ସ୍ବୀକୃତି ନ ମିଳିଲେ ପରିଣାମ ଭୋଗିବ ବିଶ୍ୱ

କାବୁଲ, ୧ା୧୧: ଆଫଗାନିସ୍ତାନରେ ତାଲିବାନ୍‌ ସରକାରକୁ ସ୍ବୀକୃତି ଦେବାରେ ସମୟ ନଷ୍ଟ ନ କରିବାକୁ ଆମେରିକା ସମେତ ଅନ୍ୟ ବିଶ୍ୱ ଶକ୍ତିକୁ କହିଛି ଏହି ସଙ୍ଗଠନ। ଏଥିରେ ବିଫଳ ହେଲେ କେବଳ ସେହି ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ଏହାର ଫଳାଫଳ ଭୋଗିବ ବୋଲି ତାଲିବାନ୍‌ ଚେତାବନୀ ଦେଇଛି। କାବୁଲରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ତାଲିବାନ୍‌ ସୂଚନା ଓ ସଂସ୍କୃତି ମନ୍ତ୍ରୀ ଜାବିହୁଲ୍ଲା ମୁଜାହିଦ୍‌ ଆମେରିକା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି, ଯଦି ଜାତିସଂଘ ତାଲିବାନ୍‌କୁ ସ୍ବୀକୃତି ଦେବାକୁ ଝୁଲାଇ ରଖେ ତେବେ ତାହା ସମଗ୍ର ବିଶ୍ୱ ପାଇଁ ସମସ୍ୟାକୁ ଡାକି ଆଣିବ। ତାଲିବାନ୍‌ ଏବଂ ଆମେରିକା ମଧ୍ୟରେ ବିଧିବଦ୍ଧ ଦ୍ୱିପାକ୍ଷିକ ସମ୍ପର୍କ ନ ରହିବା ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧର କାରଣ ପାଲଟିଥିଲା। ଅଲ୍‌ କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନଙ୍କୁ ହସ୍ତାନ୍ତର କରିବାକୁ ମନାକରିବାରୁ ୨୦୦୧ରେ ଆମେରିକା ସେମାନଙ୍କୁ ଶାସନରୁ ହଟାଇଥିଲା। କଥାବାର୍ତ୍ତା ଓ ବୁଝାମଣା ମାଧ୍ୟମରେ ଏହି ଯୁଦ୍ଧକୁ ଏଡ଼ାଇ ଦିଆଯାଇପାରିଥାନ୍ତା। ଅନ୍ତର୍ଜାତୀୟ ସ୍ବୀକୃତି ଆଫଗାନିସ୍ତାନ ଲୋକଙ୍କ ଅଧିକାର। ଏହା ନ ମିଳିଲେ ସିଜ୍‌ ହୋଇଥିବା ଆଫଗାନିସ୍ତାନର ଅର୍ଥ ଓ ସମ୍ପତ୍ତି ମୁକୁଳିପାରିବନି, ଯାହା କି ଦେଶର ଅର୍ଥନୀତିକୁ ନଷ୍ଟ କରିଦେବ ଏବଂ ମାନବସଙ୍କଟ ଗମ୍ଭୀର ହୋଇପଡ଼ିବ ବୋଲି ସେ କହିଛନ୍ତି।

ସାମ୍‌ନାକୁ ଆସିଲେ ଅଖୁନ୍ଦଜାଦା

ତାଲିବାନ୍‌ ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ମୃତ୍ୟୁ ହୋଇଥିବା ନେଇ ବାରମ୍ବାର ଚର୍ଚ୍ଚା ହେବାପରେ ପ୍ରଥମ ଥର ସେ ସର୍ବସମ୍ମୁଖକୁ ଆସିଛନ୍ତି। ସେ କାନ୍ଦାହାରରେ ତାଙ୍କ ସମର୍ଥକଙ୍କୁ ଭେଟିଥିବା ରବିବାର ତାଲିବାନ୍‌ ପକ୍ଷରୁ କୁହାଯାଇଛି। ୨୦୧୬ରୁ ଅଖୁନ୍ଦଜାଦା ତାଲିବାନ୍‌ର ନେତୃତ୍ୱ ନେଇଥିବାବେଳେ ସେ ପ୍ରଥମ ଥର ସର୍ବସାଧାରଣଙ୍କ ସମ୍ମୁଖକୁ ଆସିଛନ୍ତି।

ଗତ ଅଗଷ୍ଟରେ ତାଲିବାନ୍‌ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ତାଲିବାନ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଖୁନ୍ଦଜାଦା ଦାରୁଲ ଉଲୁମ୍‌ ହାକିମ ମାଦ୍ରାସାକୁ ଯାଇ ତାଲିବାନ୍‌ ଲଢ଼ୁଆଙ୍କୁ ଭେଟିଥିଲେ। ସେଠାରେ ତାଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହି ସମୟର କୌଣସି ଫଟୋ ଶେୟାର ହୋଇ ନ ଥିବାବେଳେ ୧୦ ମିନିଟ୍‌ର ଏକ ଅଡିଓ ତାଲିବାନ୍‌ ସୋସିଆଲ ମିଡିଆ ଆକାଉଣ୍ଟରେ ଛଡ଼ା ଯାଇଛି। ଅଡିଓରେ ଅଖୁନ୍ଦଜାଦାଙ୍କୁ ‘ଅମିରୁଲ୍ଲ ମୋମିନିନ୍‌’ ବୋଲି ସମ୍ବୋଧନ କରାଯାଉଛି ଏବଂ ଏଥିରେ ସେ ଧାର୍ମିକ ବାର୍ତ୍ତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri