ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି। ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ୬ରୁ ୭ଜଣ କଏଦୀ ସୁଶୀଲଙ୍କଠାରୁ ଫିଟ୍‌ନେସ ଏବଂ ରେସଲିଂ ମନ୍ତ୍ର ଶିଖୁଛନ୍ତି। କିଛି ଦିନ ପୂର୍ବରୁ ହିଁ ସୁଶୀଲ ଏହି ତାଲିମ ଦେବା ଆରମ୍ଭ କରିଛନ୍ତି। ଯଦି କୌଣସି କଏଦୀ ଶିଖିବାକୁ ଚାହାଁନ୍ତି ତେବେ ସେମାନେ ଶିଖିପାରିବେ ବୋଲି ଜେଲ୍‌ର ଅଧିକାରୀମାନେ କହିଛନ୍ତି। ଏହି ଯୋଜନା ପୂର୍ବରୁ କରାଯାଇଥିଲା କିନ୍ତୁ କରୋନା ଯୋଗୁ ଏହା ଆରମ୍ଭ ହୋଇପାରି ନ ଥିଲା। ବର୍ତ୍ତମାନ କରୋନା ମାମଲା ହ୍ରାସ ପାଇବା ପରେ ଏବେ ଏହାକୁ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ୨୦୨୧ ମେ’ ୨୩ରେ ଛତ୍ରସାଲ ଷ୍ଟାଡିୟମରେ ଧନକରଙ୍କ ହତ୍ୟା ମାମଲାରେ ଅଲମ୍ପିଆନ ସୁଶୀଲ କୁମାର ଏବଂ ସହଯୋଗୀ ଅଜୟ କୁମାର ସାଗରଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁକ୍ତ, ଅବାଧ ଇଣ୍ଟରନେଟ ଆକ୍ରମଣର ସମ୍ମୁଖୀନ: ପିଚାଇ

ନୂଆଦିଲ୍ଲୀ, ୧୩।୭: ମୁକ୍ତ ଓ ଅବାଧ ଇଣ୍ଟରନେଟ ବିଭିନ୍ନ ଦେଶରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଅଧିକାଂଶ ଦେଶ ତଥ୍ୟ...

ମୋ’ ଉପରେ ଚଳିବନି ଇଡି, ସିବିଆଇ ଚାପ: ରାହୁଲ

ନୂଆଦିଲ୍ଲୀ,୧୦ା୨: ଉତ୍ତରପ୍ରଦେଶରେ ଚଳିତମାସରେ ସମସ୍ତ ୭୦ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ର ଏହାର ଫଳାଫଳ ଆସିବ। ବର୍ତ୍ତମାନ ଜୋର୍‌ଦାର...

କେରଳରେ ଲାଗୁ ହେବନି ଏନ୍‌ପିଆର୍‌

ଥିରୁଭାନନ୍ଥପୁରମ୍‌,୭-୨ (ପି.ଟି.):ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) କେରଳରେ ଲାଗୁ ହେବନାହିଁ, କିନ୍ତୁ ଜନଗଣନା ପ୍ରକ୍ରିୟା ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ରାଜ୍ୟ ବିଧାନସଭାରେ କହିଛନ୍ତି।...

ଫାଶୀରେ ଝୁଲିବାର ୨ ଘଣ୍ଟା ପରେ ମଧ୍ୟ ଜୀବିତ ଥିଲେ ଏହି ଅପରାଧୀ

ନୂଆଦିଲ୍ଲୀ,୧୪।୧୨: ସାଧାରଣତଃ ଫାଶୀରେ ଝୁଲିବାର କିଛି ସମୟ ମଧ୍ୟରେ ଅପରାଧୀଙ୍କ ମୃତ୍ୟୁ ଘଟିଥାଏ। ତେବେ ୧୯୮୨ରେ ତିହାର ଜେଲରେ ଅପରାଧୀ ରଙ୍ଗା ବିଲାଙ୍କୁ ଫାଶୀ ଦିଆଯିବା...

ସର୍ତ୍ତ ରଖି ଇସ୍ତଫା ପତ୍ର ପ୍ରତ୍ୟାହାର କଲେ କର୍ନାଟକ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୧୪।୭: କର୍ନାଟକର ମେଣ୍ଟ ସରକାର ଭାଙ୍ଗିବା ପରିସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। କାରଣ ଇସ୍ତଫା ଦେଇଥିବା କଂଗ୍ରେସ...

ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ

ଭୁବନେଶ୍ୱର,୨୮।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ବିଦାୟ ନେଇଛି ପାକିସ୍ତାନ। ରବିବାର ଅନୁଷ୍ଠିତ ପୁଲ୍‌ ‘ଡିି’ ମ୍ୟାଚରେ ଆର୍ଜେଣ୍ଟିନା...

ଓସିଏ ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ

କଟକ ଅଫିସ,୨୦ା୯- ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ମକର୍ତ୍ତା ନିର୍ବାଚନରେ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରାଯିବ । ଦିନ ସକାଳ ୧୦.୩୦ରୁ ସନ୍ଧ୍ୟା ୫ଟା...

ଜଷ୍ଟିସ୍‌ ଇକ୍‌ବାଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୮।୫: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏମ୍‌.ଓ୍ବାଇ. ଇକ୍‌ବାଲଙ୍କର ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ...

Advertisement
Archives

Model This Week