ଚାଷୀ ମୁଣ୍ଡରେ ଚଡ଼କ

ଛେଣ୍ଡିପଦା, ୧୫ା୧୧ (ସ୍ବ.ପ୍ର.): ରାତି ହେଲେ ଧାନ ବିଲରେ ପଶୁଛନ୍ତି ବାର୍‌ହା ପଲ। ଏକର ଏକର ଜମିରେ ଫସଲ ନଷ୍ଟ କରୁଛନ୍ତି ଏହି ଜଙ୍ଗଲୀ ଜନ୍ତୁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରୁନି ବନ ବିଭାଗ। ଏପରି କି ବାର୍‌ହା ଘଉଡ଼ାଇବାକୁ ଚାଷୀଙ୍କୁ ବାଣ, ଲାଇଟ୍‌ ଆଦି ଯୋଗାଇ ଦିଆଯାଉ ନାହିଁ। କ୍ଷୟକ୍ଷତିର ଉପଯୁକ୍ତ ଆକଳନ ସହ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯାଉ ନାହିଁ। ଫଳରେ ଉଜୁଡ଼ା ଫସଲ ଦେଖି କରଜ କରି ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ପଡ଼ୁଛି ଚଡ଼କ।
ବାର୍‌ହା ଉପଦ୍ରବକୁ ନେଇ ବର୍ଷ ବର୍ଷ ଧରି ଏପରି ହଇରାଣ ହେଉଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ଚାଷୀ। କେତେବେଳେ ହାତୀ ତ ପୁଣି ବାର୍‌ହା ଦ୍ୱାରା ଫସଲ ନଷ୍ଟ ହେଉଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛେଣ୍ଡିପଦା ବ୍ଲକର କୋଶଳା ବହିଆଳି, ମୁଣ୍ଡାମାଳ, ଷଣ୍ଡପାଳ, ଭାଗଲକଟା, ବ୍ରାହ୍ମଣବିଲ, କଙ୍କୁରପାଳ, କମ୍ପସଲା, ବାହାଳସାହି, ଚାଙ୍ଗୁଡିଆ, ବରପଦା, କୋରଡା, କୁଶକିଳା, ତେଣ୍ଟୁଲୋଇ, ବାଲିପଟା, କିସିଣ୍ଡା, ଶିମିଳିପାଳ, ଦୁବନାଳି, ଫୁଲଝରୀ, ବସନ୍ତପୁର, ପାଟକମୁଣ୍ଡା ଆଦି ପ୍ରାୟ ୫୦ରୁ ଅଧିକ ଗ୍ରାମର ଚାଷୀ। ଜଙ୍ଗଲ ନିକଟସ୍ଥ ଜମିରେ ଏମାନେ ଚାଷ କରିଥିବାରୁ ବହୁ ସଂଖ୍ୟାରେ ବାର୍‌ହା ପଲ ଧାନ, ଚିନାବାଦାମ, ପରିବା ଫସଲ ଖାଇ ନଷ୍ଟ କରିଦେଉଛନ୍ତି। ଗତ କିଛିମାସ ହେବ କୋଶଳା ରିସର୍ଚ୍ଚ ନର୍ସରି ଚତୁଃପାର୍ଶ୍ୱରେ ଥିବା ଜମି ଗୁଡିକରୁ ବହୁ ଧାନ ଫସଲଖାଇ ନଷ୍ଟ କଲେଣି ଏହି ଜଙ୍ଗଲି ଜନ୍ତୁ। ତେଣୁ ଚାଷୀମାନେ ସେମାନଙ୍କ ଫସଲକୁ ରକ୍ଷା କରିବା ପାଇଁ ମଞ୍ଚାମାନ ତିଆରି କରି ଜଗି ରହୁଛନ୍ତି। ଗତ ଶୁକ୍ରବାର ରାତିରେ କୋଶଳା ଚନ୍ଦନ ନଗରଠାରେ ଥିବା ମୁଣ୍ଡାମାଳ ଜମିରେ ବାର୍‌ହା ପଲ ପଶି ବହୁ ଏକର ଜମିରେ ଫସଲ ନଷ୍ଟ କରିଛନ୍ତି। ଏ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏପରିକି ଅନେକ ଥର ବାର୍‌ହାପଲଙ୍କୁ ଘଉଡାଇବା ବେଳେ ସେମାନେ ଆକ୍ରମଣର ଶିକାର ହେଉଛନ୍ତି। ଗତ ଫେବୃୟାରୀରେ ଜରପଡା ବନାଞ୍ଚଳ ଜେରେଙ୍ଗ ଗୋପୀନାଥପୁର ଗ୍ରାମର ସନୁ ସାହୁ ଗ୍ରାମ ନିକଟସ୍ଥ ବୁଢ଼ୀ ମୁଣ୍ଡିଆ ପାହାଡ଼ ପାଖ ବଗିଚାକୁ ଯାଉଥିବାବେଳେ ବାର୍‌ହା ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସନୁଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବସନ୍ତପୁର ଗ୍ରାମର ସ୍ବପ୍ନେଶ୍ୱରଙ୍କ ପୁତ୍ର ବିଶ୍ୱନାଥ ସାହୁ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ। ତଥାପି ଫସଲ ବଞ୍ଚାଇବାକୁ ରାତି ଅନିଦ୍ରା ହୋଇ ଜମି ନିକଟରେ ଚାଷୀମାନେ ଜଗି ବସିବାକୁ ବାଧ୍ୟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri