Posted inଖେଳ

ଦୂର ହେଲା ଆଇପିଏଲ ଫ୍ରାଞ୍ଚାଇଜଙ୍କ ଚିନ୍ତା

ମୁମ୍ବାଇ,୧୪।୮: ୟୁଏଇରେ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୧୪’ର ବଳକା ମ୍ୟାଚ୍‌ ଲାଗି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ଖେଳାଳିମାନେ ଉପଲବ୍ଧ ରହିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏବଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ବିସିସିଆଇକୁ ସୂଚନା ଦିଆଯାଇଛି। ଏଥି ସହିତ ଆଇପିଏଲ ଫ୍ରାଞ୍ଚାଇଜଙ୍କ ଚିନ୍ତା ଶେଷ ହୋଇଛି। କାରଣ ବିଭିନ୍ନ ଅନ୍ତର୍ଜାତୀୟ ସିରିଜ୍‌ କାରଣରୁ ଦୁଇ ଦେଶର ଖେଳାଳିମାନେ ଆଇପିଏଲରେ ଖେଳିବେ ନାହିଁ ଚର୍ଚ୍ଚା ହେଉଥିଲା।

ଉଭୟ ବୋର୍ଡ ସ୍ପଷ୍ଟ କରିବା ପରେ ଏ ସମ୍ପର୍କରେ ଆଇପିଏଲ ଫ୍ରାଞ୍ଚାଇଜମାନଙ୍କୁ ସୂଚନା ଦେଇଛି ବିସିସିଆଇ। ଆଇପିଏଲ ସିଓଓ ହେମଙ୍ଗ ଆମିନ ପ୍ରତ୍ୟେକ ଫ୍ରାଞ୍ଚାଇଜକୁ ଫୋନ କରି ଉଭୟ ଦେଶର ଖେଳାଳିଙ୍କ ଉପଲବ୍ଧ ରହିବେ ବୋଲି ଜଣାଇ ଦେଇଛନ୍ତି। ଏବେ ସବୁ କିଛି ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ।

ଆମକୁ ଆଇପିଏଲ ଅଫିସରୁ ଫୋନ ଆସିଥିଲା। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ଖେଳାଳିଙ୍କୁ ଆଇପିଏଲରେ ଭାଗ ନେବା ପାଇଁ ସେମାନଙ୍କ ବୋର୍ଡ ରୋକିବ ନାହିଁ। ଏବେ ସବୁକିଛି ଖେଳାଳିଙ୍କ ଉପରେ। ଏହାର ଅର୍ଥ ଆମର ଅଷ୍ଟ୍ରେଲିଆନ ଓ ଇଂଲଣ୍ଡ ଖେଳାଳି (ଜାନସ ବେହରେନଡର୍ଫ, ସାମ କୁରାନ ଓ ମୋଇନ ଅଲି) ଉପଲବ୍ଧ ରହିବେ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ସିଇଓ କାସି ବିଶ୍ୱନାଥନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେକ୍‌ଟିକ-ପାଭିକ୍‌ଙ୍କୁ ଟାଇଟଲ

ଲଣ୍ଡନ,୧୧।୭: ଓ୍ବିମ୍ବେଲଡନ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆ ଯୋଡି ନିକୋଲା ମେକ୍‌ଟିକ ଓ ମାଟେ ପାଭିକ୍‌ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ମାନ୍ୟତା ପାଇଥିବା...

ପାକିସ୍ତାନ କ୍ରିକେଟରଙ୍କ ଏକ ଟୁଇଟ୍‌ ଦେଖି ଡରିଗଲେ ଅଷ୍ଟ୍ରେଲିୟ ବୋଲରଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଘରୋଇ ମଇଦାନରେ ୨-୧ରେ ପରାଜିତ କରିଛି। ଏହାକୁ ନେଇ ପାକିସ୍ତାନ...

୪ ଦିନିଆ ଟେଷ୍ଟକୁ ସଚିନଙ୍କ ବିରୋଧ

ନୂଆଦିଲ୍ଲୀ,୮।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟକୁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ବିରୋଧ କରିଛନ୍ତି। ଏଥି ସହିତ ଟେଷ୍ଟର ପାରମ୍ଭରିକ ଫର୍ମାଟରେ କୌଣସି ପରିବର୍ତ୍ତନ ନ...

‘କ୍ୟାରିୟର ବଞ୍ଚାଇବା ପାଇଁ ହାତରେ ଗୋଟିଏ ଇନିଂସ’

ଜୋହାନ୍ସବର୍ଗ,୩।୧: ଆଉଟ୍‌ ଅଫ୍‌ ଫର୍ମ ଥିବା ଦୁଇ ଭେଟେରାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫେଲ୍‌ ମାରିଛନ୍ତି।...

କ୍ୟାପଟେନ୍‌ ସମେତ ୬ ଜଣଙ୍କୁ କୋଭିଡ୍‌

ତ୍ରିନିଦାଦ,୧୯।୧: ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଧିନାୟକ ୟଶ ଧୁଲ, ତାଙ୍କ ଡେପୁଟି ଶେଖ ରାଶିଦ ଓ ସେମାନଙ୍କ ୪ ଜଣ ସାଥି ପଜିଟିଭ...

ୟୋୟୋ ଟେଷ୍ଟ କ୍ଲିଅର କଲେ ରୋହିତ

ନୂଆଦିଲ୍ଲୀ,୨୬।୧: ଭାରତୀୟ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ରୋହିତ ଶର୍ମା ବୁଧବାର ୟୋୟୋ ତଥା ଫିଟ୍‌ନେସ ଟେଷ୍ଟ କ୍ଲିଅର କରିଛନ୍ତି। ଫଳରେ ଆଗାମୀ ଓ୍ବେଷ୍ଟଇଣ୍ଡିଜ...

ରଣଜୀ ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୭ା୨(ପି.ଟି):ଐତିହାସିକ ଇଡେନ ଗାର୍ଡେନ୍ସରେ ଗୁରୁବାର ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର...

ଫେରିଲା ହକି ଫିଭର

ଢେଙ୍କାନାଳ ଅଫିସ, ୨୯।୧୧:ଜାନୁୟାରୀ ୧୩ରୁ ଆରମ୍ଭ ହେଉଛି ବିଶ୍ୱକପ୍‌ ହକି। ଏହି ବିଶ୍ୱସ୍ତରୀୟ ଲୋକପ୍ରିୟ କ୍ରୀଡ଼ାର ଆୟୋଜକ ଓଡ଼ିଶା ରହିଥିବାରୁ ରାଜଧାନୀରୁ ରାଉରକେଲା ଯାଏ ସବୁଠି...

Advertisement
Archives

Model This Week