ନିଜ ପସନ୍ଦର ଖାଦ୍ୟ ଖାଇବା ପରେ ପୃଥିବୀର ଦ୍ୱିତୀୟ ବୟସ୍କା ମହିଳାଙ୍କ ପରଲୋକ…

ଟୋକିଓ,୧୩।୧୨ : ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା ଜାପାନର ଫୁସା ତତ୍ସୁମୀଙ୍କ ୧୧୬ ବର୍ଷ ବୟସରେ କାଶିୱାରାସ୍ଥିତ ଏକ ମେଡିକାଲରେ ପରଲୋକ ଘଟିଛି। ଡିସେମ୍ବର ୧୨, ମଙ୍ଗଳବାର ଦିନ ସେ ତାଙ୍କର ପ୍ରିୟ ଖାଦ୍ୟ, ବିନ ପେଷ୍ଟ ଜେଲି ଖାଇବା ପରେ ଦେହତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁର କାରଣ ବୃଦ୍ଧାବସ୍ଥା ବୋଲି କୁହାଯାଉଛି।

ଗତ ବର୍ଷ ୧୧୯ ବର୍ଷିୟ କେନ ତାନାକାଙ୍କ ମୃତ୍ୟୁ ପରେ ତତ୍ସୁମୀଙ୍କୁ ପୃଥିବୀର ସବୁଠାରୁ ବୟସ୍କ ବ୍ୟକ୍ତି ଭାବରେ ମାନ୍ୟତା ମିଳିଥିଲା। ଗତ ବର୍ଷ ଏପ୍ରିଲରେ ଗିନିଜ ୱାଲର୍‌ଡ ରେକର୍ଡ ତାନାକାଙ୍କୁ ବିଶ୍ୱର ସର୍ବ ପୁରାତନ ବ୍ୟକ୍ତି ମାନ୍ୟତା ଦେଇଥିଲା। ତତ୍ସୁମୀ ପୃଥିବୀର ୨୭ ତମ ବୟସ୍କ ବ୍ୟକ୍ତି ଏବଂ ଜାପାନର ସପ୍ତମ ବୟସ୍କ ବ୍ୟକ୍ତି ବୋଲି କୁହାଯାଇଛି।

 

୧୯୦୭ ମସିହାରେ ଜନ୍ମ ହୋଇଥିବା ତତ୍ସୁମୀ ତାଙ୍କର ତିନି ସନ୍ତାନ ଏବଂ ସ୍ବମୀଙ୍କ ସହ ଓସାକାରେ ରହୁଥିଲେ। ନିକଟ ଅତୀତରେ ସେ ଅଧିକାଂଶ ସମୟ ମେଡିକାଲର ଶଯ୍ୟାରେ ବିତାଇଥିଲେ। ଏକାଧିକ ରିପୋର୍ଟ ଅନୁଯାୟୀ, ତତ୍ସୁମୀଙ୍କର ପୂର୍ବରୁ ସେଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ନ ଥିଲା ଏବଂ ସେ କେବେ ବି ଗୁରୁତର ହୋଇନାହାନ୍ତି । ତେବେ ୭୦ ବର୍ଷ ବୟସରେ ଉପରୁ ଖସିଯିବା କାରଣରୁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା।

ତତ୍ସୁମୀଙ୍କ ମୃତ୍ୟୁ ପରେ ତାଙ୍କର ୭୬ ବର୍ଷ ବୟସ୍କ ପୁଅ କେନଜୀ କହିଛନ୍ତି ସେ ଏହି ବୟସରେ ପହଞ୍ଚି ବହୁତ ଭଲ କରିଛନ୍ତି। ଓସାକା ରାଜ୍ୟପାଳ ହିରୋଫୁମି ୟୋସିମୁରା ମଧ୍ୟ ତତ୍ସୁମୀଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ତତ୍ସୁମୀଙ୍କ ଦୀର୍ଘାୟୁ ପାଳନ କରିବା ପାଇଁ ଆୟୋଜିତ ଏକ ପାର୍ଟିକୁ ମନେ ପକାଇ ସେ କହିଛନ୍ତି ମୋର ମନେ ଅଛି ସେହି ସମୟରେ ତତ୍ସୁମୀ କେତେ ସୁସ୍ଥ ଥିଲେ। ବିଶ୍ୱର ସର୍ବାଧିକ ଆୟୁଷ ଥିବା ଦେଶ ମଧ୍ୟରୁ ଜାପାନ ଅନ୍ୟତମ। ଏହିପରି ଅନେକ ଲୋକ ଏଠାରେ ବାସ କରନ୍ତି, ଯେଉଁମାନେ ଦୁନିଆର ସର୍ବ ପୁରାତନ ମଣିଷମାନଙ୍କ ମଧ୍ୟରେ ଗଣିତ ହୁଅନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri