Posted inଫୁରସତ

ମା’ ଆଣିଥିଲା ଦାନ୍ତ କାଠି

ମେଡିକାଲର ପାଖ ବେଡ୍‌ । କୁନି ପୁଅଟେ ଶୋଇଥାଏ । କ୍ଷୀଣ ଶରୀର, ହସହସ ମୁହଁ, ପାଖରେ କେହି ନାହଁି । ମଝିରେ ମଝିରେ ଡାକ୍ତର ଆସି ହାଲ୍‌ ପଚାରି କିଛି ଔଷଧ ଦେଇ ଫେରିଯାଉଥାନ୍ତି। ପିଲାଟିକୁ ପଚାରିଲି ବାପରେ କ’ଣ ହୋଇଛି ତୋର । ନିରୀହ ଆଖିରେ ବଲ ବଲ କରି ମୋ ମୁହଁକୁ ଚାହିଁଲା । ଧୀରେ କହିଲା, ଜାଣିନି । ବାସ୍‌ ଏତିକି କହିବା ବେଳକୁ ସେ ହାଲିଆ ଲାଗୁଥିଲା ।

ଅପେକ୍ଷା କଲି ଡାକ୍ତର ଆସିଲେ ପଚାରିବି । ଉପରବେଳା ରାଉଣ୍ଡରେ ଡାକ୍ତର ଆସିଲେ। ପିଲାଟିର ସ୍ବାସ୍ଥ୍ୟ ପରୀକ୍ଷା କଲେ । ଏହାପରେ ନର୍ସ କିଛି ମେଡିସିନ ଖୁଆଇଦେଲେ । ଏତିକି ବେଳେ ମୁଁ ଡାକ୍ତରଙ୍କ ପାଖକୁ ଯାଇ ପଚାରିଲି, ସାର୍‌ ପିଲାଟିର କ’ଣ ହୋଇଛି । ଡାକ୍ତରଙ୍କ ଉତ୍ତର ଥିଲା ରକ୍ତ ଅଭାବ। ମୁଁ କହିଲି, ଯଦି ଡୋନର୍‌ ମିଳୁନାହାନ୍ତି ତେବେ ମୁଁ ଦେବାକୁ ରାଜି ଅଛି । କିନ୍ତୁ ଡାକ୍ତରଙ୍କ ଉତ୍ତର ମୋତେ ଆଶ୍ୱର୍ଯ୍ୟ କରିଥିଲା । ସେ କହିଲେ, ପିଲାଟିର ବ୍ଲଡ ଗ୍ରୁପ ଅତି ବିରଳ । ସାରା ଦୁନିଆରେ ଏହି ବିରଳ ରକ୍ତ ବହୁତ କମ୍‌ ଲୋକଙ୍କ ଶରୀରରେ ଥାଏ। ବ୍ଲଡ ଗ୍ରୁପର ନାଁ ପଚାରି କାଗଜରେ ଟିପିଦେଲି । ପିଲାଟିର ଗାଁ, ନାଁ ଓ ଠିକଣା ବି ଡାକ୍ତରଙ୍କ ଚିଠାରୁ ଟିପିନେଲି । ମନରେ ପ୍ରଶ୍ନ ଆସିଲା ପିଲାଟିର ପରିବାର ସହ ଯୋଗାଯୋଗ କଲେ ସମସ୍ୟାର ସମାଧାନ ହୋଇପାରନ୍ତା । ଅନ୍ୟ ୱାର୍ଡକୁ ଯାଉଥିବା ବେଳେ ଡାକ୍ତରଙ୍କୁ ଦଉଡି ଯାଇ ଏକଥା ପଚାରିଲି । ସେ କହିଲେ, ‘ହୁଏତ ସମାଧାନ ହୋଇପାରେ। ହେଲେ ପିଲାଟିର ଘର ଅବିଭକ୍ତ କୋରାପୁଟର ବଣ ମୁଲକରେ । ଯୋଗାଯୋଗ କରିବା ମୁସ୍କିଲ।’ ଏତିକି ବେଳେ ଡାକ୍ତର କହୁ କହୁ କହିଦେଲେ ଯେ, ଆମ ହାତରେ ଆଉ ମାତ୍ର ୨ ଦିନ ସମୟ । ଏହି ସମୟ ଭିତରେ ରକ୍ତ ଯୋଗାଡ ହୋଇ ନ ପାରିଲେ ଭଗବାନ ହିଁ ଭରସା। ଡାକ୍ତରଙ୍କ ମୁହଁରୁ ଏତିକି ଶୁଣିବା ବେଳକୁ ମୋ ଆଖି ଜକେଇ ଆସିଥିଲା, ନିରୀହ କୁନି ପିଲାର ମୁହଁ ଆଖି ଆଗରେ ନାଚିଯାଉଥିଲା। ଭାବିଲି ମୁଁ କ’ଣ କିଛି କରିପାରିବି ନାହିଁ । ଏତିକି ବେଳେ ଅବିଭକ୍ତ କୋରାପୁଟ ଜିଲାର ଏକ କଲେଜରେ ମୋର ଜଣେ ସାଙ୍ଗ ଅଧ୍ୟାପକ ଥିବା କଥା ମନେପଡ଼ିଗଲା । ମନରେ ଆଶା ନେଇ ତାକୁ ଫୋନ୍‌ କଲି । ସବୁ କଥା କହିବା ପରେ ପିଲାଟିର ଗାଁ ଠିକଣା ଦେଲି ।

ପିଲାଟିର ପରିବାର ଲୋକଙ୍କୁ ଟିକିଏ ଭୁବନେଶ୍ୱର ପଠାଇବା ବ୍ୟବସ୍ଥା କରିଦେବାକୁ ଅନୁରୋଧ କଲି । ମୋ କଥା ସରିବା ଆଗରୁ ସେ ହଁଟିଏ ଭରିଲା । ବାସ୍‌ ମୋତେ ଲାଗୁଥିଲା ଏବେ ଆଉ କିଛି ଅସୁବିଧା ନାହିଁ । ମୋ ସାଙ୍ଗ ଘରଠାରୁ ପିଲାଟିର ଗାଁ ପାଖାପାଖି ୨୦ରୁ ୨୫ କିଲୋମିଟର ହେବ । ୨ରୁ ୩ଟି ପାହାଡ ଅତିକ୍ରମ କରି ଚାଲିଚାଲି ଯିବାକୁ ପଡ଼ିବ । ସାଙ୍ଗ ପାଖରୁ ଏତିକି ଶୁଣିବା ପରେ ମୁଁ ତାକୁ କହିଲି, ପାରିବୁ ଯଦି ଚେଷ୍ଟାକର । ତା’ ସହ ମୋର ଫୋନରେ ଯୋଗାଯୋଗ ଥାଏ । ତା’ ପରଦିନ ସକାଳୁ ସକାଳୁ ସାଙ୍ଗର ଫୋନ ଆସିଲା । କହିଲା ପିଲାଟିର ମାଆ ଓ ଭଉଣୀଙ୍କୁ ଟିକଟ କରି ବସରେ ବସେଇ ଦେଇଛି ା ଆଜି ସଂଧ୍ୟାସୁଦ୍ଧା ବୋଧେ ଭୁବନେଶ୍ୱରରେ ପହଞ୍ଚି ଯିବେ । ଓଃ… ମନରେ ଟିକିଏ ଆଶାର କିରଣ ଦେଖାଦେଲା । ଆଉ ପିଲାଟିର କିଛି ହେବନି । ଏପଟେ ମୁଁ କିଛି ସ୍ବେଚ୍ଛାସେବୀଙ୍କୁ ବ୍ଲଡ ଗ୍ରୁପ ବାବଦରେ କହି ଯୋଗାଯୋଗ କରୁଥିଲି । ସଞ୍ଜ ନଇଁଲା ବେଳକୁ ବସ୍‌ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଥିଲା । ମାଆ ଓ ଭଉଣୀ ହସ୍‌ପିଟାଲକୁ ଆସିଲେ । ଏମାନଙ୍କୁ ଦେଖୁଦେଖୁ ପରିଚୟ ପଚାରିବା ସହ ଡାକ୍ତରଙ୍କ ପାଖକୁ ଦଉଡ଼ିଲି । କହିଲି ସାର୍‌, ସମସ୍ୟାର ସମାଧାନ ହୋଇଯିବ । ପିଲାଟିର ମାଆ ଓ ଭଉଣୀ ଆସିଲେଣି, ୨ ଜଣଙ୍କ ରକ୍ତ ପରୀକ୍ଷା କରିବାକୁ ଡାକ୍ତରଙ୍କୁ କହିଲି । ଆଶା ନିଶ୍ଚିତ ବ୍ଲଡ ଗ୍ରୁପ ମ୍ୟାଚ କରିବ। ମନେମନେ ଭଗବାନଙ୍କୁ କୃତଜ୍ଞତା ଜଣାଉଥିଲି । ମୋ କଥା ଶୁଣି ଡାକ୍ତର ବି ତପତ୍ରତା ପ୍ରକାଶ କଲେ । ନର୍ସଙ୍କୁ କହି ୨ ଜଣଙ୍କ ରକ୍ତ ପରୀକ୍ଷା କରାଗଲା । କିଛିସମୟ ପରେ ନର୍ସ ଆସି ନିରାଶା ବାଣୀ ଶୁଣାଇଲେ, କହିଲେ ଆଜ୍ଞା ଗ୍ରୁପ୍‌ ମ୍ୟାଚ କରୁନି । ସେତେବେଳକୁ ମଁୁ ଭାଙ୍ଗିପଡିଥିଲି । ଡାକ୍ତରଖାନା ୱାର୍ଡ ବାହାରକୁ ଯାଇ ଶେଷ ଆଶା ସ୍ବେଚ୍ଛାସେବୀଙ୍କୁ ପୁଣି ଯୋଗାଯୋଗ କଲି । ସେପଟୁ ଉତ୍ତର ଆସିଲା, ଆଉ ୧୦ରୁ ୧୫ ମିନିଟ ଭିତରେ କିଛି ଗୋଟେ ଖବର ମିଳିଯିବ। ଆମେ ଆପଣଙ୍କୁ କଲ୍‌ ବ୍ୟାକ କରିବୁ ବୋଲି ସେ ମୋତେ କହିଲେ । ଡାକ୍ତର ଦେଇଥିବା ସମୟ ସରି ଆସିବା ସହ ପିଲାଟି ଧୀରେଧୀରେ ନିସ୍ତେଜ ହେଉଥିଲା । ଡାକ୍ତରଖାନା ବାରଣ୍ଡାରେ ମୁ ଏପାଖ ସେପାଖ ଚିନ୍ତାରେ ଚାଲୁଥାଏ । ଠିକ୍‌ ୫ ମିନିଟ୍‌ ପରେ କଲ୍‌ ବ୍ୟାକ କଲେ ଜଣେ ସ୍ବେଚ୍ଛାସେବୀ । କହିଲେ, ବେଙ୍ଗାଲୁରୁରେ ଥିବା ଜଣେ ଓଡ଼ିଆଙ୍କର ଏହି ବିରଳ ବ୍ଲଡ ଗ୍ରୁପ। ତାଙ୍କ ଘର କଟକ ଓ ସେ ଆଜି ଘରକୁ ଆସିଛନ୍ତି । ସେ ରକ୍ତ ଦେବାକୁ ରାଜି ଅଛନ୍ତି। ପିଲାଟିର ମେଡିକାଲ ବେଡ୍‌ ଠିକଣା ଦେଲେ ଆମେ ବ୍ୟବସ୍ଥା କରିବୁ ବୋଲି ସେ ଆଶ୍ୱାସନା ଦେଲେ। ଭଗବାନଙ୍କୁ ମନେ ମନେ କୃତଜ୍ଞତା ଜଣାଇ ମେଡିକାଲ ବେଡ୍‌ ପାଖକୁ ଆସିଲି । ଦେଖିଲି ବେଡ୍‌ ଉପରେ ପିଲାଟି ବସି କ’ଣ ଗୋଟେ କାଠିକୁ ଚୋବୋଉଛି। ପିଲାଟିର ମାଆକୁ ପଚାରିଲି ଏଇଟା କ’ଣ । ଆଦିବାସୀ ମିଶା ଓଡ଼ିଆରେ କହିଲେ ବାପରେ, ଏଇଟା ଔଷଧ ଦାନ୍ତ କାଠି । ଏଇଟା ଚୋବେଇଲେ ଦେହରେ ରକ୍ତ ହେବ । ଅସହାୟ ମାଆର ଦାନ୍ତକାଠି ଔଷଧ ବୋଧେ ପିଲାଟିକୁ ଅଧା ଭଲ କରିଦେଇଥିଲା । ସେପଟେ ରାତିସୁଦ୍ଧା ସ୍ବେଚ୍ଛାସେବୀଙ୍କ ଦ୍ୱାରା ଯୋଗାଡ଼ ସେହି ବିରଳ ଗ୍ରୁପ୍‌ର ରକ୍ତ ବି ପିଲାଟିର ଶରୀରକୁ ଯାଇସାରିଥିଲା ।

-ଅଜିତ କୁମାର ସାହୁ
-ତୁମୁଡିବନ୍ଧ, କନ୍ଧମାଳ, ମୋ: ୯୪୩୭୨୧୬୯୨୬


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?