ଗଛ କଟାକୁ ନେଇ ଉଦ୍‌ବେଗ

ଖଣ୍ଡପଡା,୪ା୧୧(ଅଜୟ କୁମାର ମହାରଣା): ରାତି ପାହିଲା ମାତ୍ରେ ଜଣେ ବ୍ୟକ୍ତି ନିଜର ଏକ ସାଇକେଲରେ ବିଭିନ୍ନ ଚାରା, ଡାଳ, ବାଉଁଶ, ଶାବଳ ଆଦି ଧରି ପୋଖରୀ ହୁଡା, ରାସ୍ତାକଡ ଅବା ମାଳବନ୍ଧଗୁଡିକରେ ବିଭିନ୍ନ ଗଛର ସୁରକ୍ଷା ଦେଉଥିବା ବେଳେ ଗଛ ଆଦି ରୋପଣ କରୁଥିବା ଦେଖିବାକୁ ମିଳିଥାଏ। କି ଖରା କି ବର୍ଷା ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ନିୟମିତ ଭାବେ ପରିବେଶ ସୁରକ୍ଷା ଚିନ୍ତା ନେଇ ଏହି କାର୍ଯ୍ୟକୁ ନିଜର ଏକ ପେଶା ଭାବେ ଧରି ନେଇଛନ୍ତି। ଏହାଛଡା ବିଭିନ୍ନ ସମୟରେ ସମ୍ପୃକ୍ତ ବ୍ୟକ୍ତି ଜିଲା ତଥା ଜିଲା ବାହାରକୁ ଗସ୍ତ କରି ପରିବେଶ ସୁରକ୍ଷା ଓ ଚାରା ରୋପଣ ସହ ଜୀବ ଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ଶିକ୍ଷାନୁଷ୍ଠାନ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଜଣାଯାଇଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ହେଲେ କଣ୍ଟିଲୋ ଅଞ୍ଚଳର ଗଛସାର ଭାବେ ଜଣାଶୁଣା ଅନ୍ତର୍ଯ୍ୟାମୀ ସାହୁ।
ଗତବର୍ଷଠାରୁ ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋ ନୀଳମାଧବ ପୀଠର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇ କାର୍ଯ୍ୟ ଆଗେଇ ଚାଲିଛି। ଏହି ବିକାଶ ପ୍ରକଳ୍ପ ମଧ୍ୟରେ ଶ୍ରୀଜୀଉଙ୍କ ମାଘ ମେଳା ପଡିଆର ଉନ୍ନତି କରଣ କାର୍ଯ୍ୟ ମଧ୍ୟ ଚାଲିଛି। ତେବେ ଉକ୍ତ ମାଘମେଳା ପଡିଆ ପରିସରରେ ପରିବେଶବିତ ସାହୁଙ୍କ ଦ୍ୱାରା ବହୁ ଛାୟା ପ୍ରଦାନକାରୀ ବର ଗଛ ଓ ଅନ୍ୟ ବୃକ୍ଷ ଦୀର୍ଘବର୍ଷ ପୂର୍ବରୁ ରୋପଣ କରାଯାଇଥିଲା। ଏବେ ସମ୍ପୃକ୍ତ ବରଗଛର ଓହଳ ଗଛର ଚତୁଃପାର୍ଶ୍ୱକୁ ବିଛାଇ ହୋଇ ରହିଛି। ତେବେ ମାଘମେଳା ପଡିଆର ନବୀକରଣ ସମୟରେ ସମ୍ପୃକ୍ତ ବୃକ୍ଷଗୁଡିକର ଚାରି ପାଖରେ ଗଛଠାରୁ ଆବଶ୍ୟକ ଦୂରତା ବ୍ୟବଧାନରେ ସିମେଣ୍ଟର ଫ୍ରେମିଙ୍ଗ କରାଯାଇ ଗଛର ସୁରକ୍ଷା ଦିଗରେ ନଜର ଦିଆଯାଉଥିବା ବେଳେ କେତେଗୋଟି ବୃକ୍ଷର ଓହଳକୁ କାଟି ଦିଆଯାଉଥିବାରୁ ଗଛଗୁଡିକ ଦୁର୍ବଳ ହେବାକୁ ନେଇ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। ଅକ୍ଲାନ୍ତ ପରିଶ୍ରମ ପରେ ଗଛଗୁଡିକର ଶ୍ରୀବୃଦ୍ଧି ଘଟିଥିବା ବେଳେ ଓହଳ କାଟି ଦିଆଯାଉଥିବାରୁ ଗଛ ଅଦ୍ଧାୟୁ ହୋଇଯିବ ବୋଲ ସାହୁ ଆଶଙ୍କା କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେହ ପର୍ଯ୍ୟଟନ କ୍ଷେତ୍ର ନୀଳମାଧବ ପୀଠକୁ ଶତାଧିକ ପର୍ଯ୍ୟଟକ ବିଭିନ୍ନ ଯାନବାହନ ଯୋଗେ ଆସି ଗାଡି ଗୁଡିକ ମାଘ ମେଳା ପଡିଆରେ ପାର୍କିଂ କରିଥାନ୍ତି। ସମ୍ପକ୍ତ ମେଳା ପଡିଆଟି ଏକାଧିକ ବଟବୃକ୍ଷ ଛାୟାରେ ଅଚ୍ଛାଦିତ ଥିବାରୁ ପର୍ଯ୍ୟଟକମାନେ ସେଠାରେ ବିଶ୍ରାମ ମଧ୍ୟ ନେଇଥାନ୍ତି। ପରିବେଶବିତ ସାହୁଙ୍କ ଦୀର୍ଘ ୪୫ ବର୍ଷର ଯତ୍ନ ଯୋଗୁ ବରଗଛଗୁଡିକ ସୁରକ୍ଷିତ ରହିଛି। ଏଣୁ ସମ୍ପୃକ୍ତ ଗଛର ଓହଳ କିମ୍ବା ଡ଼ାଳକୁ ନ କାଟିବାକୁ ସାହୁ ନିବେଦନ କରିଛନ୍ତି। ମାନବ ସମାଜ ସହିତ ସମଗ୍ର ଜୀବ ଜଗତର ସ୍ଥିତିରକ୍ଷା ନିମନ୍ତେ ପରିବେଶ ସୁରକ୍ଷା ଜରୁରୀ ଅଟେ। ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ, ଜଙ୍ଗଲ ତଥା ପରିବେଶର ଦୃତ ଅବକ୍ଷୟ ମାନବ ସମାଜ ସହିତ ପଶୁପକ୍ଷୀ, ନାନାଦି କୀଟପତଙ୍ଗ ଆଦିଙ୍କ ପାଇଁ ବିନାଶର ଭୟଙ୍କର ସୂଚନା ଦେଲାଣି। ଏହାର ନିରାକରଣ ପାଇଁ ସମାଜର ପ୍ରତ୍ୟେକ ସ୍ତରରୁ ସଫଳ ଉଦ୍ୟମ ହେବା ଜରୁରୀ ବୋଲି ସାହୁ ନିବେଦନ କରିଛନ୍ତି। ପୃଥିବୀରେ ମନୁଷ୍ୟ ସମାଜ ସହ ସମସ୍ତ ଜୀବଜନ୍ତୁ ଓ କୀଟପତଙ୍ଗ ବସବାସ କରିବାର ସମାନ ଅଧିକାର ରହିଛି। ତେବେ ପରିବେଶ ବଞ୍ଚତ୍ଲେ ସମସ୍ତେ ବଞ୍ଚତ୍ବା ଆଉ ସମସ୍ତେ ବଢିବା ଏହି ନ୍ୟାୟରେ ଜଗତର ହୀତ ପାଇଁ ବୃକ୍ଷର ସୁରକ୍ଷା ପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ସାହୁ ଆହ୍ବାନ ଦେଇଛନ୍ତି। ନିଜେ ବଞ୍ଚତ୍ ଅନ୍ୟକୁ ବଞ୍ଚାଇବା ଏକ ଅଧ୍ୟାମତ୍ିକ ଚେତନା ଅଟେ ବୋଲି ସେ ପରାମର୍ଶ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?