ପୃଥିବୀର ସାମରିକ ଖର୍ଚ୍ଚ ୨,୧୧୩ ଶହ କୋଟି ଡଲାର, ତୃତୀୟ ସ୍ଥାନରେ ଭାରତ…

ଷ୍ଟକହୋମ୍‌, ୨୬।୪ : ପୃଥିବୀର ବିଭିନ୍ନ ଦେଶର ସାମରିକ ଖର୍ଚ୍ଚରେ ବୃଦ୍ଧି ଘଟିଛି। ମଙ୍ଗଳବାର ସ୍ବିଡେନର ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (ଏସଆଇପିଆର୍‌ଆଇ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ପୃଥିବୀର ବିଭିନ୍ନ ଦେଶର ମୋଟ ସାମରିକ ଖର୍ଚ୍ଚ ପରିମାଣ ୨,୧୧୩ ଶହ କୋଟି ଡଲାର ଛୁଇଁଛି।

ସାମରିକ ଖର୍ଚ୍ଚରେ ଆଗୁଆ ଥିବା ୧୫ ଦେଶ ମଧ୍ୟରେ ଶୀର୍ଷରେ ଆମେରିକା ରହିଛି। ଆମେରିକା ୨୦୨୧ରେ ୮୦୧ ଶହ କୋଟି ଡଲାର ଖର୍ଚ୍ଚ କରିଥିଲା। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଚାଇନା ରହିଛି। ଚାଇନା ୨୯୩ ଶହ କୋଟି ଡଲାର ଖର୍ଚ୍ଚ କରିଥିବାବେଳେ ତାଲିକାରେ ତୃତୀୟ ସ୍ଥାନରେ ଭାରତ ରହିଛି। ୨୦୨୧ରେ ଭାରତ ସାମରିକ କ୍ଷେତ୍ରରେ ୭୬.୬ ଶହ କୋଟି ଡଲାର ଖର୍ଚ୍ଚ କରିଛି। ସାମରିକ ଖର୍ଚ୍ଚରେ ପୃଥିବୀରେ ଆମେରିକାର ଶେୟାର ୩୮ ପ୍ରତିଶତ ଥବାବେଳେ ଚାଇନାର ୧୪ ପ୍ରତିଶତ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି

। ସେହିପରି ଭାରତର ସାମରିକ ଖର୍ଚ୍ଚ ୨୦୨୦ ତୁଳନାରେ ୦.୯ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ୨୦୧୨ଠାରୁ ୩୩ ପ୍ରତିଶତ ବଢ଼ିଛି। ୨୦୨୧ରେ ଭାରତର ଶେୟାର ୩.୬ ପ୍ରତିଶତ ରହିଥିଲା। ୨୦୨୧ରେ ଶୀର୍ଷରେ ଥିବା ୫ ଦେଶ ସାମରିକ କ୍ଷେତ୍ରରେ ମୋଟ ୧,୩୦୫ ଶହ କୋଟି ଡଲାର ଖର୍ଚ୍ଚ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଅପରପକ୍ଷରେ ଶୀର୍ଷ ୧୫ ଦେଶର ଖର୍ଚ୍ଚ ୧୭୧୭ ଶହ କୋଟି ଡଲାର ଛୁଇଁଥିବାବେଳେ ଏହା ପୃଥିବୀର ମୋଟ ସାମରିକ ଖର୍ଚ୍ଚର ୮୧ ପ୍ରତିଶତ ରହିଛି।

ଗତ ୨୦ ବର୍ଷ ମଧ୍ୟରେ ଇରାନ ପ୍ରଥମ ଥର ପାଇଁ ଶୀର୍ଷ ୧୫ ଦେଶ ମଧ୍ୟରେ ରହିଛି। ଏହାର ସାମରିକ ଖର୍ଚ୍ଚ ୨୦୨୧ରେ ୧୧ ପ୍ରତିଶତ ବୃଦ୍ଧି ପାଇଛି। ଏହା ମୋଟ ୨୪.୬ ଶହ କୋଟି ଡଲାର ଖର୍ଚ୍ଚ କରିଛି। ୨୦୨୧ରେ ଇରାନ ଶେୟାର ୧.୨ ପ୍ରତିଶତ ରହିଥିଲା। ସେହିପରି ୧୫ତମ ସ୍ଥାନରେ ଥିବା ଇସ୍ରାଏଲର ସାମରିକ ଖର୍ଚ୍ଚ ୨୦୨୧ରେ ୨୪.୩ ଶହ କୋଟି ଡଲାର ଥିବାବେଳେ ଏହାର ଶେୟାର ୧.୨ ପ୍ରତିଶତ ରହିଛି। କରୋନା ମହାମାରୀ ସତ୍ତ୍ୱେ ବିଭିନ୍ନ ଦେଶର ସାମରିକ ଖର୍ଚ୍ଚ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୫ ପରଠାରୁ ବିଭିନ୍ନ ଦେଶର ସାମରିକ ଖର୍ଚ୍ଚ ବଢ଼ିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ରୋଗରେ ପୀଡ଼ିତ ଶରିଫ

ଲଣ୍ଡନ,୨୦।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଜଟିଳ ହୃଦରୋରେ ପୀଡ଼ିତ ବୋଲି ଜଣାପଡିଛି। ଏବେ ସେ ଲଣ୍ଡନରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଚିକିତ୍ସକ...

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୨୪ ମୃତ

ଲିମା,୨୯।୧:ପେରୁରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଏକ ପାହାଡ଼ିଆ ରାସ୍ତାରୁ ଖସିପଡ଼ିବାରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ପେରୁ ଉତ୍ତର ଭାଗରେ ଥିବା...

ପାକିସ୍ତାନରେ ଦାରିଦ୍ର୍ୟତା ହାର ୩୫.୭ ପ୍ରତିଶତ ବୃଦ୍ଧି…

ଇସଲାମାବାଦ,୨୨।୧୨ : ଦିନକୁ ଦିନ ପାକିସ୍ତାନର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଦେଶର ପ୍ରସିଦ୍ଧ ଉର୍ଦ୍ଦୁ ଖବରକାଗଜ ଇନ୍ତେଖାବ ଡେଲି ରିପୋର୍ଟ କରିଛି ଯେ...

ଆସନ୍ତା ବର୍ଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ରୁଷିଆ…

ମସ୍କୋ,୪।୧୨: ୟୁକ୍ରେନ ଏବଂ ରୁଷିଆ ସୀମାରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏନେଇ ୟୁକ୍ରେନ ଦାବି କରିଛି ରୁଷିଆ ସୀମାରେ ୯୪ ହଜାରରୁ ଅଧିକ...

ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳିପାରିବେ ଛୋଟପିଲା,ସରକାରଙ୍କ ଘୋଷଣା…

ବେଜିଂ,୩୧।୮: ଏଣିକି ଛୋଟ ପିଲା ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳି ପାରିବେ। ଏନେଇ ଚାଇନା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଛୋଟ...

ପାକିସ୍ତାନରେ ପହଞ୍ଚିଲା କରୋନାଭାଇରସ: ଜଣେ ସନ୍ଦିଗ୍ଧ

ଅବୋଟାବାଦ,୧୫।୨: ଚାଇନାରୁ ଆରମ୍ଭ ହୋଇଥିବା କରୋନାଭାଇରସ ସଂକ୍ରମଣ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଥିବା ବେଳେ ପାକିସ୍ତାନରେ ପ୍ରଥମ କରି ଜଣେ ବ୍ୟକ୍ତି କରୋନାଭାଇରସରେ ପୀଡିତ ବୋଲି...

ୟୁକ୍ରେନ୍‌ର ଆସ୍ଥା ‘ସେଣ୍ଟ ଜାଭେଲିନ୍‌’

କ୍ୱିଭ୍‌,୨୭।୨: ରୁଷିଆ ୟୁକ୍ରେନ ଯୁଦ୍ଧକୁ ବିତିଯାଇଛି ତିନିଦିନ। ସାରା ବିଶ୍ୱବାସୀଙ୍କ ନଜର ଏହି ଯୁଦ୍ଧ ଉପରେ ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନରେ ଏକ ଛବି...

ବିରୋଧୀ ଏକଜୁଟ ହେଲେ ଭାଜପା ହାରିବ

ସାଣ୍ଟା କ୍ଲାରା,୧ା୬: ବିରୋଧୀ ଦଳଗୁଡ଼ିକ ଉପଯୁକ୍ତ ଭାବେ ଏକଜୁଟ ହେଲେ ଭାଜପାକୁ ହରାଇବା ସମ୍ଭବ। କଂଗ୍ରେସ ଏହି ଦିଗରେ କାର୍ଯ୍ୟ କରୁଛି। ଏହା ଭଲ ଭାବେ...

Advertisement
Archives

Model This Week