ଆତ୍ମସମର୍ପଣ କଲେ ଫେରାର ଅଭିଯୁକ୍ତ

ଭୁବନେଶ୍ୱର,୨୬।୪(ବ୍ୟୁରୋ):ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଭାରତୀୟ ପର୍ଯ୍ୟଟନ ନିଗମ (ଆଇଟିଡିସି) ନାଁରେ ପୃଥକ୍‌ ଠକେଇ ମାମଲାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ବିକାଶ ମହାରଣା ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସର୍ପଣ କରିଛନ୍ତି। ୨୦୨୧ ଡିସେମ୍ବରରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ଗତ ଏପ୍ରିଲ ୭ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୂର୍ବରୁ ମାମଲା ନଂ.୧୦/୨୧ରେ ଅଭିଯୁକ୍ତ ଅନିକେଶ ସାହୁ ଗତବର୍ଷ ଅକ୍ଟୋବର ୧୦ରେ ଓ ମାମଲା ନଂ.୧୩/୨୧ରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓରଫ ସ୍ବାମୀ ବିଜୟାନନ୍ଦ ମହାରାଜ ଏବଂ ଓଟିଡିସିର ପୂର୍ବତନ ଇଞ୍ଜିନିୟର ଚନ୍ଦନ ଆକାଶ ଅଗଷ୍ଟ ୨୨ରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି।
ସୂଚନା ଅନୁଯାୟୀ, ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କ ସହ ୨୦୨୦ ମେ’ରେ ବାବା ବିଜୟାନନ୍ଦ ନିଜକୁ ଓଟିଡ଼ିସି ଚେୟାରମ୍ୟାନ ଓ ଆଇଟିଡିସିର ସଦସ୍ୟ କହି ସମ୍ପର୍କ ଯୋଡ଼ିଥିଲେ। ଏଥିସହ ସେ ଚନ୍ଦନଙ୍କୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ବିକାଶଙ୍କୁ ଓଟିଡିସିର କ୍ଲର୍କ କହି ଧନୁର୍ଦ୍ଧରଙ୍କ ସହ ପରିଚୟ କରାଇଥିଲେ। ସେମାନେ ଓଟିଡିସିରେ ବହୁ କୋଟି ଟଙ୍କାର ନକଲି ୱାର୍କ ଅର୍ଡର ଦେଇ ତାଙ୍କଠାରୁ ୩ କୋଟି ଟଙ୍କା ଠକି ନେଇଥିଲେ। ଏହି ଟଙ୍କାରୁ ୧.୧୪ କୋଟି ଧନୁର୍ଦ୍ଧର ଅଭିଯୁକ୍ତଙ୍କ ବ୍ୟାଙ୍କରେ ଜମା କରିଥିବାବେଳେ ବିକାଶ ଜାଲ୍‌ ମନି ରିସିପ୍ଟ ଦେଇ ବାକି ୧.୮୫ କୋଟି ଟଙ୍କା ନେଇଥିଲେ। ଧନୁର୍ଦ୍ଧର ଠକେଇର ଶିକାର ହୋଇଥିବା ଜାଣିବା ପରେ ଓଟିଡିସିରେ ଅଭିଯୋଗ କରିଥିଲେ। ଓଟିଡିସିର ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ମାମଲା(ନଂ.୧୦/୨୧) ରୁଜୁ କରିଥିଲା। ସେହିପରି ପୁରୀରେ ହୋଟେଲ କରିଥିବା ତପନ କୁମାର ମହାନ୍ତିଙ୍କ ସହ ଅଭିଯୁକ୍ତ ଚନ୍ଦନ ନିଜକୁ ଆଇଟିଡିସିର ବରିଷ୍ଠ ଅଧିକାରୀ ଓ ଅନିକେଶ ଆଇଟିଡିସିର ପ୍ରୋଜେକ୍ଟର କଣ୍ଟ୍ରାକ୍ଟର ଏବଂ ବିକାଶଙ୍କ ଓଟିଡିସିର କ୍ଲର୍କ କହି ସମ୍ପର୍କ ବଢାଇଥିଲେ। ଆଇଟିଡିସି ତତ୍ତ୍ୱାବଧାନରେ ପୁରୀରେ ଥିବା ନୀଳାଚଳ ଅଶୋକ ହୋଟେଲକୁ କିଣିବା ପାଇଁ ତପନଙ୍କ ସହ ସେମାନେ ୧୫ କୋଟିର ଡିଲ୍‌ କରିଥିଲେ। ତପନ ଦିଲ୍ଲୀସ୍ଥିତ ଆଇଟିଡିସିର ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ଜମା କରିଥିବାବେଳେ ୩୦ ଲକ୍ଷ ନଗଦ ଓ ବ୍ୟାଙ୍କ ଜମା ଆକାରରେ ଅଭିଯୁକ୍ତଙ୍କୁ ଦେଇଥିଲେ। ତେବେ ଠକେଇ ସମ୍ପର୍କରେ ଜାଣିବା ପରେ ତପନଙ୍କ ସ୍ତ୍ରୀ ବିଜୟିନୀ ମହାନ୍ତିଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଏକ ମାମଲା( ନଂ.୧୩/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଠୁ ୩ଦିନ ଯାଏଁ ସ୍କୁଲ ଛୁଟି, ହେଲେ ନିୟମିତ ଆସିବେ ଶିକ୍ଷକ

ଭୁବନେଶ୍ୱର,୧୮।୪: ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ବଢିବା ଯୋଗୁଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।...

ସକାଳୁ ଟପିଲାଣି ୩୬ ଡିଗ୍ରୀ, ସିଭିୟର ହିଟ୍ ୱେଭ୍ ପାଇଁ ୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮।୪: ଜଳୁଛି ଓଡ଼ିଶା। ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri