Posted inଖେଳ

ରେସଲର ସୁମିତ ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍‌ଲର ସୁମିତ୍‌ ମଲିକ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଦେଶପାଇଁ ଏହା ଲଜ୍ଜାଜନକ ବିଷୟ। ବୁଲ୍‌ଗେରିଆରେ ନିକଟରେ ଅନୁଷ୍ଠିତ କ୍ୱାଲିଫାୟର୍ସରେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ଅଲିମ୍ପିକ୍ସ ପୂର୍ବରୁ ଜଣେ ରେସ୍‌ଲର ଡୋପ୍‌ ଜାଲରେ ଧରାପଡ଼ିବା ଏହା ଦ୍ୱିତୀୟ ଦୃଷ୍ଟାନ୍ତ। ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ନରସିଂହ ପଞ୍ଚମ ଯାଦବ ଡୋପ୍‌ ଟେଷ୍ଟରେ ଧରାପଡ଼ି ୪ ବର୍ଷ ବାସନ୍ଦ ହୋଇଥିଲେ। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ବୁଲଗେରିଆର ସୋଫିଆଠାରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ କ୍ୱାଲିଫାୟର ଇଭେଣ୍ଟର ୧୨୫ କେଜି କାଟେଗୋରିରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ୨୮ ବର୍ଷୀୟ ରେସ୍‌ଲର ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ମୁଖ୍ୟ ଇଭେଣ୍ଟରେ ଅଂଶଗ୍ରହଣ ଅନିଶ୍ଚିତ ମଧ୍ୟକୁ ଠେଲି ହୋଇଯାଇଛି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସମ୍ପାଦକ ବିନୋଦ ତୋମାର କହିଛନ୍ତି, ସୁମିତ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ବିଷୟ ସେମାନେ ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ଠାରୁ ଆସିଥିବା ଏକ ଇ-ମେଲ୍‌ରୁ ଜାଣିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରାଯାଇଛି।
ତାଙ୍କ ନିକଟରୁ ସଂଗୃହୀତ ସାମ୍ପଲରୁ ଯେଉଁ ଉପାଦାନ ଠାବ କରାଯାଇଛି ତାହା ହେଉଛି ୫-ମେଥିଲହେକ୍ସାନ-୨-ଆମିନେ (୧,୪-ଡେମିଥିଲପେଣ୍ଟିଲାମିନେ)। ଫଳାଫଳକୁ ନେଇ ଡବ୍ଲ୍ୟୁଏଫ୍‌ଆଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। କାରଣ ସୁମିତ୍‌ଙ୍କ ଟ୍ରାକ୍‌ ରେକର୍ଡ ଖୁବ୍‌ ଭଲ ରହିଛି। ତାଙ୍କ ‘ବି’ ସାମ୍ପଲକୁ ଅପେକ୍ଷା କରାଯାଇଛି। ସାଧାରଣତଃ ଅଣ ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକ ହେଉଛି ଆନାବୋଲିକ୍‌ ଷ୍ଟେରଏ୍‌ଡ ଏବଂ ନିର୍ଦ୍ଦିଷ୍ଟ ପଦାର୍ଥଗୁଡ଼ିକ ହେଉଛି ଷ୍ଟିମୁଲାଣ୍ଡ। ଦିଲ୍ଲୀର ଜଣେ କ୍ରୀଡ଼ା ଆଇନଜୀବୀ ପାର୍ଥ ଗୋସ୍ବାମୀ କହିଛନ୍ତି ଏହା ଏକ ନିର୍ଦ୍ଦିଷ୍ଟ ପଦାର୍ଥ ହୋଇଥିବାରୁ ସୁମିତଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri