୧୯୦ ବର୍ଷରେ ପାଦଦେଲା ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ…

ସେଣ୍ଟ ହେଲେନା,୩।୧୨ : ଆନୁଷ୍ଠାନିକ ଭାବରେ ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ ୧୯୦ ବର୍ଷରେ ପାଦ ଦେଇଛି। ଗିନିଜ ୱାଲର୍‌ଡ ରେକର୍ଡ ଏହାକୁ ପୁରାତନ କଇଁଛର ଆଖ୍ୟା ଦେଇଛି। ଜୋନାଥନ ସେଚେଲ୍ସର ଏକ ବିଶାଳ କଇଁଛ। ନେପୋଲିଅନଙ୍କ ମୃତ୍ୟୁ ପରେ ଏହାର ଜନ୍ମ ହୋଇଥିଲା ଏବଂ ବର୍ତ୍ତମାନ ସରକାରୀ ଭାବରେ ପୃଥିବୀର ସର୍ବ ପୁରାତନ ଜୀବିତ ପ୍ରାଣୀ ଅଟେ । ଜୋନାଥନ ସେଚେଲ୍ସର ବିଶାଳ କଇଁଛ ଦୂର ଦକ୍ଷିଣ ଆଟଲାଣ୍ଟିକର ସେଣ୍ଟ ହେଲେନାରେ ୧୯୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଜୋନାଥନ ଜନ୍ମଦିନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ଜୋନାଥନ ଜନ୍ମ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ତଥାପି, ଏହାର ବୟସ ୧୯୦ ବର୍ଷରୁ ମଧ୍ୟ ଅଧିକ ହୋଇପାରେ। ସ୍ଥାନୀୟ ସ୍ତରରେ, ଜୋନାଥନ ୧୮୩୨ ମସିହାରେ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ। ଜୋନାଥନ ସେଣ୍ଟ ହେଲେନାର ରାଜ୍ୟପାଳଙ୍କ ସରକାରୀ ବାସଭବନ ପ୍ଲାଣ୍ଟ ହାଉସରେ ରହିଛି। ଏହା ସହିତ, ଏଠାରେ ଆଉ ତିନି ବୃଦ୍ଧ କଇଁଛ ବାସ କରୁଛନ୍ତି। ସେମାନଙ୍କର ନାମ ଡେଭିଡ, ଏମା ଏବଂ ଫ୍ରେଡ। କୁହାଯାଏ ଯେ ଜୋନାଥନଙ୍କର ପ୍ରଥମ ଫଟୋ ୧୮୩୮ରେ ନିଆଯାଇଥିଲା ।

ସେଣ୍ଟ ହେଲେନାରେ ତାଙ୍କ ଜନ୍ମଦିନରେ ଏକ ସ୍ବତନ୍ତ୍ର ଡାକ ଟିକଟ ରିଲିଜ ସମେତ ସପ୍ତାହକ ମଧ୍ୟରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ। ରବିବାର ଦିନ, ଜୋନାଥନର ଏକ ପ୍ରିୟ ଖାଦ୍ୟ ଜନ୍ମଦିନର କେକ ସହିତ ପାଳନ କରାଯିବ । ୨୦୧୭ରେ ଦିଆଯାଇଥିବା ଏକ ସାକ୍ଷାତକାରରେ ତାଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଅନୁଯାୟୀ ଜୋନାଥନ ଗାଜର, ଲେଥୁସ, କାକୁଡି, ସେଓ ଏବଂ ନାସପାତିକୁ ବିଶେଷ ପସନ୍ଦ କରିଥାଏ।

ଜୋନାଥନ ଏତେ ବୃଦ୍ଧ ହୋଇଥିଲେ ବି ଆଜି ମଧ୍ୟ ଏମା ନାମକ ଏକ ମାଈ କଇଁଛ ସହିତ ବେଳେବେଳେ ବୁଲାବୁଲି କରୁଥିବା ଦେଖାଯାଇଥାଏ। ଏମାର ବୟସ ପ୍ରାୟ ୫୦ ବର୍ଷ।

ଜୋନାଥନଙ୍କ ମୁଖ୍ୟ ଯତ୍ନକାରୀ, ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଜୋ ହୋଲିନ୍ସ କହିଛନ୍ତି ଯେ ଏହା ସ୍ଥାନୀୟ ତାରକାଙ୍କର ସଦୃଶ ସ୍ଥାନ ପାଇଛି। ଏଠାରେ ବାସ କରିବାବେଳେ ଏହା ଅନେକ ପରିବର୍ତ୍ତନର ସାକ୍ଷୀ ହୋଇଛି । ଏହା ପୂର୍ବରୁ ବିଶ୍ୱଯୁଦ୍ଧ, ବ୍ରିଟିଶ ସାମ୍ରାଜ୍ୟର ଉତ୍ଥାନ ଏବଂ ପତନ, ଅନେକ ରାଜ୍ୟପାଳ, ରାଜା ଏବଂ ରାଣୀ ଯେଉଁମାନଙ୍କୁ ଦେଖିଛି। କେବଳ ଏତିକି ନୁହେଁ, ସେଣ୍ଟ ହେଲେନାର ଅଧିକାରୀମାନେ ଜୋନାଥନର ମୃତ୍ୟୁ ପରେ କେତେକ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଅନ୍ତର୍ଗତ ଜୋନାଥନର ସେଲକୁ ଭବିଷ୍ୟତ ବଂଶଧରଙ୍କ ପାଇଁ ସଂରକ୍ଷିତ ରଖାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?