀଙ୍କର ଭାଇ ବିଜୟଙ୍କ ସହ ପରିଚୟ କରାଇ ଦେଇ କହନ୍ତି ‘ଦେଖ ବିଜୟ କେମିତି ଲେଖୁଛି ପୁଣି ଚାକିରି ବି କରୁଛି।’ ସେହି ବୟସରେ ଲେଖାଲେଖି କରିବା ପୁଣି ଚାକିରି କରିବା ଭାସ୍ବତୀଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଥିଲା। ସମୟକ୍ରମେ ଦୁହିଁଙ୍କ ଭିତରେ ବନ୍ଧୁତା ଗଢ଼ି ଉଠିଲା। ସେ ସମୟରେ ଭାସ୍ବତୀ କୌଣସି କାରଣରୁ ମାନସିକ ଅବସାଦ ଭିତରେ ଥିଲେ। ଆଉ ସେ ବଞ୍ଚିବାକୁ ବି ଚାହୁଁ ନ ଥିଲେ; ଯେଉଁଥିରୁ ତାଙ୍କୁ ବିଜୟ ହିଁ ବାହାର କରିଥିଲେ। ବିଜୟଙ୍କ ଭରସା ଆଉ ଭଲପାଇବା ହିଁ ତାଙ୍କୁ ଭାସ୍ବତୀରୁ ଅଭିନେତ୍ରୀ ଭାସ୍ବତୀ ବସୁରେ ରୂପାନ୍ତରିତ କରିଥିଲା। ବଞ୍ଚିବାକୁ ଚାହୁଁ ନ ଥିବା ଝିଅଟି ପୁଣି ସ୍ବପ୍ନ ଦେଖିଲା ବିଜୟଙ୍କୁ ନେଇ ସଂସାର କରିବାର। ସ୍ବାମୀ ଶାଶୁ ଶ୍ୱଶୁରଙ୍କୁ ନେଇ ଏକ ସୁନ୍ଦର ସଂସାର ବି ଗଢ଼ିଲେ ଭାସ୍ବତୀ। କିନ୍ତୁ ସ୍ବାମୀ କହିଲେ, ତମେ ପୁଣି ଥରେ ଅଭିନୟ କର। ସେଥିରେ ଭାସ୍ବତୀଙ୍କର ଉତ୍ତର ଥିଲା ‘ମୁଁ ଅଭିନୟ କଲେ ଘର କିଏ ସମ୍ଭାଳିବ ?’ ବିଜୟ କହିଥିଲେ ‘ରୋଷେଇ ତ କିଏ ବି କରିପାରିବ କିନ୍ତୁ ଅଭିନୟ କେବଳ ତମେ ହିଁ ପାରିବ।’ ବାସ୍‌ ସେହି କଥା ପଦକରେ ଭାସ୍ବତୀ ପୁଣି ଫେରିଥିଲେ ଅଭିନୟ ଦୁନିଆକୁ; ଯେଉଁଥିରେ ଆସେ ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର, ୨୦ଟି ଧାରାବାହିକ, ୫୦ରୁ ଊର୍ଦ୍ଧ୍ୱ ନାଟକର ନିର୍ଦ୍ଦେଶନା। ତେବେ ଅଭିନୟ କଥା କହିଲେ ‘ଭାଗ୍ୟବିଧାତା’ର ‘ପାର୍ବତୀ’ ହେଉ କି ସାଧୁ ମେହେରଙ୍କ ‘ନୀଳ ମାଷ୍ଟ୍ରାଣୀ’ର ‘ନୀଳ’ଅବା ‘କଥାନ୍ତର’ର ‘ରୂପା’, ସବୁ ଚରିତ୍ର ଭିତରେ ସେ ଏମିତି ଭାବରେ ମିଶି ଯାଆନ୍ତି ଯେ ଲୋକଙ୍କ ପାଖରେ ସେ ସେହି ନାଁରେ ହିଁ ରହିଯାନ୍ତି। ଏବେ ବି ତାଙ୍କୁ ଦେଖିଲେ ଅନେକ ସମୟରେ ଲୋକେ ନୀଳ ମାଷ୍ଟ୍ରାଣୀ ହିଁ ଡାକନ୍ତି। ଅନେକ ସମ୍ମାନରେ ସମ୍ମାନିତା ଭାସ୍ବତୀଙ୍କୁ କିନ୍ତୁ ଅଧିକ ପରିଚିତି ଦେଇଥିଲା ହିମାଂଶୁ ଖଟୁଆଙ୍କର ୧୯୯୯ ମହାବାତ୍ୟା ଉପରେ ଆଧାରିତ ଚଳଚ୍ଚିତ୍ର ‘କଥାନ୍ତର’। ଦେଶ ବିଦେଶର ଅନେକ ସମାରୋହରେ ଏହାକୁ ଅନେକ ପ୍ରଶଂସା ମିଳିଥିବାବେଳେ ଭାସ୍ବତୀଙ୍କୁ ମିଳିଥିଲା ୨୦୦୫ ମସିହା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଅଭିନୟ ପ୍ରେମରେ ପଡିଥିବା ଭାସ୍ବତୀ ଅଭିନେତ୍ରୀ ହିସାବରେ କାହାଣୀର ପ୍ରତ୍ୟେକ ଚରିତ୍ରକୁ ଭଲ ତ ପାଆନ୍ତି, କିନ୍ତୁ ଚରିତ୍ରକୁ ନେଇ ବେଳେବେଳେ ଟିକେ ଚୁଜି ମଧ୍ୟ ହେଇଯାନ୍ତି। ‘ଭୂମିକା’ ଫିଲ୍ମର ସ୍ମିତା ପାଟିଲଙ୍କ ଚରିତ୍ର ପରି ଚରିତ୍ରଟିଏରେ ଅଭିନୟ କରିବାର ଇଚ୍ଛାଟିଏ ରହିଛି ଏବେ ବି ମନ ଭିତରେ। ଆଉ ନାଟ୍ୟ ନିର୍ଦ୍ଦେଶନା କଥା ଆସିଲେ ଭାସ୍ବତୀଙ୍କର ସବୁଠୁ ବଡ଼ ଖୁସି ଥିଲା ତାଙ୍କ ନିର୍ଦ୍ଦେଶନାରେ ତାଙ୍କ ବାବୁଜୀ ଅଭିନୟ କରିବା। ଏହା ବାଦ ସେ ଦୁଇଟି ନାଟକ ମଧ୍ୟ ଲେଖିଛନ୍ତି। ତେବେ ଅଭିନୟ କ୍ଷେତ୍ରକୁ ବାଦ ଦେଲେ ଭାସ୍ବତୀଙ୍କର ଆଉ ଗୋଟିଏ ବଡ଼ ପରିଚୟ ହେଲା ସେ ଜଣେ ଲେଖିକା ଓ କବି। ଏମିତି କିଛିଟା ଲେଖାଲେଖି କରୁଥିବା ଭାସ୍ବତୀ ତାଙ୍କ ବାବୁଜୀଙ୍କର ମୃତ୍ୟୁ ପରେ ହିଁ ଅଧିକରୁ ଅଧିକ ଲେଖାରେ ମନୋନିବେଶ କଲେ। ଭାସ୍ବତୀ କୁହନ୍ତି ”ଛୋଟବେଳେ ଅନ୍ୟ ପିଲାଙ୍କ ପରି ମୁଁ ମୋ ବାପାଙ୍କୁ ସେତିକି ପାଇ ପାରୁ ନ ଥିଲି। ସେ ଆମ ପାଖରେ ସବୁବେଳେ ରହୁ ନ ଥିଲେ। ଯେତେବେଳେ ସେ ଅସୁସ୍ଥ ହେଲେ ଆସି ଆମ ପାଖରେ ରହିଲେ। ମୁଁ ହିଁ ତାଙ୍କ ସହିତ ଖୁବ୍‌ ବେଶି ଅନ୍ତରଙ୍ଗ ହୋଇଗଲି। ଏମିତି କିଛିକଥା ନାହିଁ ଯାହା ମୁଁ ବାବୁଜୀଙ୍କ ସହ କଥା ହୋଇପାରୁ ନ ଥିଲି। ପରସ୍ପରକୁ ଖୁବ୍‌ ବେଶି ଖୋଜୁଥିବା ବାବୁଜୀ ଦିନେ ଆମକୁ ଛାଡ଼ି ଚାଲିଗଲେ। ତାଙ୍କ ଯିବା ପରେ ମୋତେ

ଲାଗିଲା ମୁଁ ଯେମିତି ଶୂନ୍ୟ ହୋଇଗଲି। ରାତିରେ ନିଦ ହୁଏନି। ସେତେବେଳେ ଖୁବ୍‌ କବିତା ଲେଖେ। ମୋ ନିଜ କଥା ଯାହା ନ କହିଲେ ମୁଁ ରହିପାରିବିନି ସେଇଟା କବିତା ଭାବରେ ପ୍ରକାଶ କରେ। ଏହି କବିତାକୁ ନେଇ ୨୦୧୭ ଅକ୍ଟୋବରରେ ମୋର ପ୍ରକାଶିତ ବହି ‘ବାଦ୍‌ଶାହା ଓ ପ୍ରେମିକା’।“ ଏବେ ଭାସ୍ବତୀ ଇଭେଣ୍ଟ ପବ୍ଲିକେଶନର ପ୍ରକାଶକ ପ୍ରକାଶ ମହାପାତ୍ରଙ୍କ କଥା ରକ୍ଷାକରି ଲେଖୁଛନ୍ତି ଆତ୍ମଜୀବନୀ ‘ରାସ୍ତା’। ଜଣେ ଭଏସ୍‌ ଓଭର୍‌ ଆର୍ଟିଷ୍ଟ ଭାବରେ ମଧ୍ୟ ଭାସ୍ବତୀଙ୍କର ଖୁବ୍‌ ନାଁ ରହିଛି। ସ୍ବାମୀ ବିଜୟ ଓ ଝିଅକୁ ନେଇ ଏକ ପରିପୂର୍ଣ୍ଣ ଜୀବନ ଜିଉଥିବା ଭାସ୍ବତୀଙ୍କର ଜୀବନକୁ ନେଇ କୌଣସି ଅବସୋସ କି ଅଭିଯୋଗ ନାହିଁ। କାରଣ ସେ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଭଲପାଇ ଜିଇବାରେ ବିଶ୍ୱାସ କରନ୍ତି।

-ରୋଜାଲିନ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?