ଡାକ୍ତର ଅନୁପସ୍ଥିତିକୁ ନେଇ ଉଦ୍‌ବେଗ

ବଲାଙ୍ଗୀର ଅଫିସ, ୧ା୫: ବଲାଙ୍ଗୀର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ସଭାପତି ଇଂ. ବେଲାର ସିଂଭୋଇଙ୍କ ସଭାପତିତ୍ୱରେ ରବିବାର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। କମିଟି ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ବିଭିନ୍ନ ପ୍ରସ୍ତାବ ଆଗତ କରି ସଭା ପରିଚାଳନା କରିଥିଲେ ା ବୈଠକରେ ଗତ ଏପ୍ରିଲ ୧୨ରେ ଅନୁଷ୍ଠିତ ହୋଇଥିବା ଧାରଣା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ବିଭିନ୍ନ ଅନୁଷ୍ଠାନ ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି, କୋଶଳ ରାଜ୍ୟ ସମନ୍ବୟ ସମିତି, ସ୍ବେଚ୍ଛାସେବୀ ସଙ୍ଗଠନ, କୋଶଳ ମୁକ୍ତି ମୋର୍ଚ୍ଚା, ବରିଷ୍ଠ ନାଗରିକ ମଞ୍ଚ, ଓବିସି ମଞ୍ଚ, ବଜରଙ୍ଗ ଦଳ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ବିଙ୍ଗ୍‌ ହ୍ୟୁମନ୍‌ ଫାଉଣ୍ଡେସନ୍‌, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଅଭିଭାବକ ସଂଘ, ସ୍ମାଇଲ୍‌ ଫର୍‌ ଅଲ୍‌ ସଙ୍ଗଠନ ଓ ତାଙ୍କର ପ୍ରତିନିଧି ମାନଙ୍କୁ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ା ଏପରିକି ଆଗାମୀ ଦିନମାନଙ୍କରେ ମିଳିତ ଭାବେ ଆନ୍ଦୋଳନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ପ୍ରଫେସର ଓ ଅନ୍ୟ କର୍ମଚାରୀ ମାନେ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ବଲାଙ୍ଗୀର ଏବଂ ପଡୋଶୀ ଜିଲାବାସୀଙ୍କୁ ଚିକିତ୍ସା ସେବା ଯୋଗାଇବା ପରିବର୍ତ୍ତେ ଡାକ୍ତରମାନେ ଛୁଟି ନେଇ ଅନ୍ୟତ୍ର ବ୍ୟସ୍ତ ରହିବା ଗମ୍ଭୀର ବିଷୟ ବୋଲି ମତପ୍ରକାଶ ପାଇଥିଲା। ଛୁଟିରେ ରହୁଥିବା ଡାକ୍ତରଙ୍କ ବିରୋଧରେ ଭୀମ ଭୋଇ ମେଡିକାଲ କଲେଜ ଗଭର୍ନିଂ ବଡି ବୈଠକରେ ଉଦ୍‌ବେଗ ପ୍ରକାଶ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତିକୁ ନାଗରିକ କମିଟି ପକ୍ଷରୁ ସ୍ବାଗତ କରାଯାଇଛି। ନାଗରିକ କମିଟି ପକ୍ଷରୁ ହସ୍ପିଟାଲ ଗଭର୍ନିଂ ବଡି ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଲାଇ ଏବଂ ଅନ୍ୟ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ା ଆସନ୍ତା ମେ ୫ ତାରିଖରେ ନାଗରିକ କମିଟି ପକ୍ଷରୁ ବୁଦ୍ଧଜୟନ୍ତୀ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ା ବୈଠକରେ ଅନ୍ୟ ବିଷୟ ଆଲୋଚନା ପରେ ସହସମ୍ପାଦକ ଡା. ଚକ୍ରପାଣି ଦାଶ ଧନ୍ୟବାଦ ଦେଇଥିଲେ। ବୈଠକରେ ଉପସଭାପତି ନିତ୍ୟାନନ୍ଦ ମିଶ୍ର, ଗଜେନ୍ଦ୍ର ଭମର, ଗୋପଭୂଷଣ ନାଥ, ଜୟରାମ ମିଶ୍ର, ମନୋରଞ୍ଜନ ପୁରୋହିତ, ଦିବାକର ହୋତା, ଗୋପବନ୍ଧୁ ପୁରୋହିତ, ସଲିମ୍‌ ଖାନ୍‌ ଓ ବ୍ରଜରାଜ ପୁରୋହିତ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri