ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ; ବିପଦରେ ଶିଶୁଙ୍କ ଜୀବନ, କାହାର ନିଘା ନାହିଁ

ଯାଜପୁର,୧ା୭(ହର୍ଷବର୍ଦ୍ଧନ ବେହେରା): ଶିଶୁମାନଙ୍କ ମାନସିକ ଓ ଶାରୀରିକ ବିକାଶ ଲାଗି ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ ହାଲୁଆ ପ୍ୟାକେଟ ବଣ୍ଟନ କରିବାର ବ୍ୟବସ୍ଥା କରିଛନ୍ତି। ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ସାଧାରଣ ଶିଶୁଙ୍କ ପାଇଁ ଏହା ଉର୍ଦ୍ଦିଷ୍ଟ। ଯୋଜନା ଆରମ୍ଭ ହେବାର ପ୍ରାୟ ୧୦ବର୍ଷ ବିତିଯାଇଥିଲେ ହେଁ ସରକାରଙ୍କ ଏହି ଲକ୍ଷ୍ୟ ଏଠାରେ ପଥଭ୍ରଷ୍ଟ ହୋଇଛି। ହାଲୁଆ ପ୍ୟାକେଟ ଖୋଲିଲେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି।

ଯାଜପୁର ଜିଲା ବରୀ ବ୍ଲକ ଅଲ୍ଲୀପୁର ଗ୍ରାମର ଏକ ମହିଳା ମହାସଂଘ ପକ୍ଷରୁ ପ୍ରସ୍ତୁତ ହାଲୁଆ ପ୍ୟାକେଟରେ ଏଭଳି ପୋକ ଦେଖିବାକୁ ମିଳିଛି। ଉକ୍ତ ପ୍ୟାକେଟ ପ୍ରସ୍ତୁତିର ୧ ମାସ ମଧ୍ୟରେ ପୋକ ଲାଗିଥିବା ଦୃଶ୍ୟ ଶିଶୁଙ୍କ ଜୀବନ ପ୍ରତି ବିପଦ ବୋଲି ଜଣେ ପ୍ରସୂତି ମହିଳା ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି।

ଶିଶୁ ପୁଷ୍ଟିକର ଖାଦ୍ୟ ଅଭାବରୁ ରକ୍ତହୀନତା ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କାହାର ଗୋଡ଼ହାତ କ୍ଷୀଣ ହୋଇଯାଉଛି ତ କାହାର ପେଟ ଫୁଲି ଯାଉଛି। ଆଉ କାହାର ଶରୀର ତୁଳନାରେ ମୁଣ୍ଡ ବଡ଼ ଦିଶୁଛି। ଏମାନଙ୍କୁ ସହଜରେ ସୁଷମ ଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୦ ବର୍ଷ ହେଲା ହାଲୁଆ ଓ ଛତୁଆ ପ୍ରସ୍ତୁତିରେ ନିମ୍ନମାନର ଯୋଗୁ ଯାଜପୁର ଜିଲାର ଶତାଧିକ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ବିପଦରେ ପଡ଼ିଛି ବୋଲି ମତପ୍ରକାଶ ପାଇଛି। ହାଲୁଆ ପ୍ରସ୍ତୁତି ପାଇଁ ସୁଜି ୭୬୦ ଗ୍ରାମ, ବେସନ ୨୬୦ ଗ୍ରାମ, ଚିନି ୪୦୦ ଗ୍ରାମ ଓ ତେଲ ୮୦ ଗ୍ରାମ ମିଶାଇ ମୋଟ ୧୫୦୦ ଗ୍ରାମର ପ୍ୟାକେଟ ହେଉଛି। ପରିଷ୍କାର ପାଣି ବା କ୍ଷୀର ଗରମ କରି ଶୁଖିଲା ହାଲୁଆ ସହିତ ମିଶାଇ ହାଲୁଆ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ତେଲ ଏଥିରେ ମିଶିଥିବାରୁ ଭାଜିବାର କିମ୍ବା ଚିନି ମିଶିଥିବାରୁ ଆଉ ଚିନି ଦେବାର ଆବଶ୍ୟକତା ନାହିଁ ବୋଲି ପ୍ୟାକେଟରେ ଦର୍ଶାଯାଉଛି।

ଶିଶୁ ଦିନକୁ ୬୦ ଗ୍ରାମ ହାଲୁଆ ଖାଇବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି। କିନ୍ତୁ ହାଲୁଆରେ ଚିନି, ବେସନ କିମ୍ବା ତେଲର ସ୍ବାଦ ମିଳୁନାହିଁ। ଫଳରେ ଅସ୍ବାଦ ହାଲୁଆ ଖାଇବାକୁ ପ୍ରାୟ କୌଣସି ଶିଶୁ ମନ ବଳାଉ ନାହାନ୍ତି। ଏହି କ୍ରମରେ ଗ୍ରାମାଞ୍ଚଳର ଲୋକେ କହୁଛନ୍ତି, ସରକାରଙ୍କ ପୂର୍ବର ଡାଲି ଯୋଗାଣ ଯୋଜନା ଠିକ୍‌ ଥିଲା। ଏଥିରେ ପିଲାମାନେ କିଛି ତ ଖାଇବାକୁ ପାଉଥିଲେ। ଏବେ କିନ୍ତୁ ଯେଉଁ ଛତୁଆ ଓ ହାଲୁଆ ପ୍ରସ୍ତୁତ ହୋଇ ଆସୁଛି ସେଥିରେ ଗହମ ଓ ସୁଜି କେବଳ ଅଧିକ ରହୁଥିବା ଦେଖିବାକୁ ମିଳୁଛି। ଗରିବ ଶିଶୁମାନେ ବାଧ୍ୟ ହୋଇ ଖାଉଥିଲେ ହେଁ ସେଥିରେ ସୁଷମ ଖାଦ୍ୟ ମିଳୁନାହିଁ। ଏପରିଭାବେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରି ଟଙ୍କା ହଡପ ହେଉଥିବା ଅଭିଯୋଗ ହେଉଛି। ଦାୟିତ୍ୱରେ ଥିବା କର୍ମଚାରୀ ଉପଯୁକ୍ତ ଭାବେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। କିମ୍ବା ମାସିକ ମୋଟା ଅଙ୍କର ପିସି ପହଞ୍ଚି ଯାଉଥିବାରୁ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ମତପ୍ରକାଶ ପାଉଛି।

ଯାଜପୁର ଜିଲା ବଡ଼ଚଣା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ କୁନ୍ଦଳ ଓ ଦାଣ୍ଡ ହରିପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଛତୁଆ ବଣ୍ଟନ ସମୟରେ ୧ା୧୧ା୨୦୧୯ରେ ଜିଲା ସମାଜ କଲ୍ୟାଣ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ) ପରିଦର୍ଶନରେ ଯାଇ ନିମ୍ନମାନର ଛତୁଆ ସମେତ ବିଭିନ୍ନ ତ୍ରୁଟି ଦେଖିବାକୁ ପାଇଥିଲେ। ଏହାପରେ ଡିଏସ୍‌ଡବ୍ଲ୍ୟୁଓ ସଂପୃକ୍ତ ପ୍ରସ୍ତୁତିକାରୀ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ଜବାବ୍‌ ତଲବ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଦବି ଯାଇଥିଲା।

ସେହିଦିନଠାରୁ କୌଣସି ନିମ୍ନମାନର ଛତୁଆ ଓ ହାଲୁଆ ପ୍ରସ୍ତୁତି ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବା ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଯାଜପୁର ଡିଏସ୍‌ଡବ୍ଲ୍ୟୁଓ ସବିତା ଚ୍ୟାଉପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଏଯାଏ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ତଥାପି ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ ହେଉଥିବା ଭିଡିଓର ଆବଶ୍ୟକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?