Posted inଖେଳ

ସର୍ବସାଧାରଣରେ ରେସଲରଙ୍କୁ ଚାପୁଡ଼ା ମାରିଲେ ଫେଡେରେଶନ ମୁଖ୍ୟ

ରାଞ୍ଚି,୧୭।୧୨: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରନ ସିଂ ସର୍ବସାଧାରଣରେ ଜଣେ ରେସଲରଙ୍କୁ ଚାପୁଡ଼ା ମାରିଛନ୍ତି। ସ୍ଥାନୀୟ ଶହୀଦ ଗନପତ ରାଇ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୧୫ ବର୍ଷରୁ କମ୍‌ ଜାତୀୟ ରେସଲିଂ ଚାମ୍ପିୟନଶିପ୍‌ ବେଳେ ଘଟିଛି ଏଭଳି ଘଟଣା। ଘଟଣା ପରେ ଉତ୍ତରପ୍ରଦେଶର ଅନେକ ରେସଲର ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟଙ୍କ କାର୍ଯ୍ୟକୁ ବିରୋଧ କରିବା ସହ କ୍ଷମାପ୍ରାର୍ଥନା ଦାବି କରିଥିଲେ। ଶେଷରେ ଝାଡ଼ଖଣ୍ଡ ରେସଲିଂ ଆସୋସିଏଶନ ସଭାପତି ଭୋଲାନାଥ ସିଂଙ୍କ ସମେତ ଅନ୍ୟମାନଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ଓହରିଥିଲେ ରେସଲର।

ବୟସ ଯାଞ୍ଚ ବେଳେ ଉତ୍ତରପ୍ରଦେଶର ଜଣେ ରେସଲରଙ୍କ ବୟସ ୧୫ ବର୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଥିଲା। ଏଣୁ ତାଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ମିଳି ନ ଥିଲା ଅନୁମତି। ପ୍ରଥମେ ଉକ୍ତ ରେସଲର ଏହା ବିରୋଧରେ ଅଭିଯୋଗ କରିଥିଲେ। ପରେ ଷ୍ଟେଜ ଉପରକୁ ଯାଇ ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ସହ ଯୁକ୍ତି କରିଥିଲେ।

ଉକ୍ତ ରେସଲରଙ୍କୁ ରିଙ୍ଗରୁ ଓହ୍ଲାଇବାକୁ କୁହାଯାଇଥିଲା। କିନ୍ତୁ ସେ ତାହା କରିବାକୁ ମନା କରିବା ସହ ଷ୍ଟେଜ ଉପରେ ଚିତ୍କାର କରିଥିଲେ। ଏଥିଯୋଗୁ ବ୍ରିଜଭୂଷଣ ଉତ୍ତ୍ୟକ୍ତ ହୋଇ ସର୍ବସମ୍ମୁଖରେ ରେସଲରଙ୍କୁ ଚାପୁଡ଼ା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍କୁଲ୍ ପାଖରେ ଥିବା ମଦ ଦୋକାନ ଉଠାଇବାକୁ ହାଇକୋର୍ଟ ଦ୍ୱାରସ୍ତ ହେଲେ ୫ ବର୍ଷୀୟ ବାଳକ

ନୂଆଦିଲ୍ଲୀ,୨୪।୨: ସ୍କୁଲ ନିକଟରେ ଥିବା ମଦ ଦୋକାନକୁ ଉଠାଇବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ପାଞ୍ଚ ବର୍ଷର ଛାତ୍ର। ପିଲା ଜଣକ ତାଙ୍କ ପିତାଙ୍କ...

ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଢିଲା ସମସ୍ୟା

ନୂଆଦିଲ୍ଲୀ,୨୪।୨: ଡେଭିଡ ୱାର୍ନର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ସିରିଜର ତୃତୀୟ ତଥା ଶେଷ ମ୍ୟାଚରୁ ବାଦ୍‌ ପଡିଛନ୍ତି। ୱାର୍ନରଙ୍କ ଆଘାତ ଆଇପିଏଲ...

ମହିଳା ହକି ଦଳର ମୁଖ୍ୟ ମୁଖ୍ୟ କୋଚ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୪ା୨: ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌ ଜାନେକ୍‌ ସ୍କୋପ୍‌ମାନ ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଜାତୀୟ ମହାସଂଘ ତାଙ୍କ କଥାକୁ ଗୁରୁତ୍ୱ...

ବାପୁଜୀ, ରାମେଶ୍ୱର ସ୍ପୋର୍ଟିଂ ବିଜୟୀ

ଭୁବନେଶ୍ୱର, ୨୪।୨(ତପନ ସ୍ବାଇଁ): ମୁନ୍‌ ଲାଇଟ୍‌ ୟୁଥ୍‌ କ୍ରିକେଟ କ୍ଲବ ଆନୁକୂଲ୍ୟରେ ବିଜେବି କଲେଜ ପଡ଼ିଆରେ ଚାଲିଥିବା ୭ମ ନବ ଦାସ ଓ ୩ୟ ପ୍ରଶାନ୍ତ...

ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୨୪।୨ ଦୁବାଇରେ  ଚାଲିଥିବା ଫ୍ରେଣ୍ଡଶିପ୍‌ ଦୃଷ୍ଟିବାଧିତ ଟି୨୦ କ୍ରିକେଟ ସିରିଜର ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭାରତ ୪୬ ରନରେ ପାକିସ୍ତାନକୁ ପରାସ୍ତ କରିଛି।...

ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ, ୨୪।୨: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ...

ମ୍ୟାଚ୍‌ ଖେଳୁଥିବା ସମୟରେ ହଠାତ୍‌ ଆସଲା ହାର୍ଟ ଆଟାକ୍‌, ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ

ବେଙ୍ଗାଲୁରୁ,୨୩।୨: ମ୍ୟାଚ ସମୟରେ ଘଟିଛି ହୃଦୟ ବିଦାରକ ଘଟଣା। ଖେଳିବାବେଳେ ହାର୍ଟଆଟାକ୍‌ରେ ଚାଲିଗଲା ଯୁବ କ୍ରିକେଟରଙ୍କ ଜୀବନ । କର୍ନାଟକ କ୍ରିକେଟର ହୋୟଶାଳା ଓ୍ବାଇସିଙ୍କ ହାର୍ଟ...

IND-ENG ଚତୁର୍ଥ ଟେଷ୍ଟ: ରୁଟ୍‌ଙ୍କ ଶତକ, ଇଂଲଣ୍ଡ ସ୍କୋର୍‌ ୩୦୨/୭

ରାଞ୍ଚତ୍, ୨୩।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଚତୁର୍ଥ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଜୋ ରୁଟ୍‌ଙ୍କ ଅପରାଜିତ ଶତକ ସହାୟତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri