ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାକୁ ଅନୁମତି ଦେଲାନି ପୁରୀ ପ୍ରଶାସନ

ପୁରୀ ଅଫିସ,୨୬।୪: ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ଓ ଶହେ ମିଟର ପରିଧି ମଧ୍ୟରେ ବ୍ୟାପକ ଖନନକୁ ବିରୋଧ କରି ବୁଧବାର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ନେତୃତ୍ୱରେ ପୁରୀ ବଡ଼ଦାଣ୍ଡରେ ହେବାକୁ ଥିବା ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ପ୍ରସ୍ତାବିତ ପଦଯାତ୍ରାକୁ ଅନୁମତି ଦେଇନାହାନ୍ତି। ଆଇନଶୃଙ୍ଖଳା ପରିସ୍ଥିତିର ଦ୍ୱାହି ଦେଇ ଜିଲାପାଳ ପ୍ରସ୍ତାବକୁ ନାମୁଞ୍ଜର କରିଥିବା ସୂଚନା ମିଳିଛି। ଏ ନେଇ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ଆବାହକ ବିନୟ ନୃସିଂହ ମହାପାତ୍ର କହିଛନ୍ତି, ପଦଯାତ୍ରା ପାଇଁ ପ୍ରଶାସନକୁ ଅନୁମତି ମଗାଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅନୁମତି ମିଳିନାହିଁ। ଏଣୁ ପଦଯାତ୍ରାରେ ଯୋଗଦେବାକୁ ଥିବା ଜଗନ୍ନାଥ ପ୍ରେମୀମାନଙ୍କୁ ଅନୁରୋଧ ସେମାନେ ପଦଯାତ୍ରା ଉଦ୍ଦେଶ୍ୟରେ ବୁଧବାର ଶ୍ରୀକ୍ଷେତ୍ର ଆସନ୍ତୁ ନାହିଁ। ପଦଯାତ୍ରା କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉଛି। ଏନେଇ ବୈଠକ କରି ଆଗାମୀ ସମୟରେ କେବେ ପଦଯାତ୍ରା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ। ପ୍ରଶାସନଠାରୁ ଅନୁମତି ମିଳିବା ପରେ ପଦଯାତ୍ରା କରାଯିବ। ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ପଦଯାତ୍ରା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଏହାସହ ଅନେକ ଭକ୍ତ ଓ ଜଗନ୍ନାଥ ପ୍ରେମୀମାନେ ନିଜ ଆଡୁ ଏହି ପଦଯାତ୍ରାରେ ଆମ ସହ ଯୋଡ଼ିହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏମ୍‌ପି ଷଡ଼ଙ୍ଗୀ ବୁଧବାର ପୁରୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିବେ ବୋଲି ଟୁଇଟ୍‌ କରି ସ୍ପଷ୍ଟ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନ ପରୀକ୍ଷାରେ ୧୭,୬୬୧ ଛାତ୍ରୀଛାତ୍ର ଅନୁପସ୍ଥିତ

କଟକ ଅଫିସ,୧୭ା୩:ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ଗୁରୁବାର ଛାତ୍ରୀଛାତ୍ର ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ତେବେ ଏହି...

ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା: ପ୍ରଥମ ଥର ପାଇଁ ଛୁଇଁଲା ଏହି ଜିଲାକୁ

ଭୁବନେଶ୍ୱର, ୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି।...

ଅଜଣା ରୋଗରେ ପରିବାରର ଦୁଇ ଶିଶୁ ମୃତ

ଭେଡ଼େନ,୨୧।୯(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମ ପଞ୍ଚାୟତର ଚମାର ପଡ଼ାର ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କ ଅଜଣା ରୋଗରେ ଶୁକ୍ରବାର...

ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨

ନୂଆଦିଲ୍ଲୀ,୭।୭: ମୋଦୀ କ୍ୟାବିନେଟର ବୁଧବାର ସମ୍ପ୍ରସାରଣ ହୋଇଛି। ଓଡ଼ିଶାର ୨ ଭାଜପା ନେତା କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଏମ୍‌ପି...

କୋର୍ଟ ଷ୍ଟେଶନ ନିକଟରେ ୨ ଗଳା ଶଙ୍ଖ ନିର୍ମାଣ; ୬.୨୫ ଘଣ୍ଟା ବନ୍ଦ ହେଲା ରେଳ ଚଳାଚଳ

ଛତ୍ରପୁର,୧୦ା୬(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର କୋର୍ଟ ଷ୍ଟେଶନ ନିକଟରେ ରବିବାର ୨ ଟି ଗଳା ଶଙ୍ଖ ସ୍ଥାପନ ହୋଇଛି। ରେଳ ଟ୍ରାକ୍‌କୁ ବାହାର କରି...

ସମ୍ପୂର୍ଣ୍ଣ ଋଣ ଛାଡ଼ ଦାବି କଲେ ମହିଳା ଗୋଷ୍ଠୀ

ବାରିପଦା ଅଫିସ, ୯ା୬- ନିଜର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପୂର୍ବରୁ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଭିିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ଟଙ୍କା...

ଶାସନ ଶ୍ରୀରାମଚନ୍ଦ୍ରପୁରକୁ ଐତିହ୍ୟ ଗ୍ରାମ ମାନ୍ୟତା ଦିଆଯାଉ

ସାକ୍ଷୀଗୋପାଳ,୧୩।୨(ସ୍ବ.ପ୍ର./ଡି.ଏନ୍‌.ଏ.):ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ସହଯୋଗରେ ଆଚାର୍ଯ୍ୟ ହରିହର ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ରବିବାର ସାରେ ସାକ୍ଷୀଗୋପାଳ ନିକଟସ୍ଥ...

ଥାନା ସମ୍ମୁଖରୁ ମିଳିଲା ଝୁଲନ୍ତା ମୃତଦେହ

ବ୍ରହ୍ମପୁର ଅଫିସ,୧୩।୨: ଗୋଶାଣିନୁଆଗାଁ ଥାନା ସମ୍ମୁଖରୁ ପୋଲିସ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନ ଥିବା ପୋଲିସ...

Advertisement
Archives

Model This Week