ଚାଇନା ରକେଟର ଧ୍ୱଂସାବଶେଷ ପୃଥିବୀ ମୁହାଁ…

ଓ୍ବାଶିଂଟନ,୨୮।୭ : ଆସନ୍ତା କିଛି ଦିନ ମଧ୍ୟରେ ଚାଇନାର ରକେଟର ଧ୍ୱଂସାବଶେଷ ପୃଥିବୀକୁ ଖସିଯିବାକୁ ଯାଉଛି। ଏହା କେତେକଅଞ୍ଚଳକୁୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି। କାଲିଫର୍ନିଆର ଏକ ଅଣ-ଲାଭ ବ୍ୟବସାୟୀ ଏରୋସ୍ପେସ କର୍ପୋରେଟ ଅନୁଯାୟୀ, ଜୁଲାଇ ୨୪ ରେ ଚାଇନା ଦ୍ୱାରା ଲଞ୍ଚ ହୋଇଥିବା ମାର୍ଚ୍ଚ ୫ ବି ରକେଟର ଏକ ଧ୍ୱଂସାବଶେଷ ଜୁଲାଇ ୩୧ରେ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି। ଏହାର ଓଜନ ହେଉଛି ୨୩ ମେଟ୍ରିକ ଟନ।

ଏରୋସ୍ପେସ ପୂର୍ବାନୁମାନ ଅନୁଯାୟୀ, ଏହି ଧ୍ୱଂସାବଶେଷ ପଡିବାର ସମ୍ଭାବ୍ୟ ସ୍ଥାନ ମଧ୍ୟରେ ଆମେରିକା ଏବଂ ଆଫ୍ରିକା, ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଆଦି ରହିଛି। ତେବେ ଚାଇନା ଏହି ଚିନ୍ତାକୁ ଖୋଲାଖୋଲି ଭାବେ ଅସ୍ବୀକାର କରୁଛି। ଗ୍ଲୋବାଲ ଟାଇମ୍ସ ଖବରକାଗଜ ଜଣେ ବିଶେଷଜ୍ଞ କହିଛନ୍ତିି ଯେ ଏରୋସ୍ପେସ କ୍ଷେତ୍ରରେ ଚାଇନାର ବିକାଶକୁ ଆମେରିକା ସହ୍ୟ ନକରି ପାରି ଏଭଳି ମନଗଢ଼ା କଥା କହୁଛି।

ପୂର୍ବରୁ ମେ ୨୦୨୧ରେ, ଚାଇନାର ଅନ୍ୟ ଏକ ଲଙ୍ଗ ମାର୍ଚ୍ଚ ରକେଟର ଖଣ୍ଡଗୁଡ଼ିକ ଭାରତ ମହାସାଗରରେ ପଡ଼ିଥିଲା। ଚାଇନା ସ୍ପେସ ଏଜେନ୍ସି ଏହା ଉପରେ ନିୟନ୍ତ୍ରଣ ହରାଇଥିବା ନେଇ ଏବିଷୟରେ ଚିନ୍ତା ପ୍ରକଟ କରାଯାଇଥିଲା। ନାସା ପ୍ରଶାସକ ବିଲ ନେଲସନ କହିଛନ୍ତି ଏହା ସ୍ପଷ୍ଟ ଯେ ସ୍ପେସ ଆବର୍ଜନା ପାଇଁ ଦାୟୀ ମାନଦଣ୍ଡ ପୂରଣ କରିବାରେ ଚାଇନା ବିଫଳ ହୋଇଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝୋଓ ଲିଜିଆନ ବୁଧବାର ବେଜିଂରେ କହିଛନ୍ତି ଯେ ସପ୍ତାହ ମଧ୍ୟରେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାର ଆକଳନ କରାଯାଉଛି। ଏନେଇ ସ୍ପେସ ଇଞ୍ଜିନିୟରିଂ ପ୍ରୋଗ୍ରାମର ଅନୁସନ୍ଧାନ ଏବଂ ବିକାଶ ପର୍ଯ୍ୟାୟ ଅନ୍ତର୍ଗତ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri