ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଲେ ରୁଷିଆ ବୈଦେଶିକ ମନ୍ତ୍ରୀ

ମସ୍କୋ,୨୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ପୂରଣ ହୋଇ ଗଲାଣି । ଇତିମଧ୍ୟରେ ସୋମବାର ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବ ଏକ ବଡ ବୟାନ ଦେଇଛନ୍ତି । ସେ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତା ଜାରି ରଖିବା କଥା କହିଛନ୍ତି । ହେଲେ ଅନ୍ୟପଟେ ତୃତୀୟ ବିଶ୍ୱଯୁଦ୍ଧର ବାସ୍ତବିକ ବିପଦର ଚେତାବନି ଦେଇଛନ୍ତି । ଏହାସହ ରୁଷିଆ ସମାଚାର ଏଜେନ୍ସି ସହ କଥା ହେବା ସମୟରେ ସେ ଶାନ୍ତି ବାର୍ତ୍ତାକୁ ନେଇ ୟୁକ୍ରେନର ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭଲ ଇଚ୍ଛାର ଏକ ସୀମା ରହିଛି, ହେଲେ ଏହା ଦୁଇ ପକ୍ଷର ସମାନ ନ ହେଲେ କଥାବାର୍ତ୍ତାର ପ୍ରକ୍ରିୟା କୌଣସି ସାହାଯ୍ୟ କରିବ ନାହିଁ ।
ଲାବରୋବ ଆହୁରି ମଧ୍ୟ କହିଛନ୍ତି, ଆମେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ଟିମ୍ ସହ କଥା ହେଉଛୁ ଆଉ ଏହା ଆଗକୁ ବି ଜାରି ରହିବ । ଏହାସହ ସେ ଜେଲେନସ୍କିଙ୍କ ଉପରେ କଥାବାର୍ତ୍ତାକୁ ନେଇ ସେ ‘ନାଟକ’ କରୁଥିବା ଅଭିଯୋଗ କରିଛନ୍ତି । ଲାବରୋବ କହିଛନ୍ତି ଜେଲେନସ୍କି ଜଣେ ଭଲ ଅଭିନେତା । ଯଦି ଆପଣ ଭଲଭାବେ ଦେଖିବେ ଅବା ଭଲଭାବେ ପଢିବେ ତେବେ ଆପଣ ହଜାର ହଜାର ବିରୋଧାଭାସ ପାଇବେ ।

ବର୍ତ୍ତମାନର ସ୍ଥିତିକୁ ଦେଖି ରୁଷିଆ ବୈଦେଶିକ ମନ୍ତ୍ରୀ କହିଛନ୍ତି, ତୃତୀୟ ବିଶ୍ୱ ଯୁଦ୍ଧର ବିପଦ ବାସ୍ତବିକ । ବିପଦ ଅତି ଗମ୍ଭୀର, ଏହା ବାସ୍ତବିକ, ଆପଣ ଏହାକୁ କମ କରି ଦେଖିପାରିବେ ନାହିଁ । ୟୁକ୍ରେନ୍ ସହ ଚାଲିଥିବା ସଂଘର୍ଷକୁ ନେଇ ସେ କହିଛନ୍ତି, ମୁଁ ବିଶ୍ୱାସ କରୁଛି ବୁଝାମଣା ଉପରେ ହସ୍ତାକ୍ଷର ସହ ସବୁ କିଛି ନିଶ୍ଚିତ ଭାବେ ଶେଷ ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri