Posted inଖେଳ

ଡବ୍ଲ୍ୟୁପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ୍‌: ମୁମ୍ବାଇ ଇଣ୍ଡିଆନ୍ସର ବୃହତ ବିଜୟ

ମୁମ୍ବାଇ,୫ା୩: ଶନିବାର ମହିଳା ପ୍ରିମିୟର୍‌ ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ବୃହତ ବିଜୟ। ଡି. ଓ୍ବାଇ ପାଟିଲ ଷ୍ଟାଡିୟମରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦୭ ରନ୍‌ କରିଥିବାବେଳେ ଗୁଜରାଟ ଜାଏଣ୍ଟ୍ସ ୬୪ ରନ୍‌ରେ ଅଲଆଉଟ ହୋଇ ୧୪୩ ରନରେ ହାରିଥିଲା। ଓପନର ହିଲି ମାଥ୍ୟୁସ୍‌ ୪୭ ରନ୍‌ କରିଥିଲେ। ନାଟାଲି ସ୍କିଭର ବ୍ରଣ୍ଟ(୨୩) ଓ ମାଥ୍ୟୁସ୍‌ ୨ୟ ଉଇକେଟରେ ୫୪ ରନ୍‌ ଯୋଡ଼ିଥିଲେ। ଉଭୟ ଖେଳାଳି ମାତ୍ର ୮ ରନ୍‌ ବ୍ୟବଧାନରେ ପ୍ୟାଭିଲିୟନ୍‌ ଫେରିଥିଲେ। ମାଥ୍ୟୁସ୍‌ ୩୧ ବଲ୍‌ ଖେଳି ୩ ଚୌକା ଓ ୪ ଛକା ମାରିଥିଲେ। ପରେ ହରମନ୍‌ପ୍ରୀତ କୌର(୬୫) ଓ ଆମେଲିଆ କେର୍‌ (୪୫*) ଇନିଂସ ସମ୍ଭାଳିଥିଲେ। ହରମନ୍‌ପ୍ରୀତ ୩୦ ବଲ ଖେଳି ୧୪ ଚୌକା ମାରିଥିଲେ। ଶେଷ ଯାଏ ଅପରାଜିତ ରହିଥିବା ଆମେଲିଆ ୨୪ ବଲ୍‌ ଖେଳି ୬ ଚୌକା ଓ ୧ ଛକା ମାରିଥିଲେ। ସ୍ନେହ ରାଣା ୨ ଉଇକେଟ ନେଇଥିଲେ। ଗୁଜରାଟ ଜାଏଣ୍ଟ୍ସର ଆରମ୍ଭ ଅତ୍ୟନ୍ତ ଦୟନୀୟ ରହିଥିଲା। ଦଳ ୨୩ ରନରେ ୭ ବ୍ୟାଟର ଆଉଟ ହୋଇଥିବାବେଳେ କେବଳ ଦୁଇ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ। ଡି. ହେମଲତା ୨୯* ଓ ମୋନିକା ପଟେଲ ୧୦ ରନ୍‌ କରିଥିଲେ। ମୁମ୍ବାଇ ପକ୍ଷରୁ ସାଇକା ଇଶାକ୍‌ ୪, ନାଟାଲି ସ୍କିଭର୍‌ ବ୍ରଣ୍ଟ ଓ ଆମେଲିଆ କେର୍‌ ୨ ଉଇକେଟ ନେଇଥିଲେ। ହରମନ୍‌ପ୍ରୀତ୍‌ କୌର ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ: ୨୦ ଓଭରରେ ୨୦୭/୫(ହରମନ୍‌ପ୍ରୀତ କୌର-୬୫, ହିଲି ମାଥ୍ୟୁସ୍‌-୪୭, ଆମେଲିଆ କେର୍‌-୪୫, ସ୍ନେହ ରାଣା-୨/୪୩, ତନୁଜା କଓ୍ବଁର-୧/୧୨।
ଗୁଜରାଟ ଜାଏଣ୍ଟ୍ସ: ୧୫.୧ ଓଭରରେ ୬୪/୧୦ (ଡି. ହେମଲତା-୨୯*, ସାଇକା ଇଶାକ୍‌-୪/୧୧, ନାଟାଲି ସ୍କିଭର ବ୍ରଣ୍ଟ-୨/୫, ଆମେଲିଆ କେର୍‌-୨/୧୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା

ପୁରୀ ଅଫିସ,୮।୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତାର ମଙ୍ଗଳବାର ତୃତୀୟଦିନ ଉଭୟ ମହିଳା ଓ ପୁରୁଷ ବିଭାଗ ମଧ୍ୟରେ ସୁପର...

ଭାରତୀୟ ଖେଳାଳୀଙ୍କ ‘ଫିମେଲ୍‌ ଭର୍ସନ’: କୋହଲି-ଧୋନୀଙ୍କୁ ଚିହ୍ନିବା ମୁସ୍କିଲ, ମନ ଜିଣୁଛନ୍ତି ଭୁବନେଶ୍ୱର

ନୂଆଦିଲ୍ଲୀ,୨୩।୬: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଟାରେ ଶେୟାର କରିଥିବା ଏକ ଫଟୋ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣଟି...

ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର...

ଦିନିକିଆ ଦଳରେ ନଟରାଜନ ସାମିଲ

ସିଡ୍‌ନୀ, ୨୮।୧୧(ପି.ଟି.)- ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ବାମହାତୀ ପେସର ଟି. ନଟରାଜନଙ୍କୁ ସାମିଲ କରାଯାଇଛି। ସଇନୀଙ୍କ...

ଅନିଶ୍ଚିତତାରେ ଗ୍ରାଣ୍ଡସ୍ଲାମ ଟେନିସ

ପ୍ୟାରିସ, ୧୯ା୩- ବିଶ୍ୱରେ କରୋନା ଭାଇରସ ମହାମାରୀ ରୂପ ନେଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ପ୍ରତିଯୋଗିତା ବାତିଲ ହୋଇଥିବାବେଳେ କେତେକ ସ୍ଥଗିତ...

ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସାଇନା ଆଉଟ

ପ୍ୟାରିସ୍‌,୨୬।୧୦(ପି.ଟି.)-ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଭାରତୀୟ ମହିଳା ତାରକା ସାଇନା ନେହ୍ବାଲ ବିଦାୟ ନେଇଛନ୍ତି। ମହିଳା...

ରଶିଦଙ୍କୁ କାହିଁକି ରଖିଲା ନାହିଁ ସନରାଇଜର୍ସ

ନୂଆଦିଲ୍ଲୀ,୧।୧୨: ଆଗାମୀ ସିଜନ ଲାଗି ହେବାକୁ ଥିବା ମେଗା ଅକଶନ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ତା’ର ସୁବଠୁ ମୁଖ୍ୟ ଖେଳାଳି ରଶିଦ ଖାନଙ୍କୁ ରିଟେନ...

କୋହଲିଙ୍କୁ ଆଉଟ୍‌ କରିବାକୁ ଯୋଜନା କ’ଣ? ଇଂଲଣ୍ଡ କ୍ରିକେଟର ଦେଲେ ଏଭଳି ଜବାବ

ଚେନ୍ନାଇ, ୩୧।୧: ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଅତିଥି ଦଳର ଅଲରାଉଣ୍ଡର ମୋଇନ ଅଲ୍ଲୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ...

Advertisement
Archives

Model This Week