Posted inଖେଳ

ରେସଲର ହତ୍ୟା ମାମଲା:ସୁଶୀଲଙ୍କୁ ଜାମିନ ମିଳିଲାନି

ନୂଆଦିଲ୍ଲୀ, ୧୯ା୫(ପି.ଟି.)-ସ୍ଥାନୀୟ ଏକ କୋର୍ଟ ଫେରାର ଥିବା ଅଲିମ୍ପିକ ପଦକ ବିଜେତା ରେସ୍‌ଲର ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ଛତ୍ରସାଲ ଷ୍ଟାଡିୟମରେ ଜଣେ ରେସଲରଙ୍କୁ ହତ୍ୟା ଘଟଣାରେ ସୁଶୀଲ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତାଙ୍କ ବିରୋଧରେ ହତ୍ୟା, ଅପହରଣ ଓ ଆପରାଧିକ ଷଡ଼ଯନ୍ତ୍ର ମାମଲା ଦରଜ ହୋଇଥିବାରୁ ଅତିରିକ୍ତ ସେସନ ଜଜ୍‌ ଜଗଦୀଶ କୁମାର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସୁଶିଲ ହେଉଛନ୍ତି ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ। ଅନ୍ୟ କେତେଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି। ତେଣୁ ତାଙ୍କୁ ଜାମିନ ମିଳିବ ନାହିଁ ବୋଲି ବିଚାରପତି ଦର୍ଶାଇଥିଲେ। ଜାତୀୟ ରାଜଧାନୀରେ ଅବସ୍ଥିତ ଛତ୍ରସାଲଷ୍ଟାଡିୟମ ପରିସରରେ ମେ’ ୪ରେ ଘଟିଥିବା ଏକ ମାରପିଟ ଘଟଣାରେ ସାଗର ରାଣା ନାମକ ଜଣେ ରେସ୍‌ଲରଙ୍କର ପ୍ରାଣହାନି ଘଟିଥିବାବେଳେ ତାଙ୍କର ଦୁଇ ସାଥୀ ସୋନୁ ଓ ଅମିତ କୁମାର ଆହତ ହୋଇଛନ୍ତି। ସୁଶୀଲ କୁମାର ଓ ଅନ୍ୟ କେତେଜଣ ରେସଲର ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗିରଫଦାରି ଭୟରେ ଏହି ଅନ୍ତର୍ଜାତୀୟ ରେସଲର ଜଣକ ମେ’ ୧୭ରେ ଦିଲ୍ଲୀସ୍ଥିତ ରୋହିଣୀ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇବା ସହ ତଦନ୍ତ କାର୍ଯ୍ୟରେ ସହାୟତା କରିବା ଲାଗି ସେ ପ୍ରସ୍ତୁତ ଥିବା ଏଥିରେ ଉଲ୍ଲେଖ କରିଥିଲେ। ଘଟଣାସ୍ଥଳରେ ହୋଇଥିବା ଗୁଳିକାଣ୍ଡ ସହ ସେ ସମ୍ପୃକ୍ତ ନୁହନ୍ତି କିମ୍ବା ଜବତ ଆଗ୍ନେୟାସ୍ତ୍ର ଓ ଗାଡ଼ି ତାଙ୍କର ନୁହେଁ ବୋଲି ମଧ୍ୟ କହିଥିଲେ। ତେବେ ପୋଲିସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପବ୍ଲିକ ପ୍ରସିକ୍ୟୁଟର ଅତୁଲ ଶ୍ରୀବାସ୍ତବ କୋର୍ଟରେ କହିଥିଲେ ସୁଶୀଲ ଏକ ବାଡ଼ିରେ ରେସ୍‌ଲରଙ୍କୁ ପ୍ରହାର କରୁଥିବା ଦୃଶ୍ୟର ପ୍ରାମାଣିକ ଭିଡିଓ ଫୁଟେଜ ରହିଛି। ଏହାଛଡ଼ା ସୁଶୀଲ କାଳେ ଦେଶ ଛାଡ଼ି ପଳାୟନ କରିବେ ସେଥିଲାଗି ତାଙ୍କ ପାସ୍‌ପୋର୍ଟକୁ ଜବତ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏ ବିଷୟରେ ସତର୍କ କରାଇଦିଆଯାଇଥିବା କହିଥିଲେ। ଅଭିଯୁକ୍ତଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ସିନିୟର ଆଡ୍‌ଭୋକେଟ ସିଦ୍ଧାର୍ଥ ଲୁଥ୍ରା କୋର୍ଟରେ କହିଥିଲେ ଗଣ୍ଡଗୋଳ ଦିନ କାଲା ଜାଠେରିଆ ଗ୍ୟାଙ୍ଗ୍‌ର ସୋନୁ ନାମକ ଜଣେ ଅପରାଧୀ ଉପସ୍ଥିତ ଥିଲେ, ଯାହାଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ସୂଚନାଯୋଗ୍ୟ, ରାଣାଙ୍କ ମୃତ୍ୟୁ ପରଠାରୁ ସୁଶୀଲ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳ ଏବଂ ପଡୋଶୀ ରାଜ୍ୟଗୁଡ଼ିକରେ ବ୍ୟାପକ ଚଢ଼ାଉ କରାଯାଇଥିଲା। ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌୍‌ର ବିଭିନ୍ନ ଧାରା ଅନୁସାରେ ଏଫ୍‌ଆଇଆର ଦରଜ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri