ଡାକ୍ତର ଅନୁପସ୍ଥିତିକୁ ନେଇ ଉଦ୍‌ବେଗ

ବଲାଙ୍ଗୀର ଅଫିସ, ୧ା୫: ବଲାଙ୍ଗୀର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ସଭାପତି ଇଂ. ବେଲାର ସିଂଭୋଇଙ୍କ ସଭାପତିତ୍ୱରେ ରବିବାର ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। କମିଟି ସାଧାରଣ ସମ୍ପାଦକ ମନୋରଞ୍ଜନ ସାହୁ ବିଭିନ୍ନ ପ୍ରସ୍ତାବ ଆଗତ କରି ସଭା ପରିଚାଳନା କରିଥିଲେ ା ବୈଠକରେ ଗତ ଏପ୍ରିଲ ୧୨ରେ ଅନୁଷ୍ଠିତ ହୋଇଥିବା ଧାରଣା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ବିଭିନ୍ନ ଅନୁଷ୍ଠାନ ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି, କୋଶଳ ରାଜ୍ୟ ସମନ୍ବୟ ସମିତି, ସ୍ବେଚ୍ଛାସେବୀ ସଙ୍ଗଠନ, କୋଶଳ ମୁକ୍ତି ମୋର୍ଚ୍ଚା, ବରିଷ୍ଠ ନାଗରିକ ମଞ୍ଚ, ଓବିସି ମଞ୍ଚ, ବଜରଙ୍ଗ ଦଳ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ବିଙ୍ଗ୍‌ ହ୍ୟୁମନ୍‌ ଫାଉଣ୍ଡେସନ୍‌, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଅଭିଭାବକ ସଂଘ, ସ୍ମାଇଲ୍‌ ଫର୍‌ ଅଲ୍‌ ସଙ୍ଗଠନ ଓ ତାଙ୍କର ପ୍ରତିନିଧି ମାନଙ୍କୁ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ା ଏପରିକି ଆଗାମୀ ଦିନମାନଙ୍କରେ ମିଳିତ ଭାବେ ଆନ୍ଦୋଳନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ପ୍ରଫେସର ଓ ଅନ୍ୟ କର୍ମଚାରୀ ମାନେ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ବଲାଙ୍ଗୀର ଏବଂ ପଡୋଶୀ ଜିଲାବାସୀଙ୍କୁ ଚିକିତ୍ସା ସେବା ଯୋଗାଇବା ପରିବର୍ତ୍ତେ ଡାକ୍ତରମାନେ ଛୁଟି ନେଇ ଅନ୍ୟତ୍ର ବ୍ୟସ୍ତ ରହିବା ଗମ୍ଭୀର ବିଷୟ ବୋଲି ମତପ୍ରକାଶ ପାଇଥିଲା। ଛୁଟିରେ ରହୁଥିବା ଡାକ୍ତରଙ୍କ ବିରୋଧରେ ଭୀମ ଭୋଇ ମେଡିକାଲ କଲେଜ ଗଭର୍ନିଂ ବଡି ବୈଠକରେ ଉଦ୍‌ବେଗ ପ୍ରକାଶ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତିକୁ ନାଗରିକ କମିଟି ପକ୍ଷରୁ ସ୍ବାଗତ କରାଯାଇଛି। ନାଗରିକ କମିଟି ପକ୍ଷରୁ ହସ୍ପିଟାଲ ଗଭର୍ନିଂ ବଡି ଅଧ୍ୟକ୍ଷ ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଲାଇ ଏବଂ ଅନ୍ୟ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ା ଆସନ୍ତା ମେ ୫ ତାରିଖରେ ନାଗରିକ କମିଟି ପକ୍ଷରୁ ବୁଦ୍ଧଜୟନ୍ତୀ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ା ବୈଠକରେ ଅନ୍ୟ ବିଷୟ ଆଲୋଚନା ପରେ ସହସମ୍ପାଦକ ଡା. ଚକ୍ରପାଣି ଦାଶ ଧନ୍ୟବାଦ ଦେଇଥିଲେ। ବୈଠକରେ ଉପସଭାପତି ନିତ୍ୟାନନ୍ଦ ମିଶ୍ର, ଗଜେନ୍ଦ୍ର ଭମର, ଗୋପଭୂଷଣ ନାଥ, ଜୟରାମ ମିଶ୍ର, ମନୋରଞ୍ଜନ ପୁରୋହିତ, ଦିବାକର ହୋତା, ଗୋପବନ୍ଧୁ ପୁରୋହିତ, ସଲିମ୍‌ ଖାନ୍‌ ଓ ବ୍ରଜରାଜ ପୁରୋହିତ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri