Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ରିଷ୍ଟ ସ୍ପିନରଙ୍କ ଅନୁପସ୍ଥିତି ଚିନ୍ତାଜନକ: କାନେରିଆ

ନୂଆଦିଲ୍ଲୀ,୧୨।୫(ପି.ଟି.): ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ଶିପ୍‌ (ଡବ୍ଲ୍ୟଟିସି) ଫାଇନାଲ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ କୌଣସି ରିଷ୍ଟ ସ୍ପିନର ସ୍ଥାନ ପାଇ ନ ଥିବାରୁ ପାକିସ୍ତାନ ପୂର୍ବତନ ଲେଗ୍‌ ସ୍ପିନର ଡାନିଶ କାନେରିଆ ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଯୁବ ରିଷ୍ଟ ସ୍ପିନର ରାହୁଲ ଚହର ସାମିଲ ହୋଇଥିଲେ ଭାରତର ବୋଲିଂ ଆଟାକ ଆହୁରି ଶକ୍ତିଶାଳୀ ହୋଇଥାନ୍ତା ବୋଲି କାନେରିଆ କହିଛନ୍ତି।
ଇଂଲଣ୍ଡର ସାଉଥାମ୍ପଟନଠାରେ ଡବ୍ଲ୍ୟୁଟିସି ଫାଇନାଲ ଜୁନ୍‌ ୧୮ରୁ ଆରମ୍ଭ ହେବ। ଭାରତ ମଧ୍ୟ ଏହି ହାଇପ୍ରୋଫାଇଲ ମ୍ୟାଚ୍‌ ସହ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଥିଲା। ଏହି ସିରିଜ ଅଗଷ୍ଟ ୪ରୁ ଆରମ୍ଭ ହେବ। ଘୋଷିତ ଭାରତୀୟ ଦଳ ନିଶ୍ଚିତ ଭାବେ ଶକ୍ତିଶାଳୀ। ତେବେ ଏହି ଦଳରେ କୌଣସି ରିଷ୍ଟ ସ୍ପିନର ସ୍ଥାନ ନ ପାଇବା ଆଶ୍ଚର୍ଯ୍ୟଜନକ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଦଳରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବିଶ୍ୱସ୍ତରୀୟ ସ୍ପିନର ରହିଛନ୍ତି। ଇଂଲଣ୍ଡ ଜଳବାୟୁରେ ଲେଗ୍‌ ବ୍ରେକ୍‌ ବୋଲର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ବୋଲି ସେ କହିଛନ୍ତି। ସିଜନ ଆରମ୍ଭ ହେଲେ ଉଇକେଟରେ ଆର୍ଦ୍ରତା ରହିଥାଏ। ଦ୍ରୁତ ବୋଲରମାନଙ୍କ ପାଇଁ ସୁବିଧାଜନକ ସ୍ଥିତି ରହିଥିଲେ ମଧ୍ୟ ଲେଗ୍‌ ସ୍ପିନରମାନେ ମଧ୍ୟ ସଫଳତା ପାଇଥାନ୍ତି। ଦୀପକ ଚହର ଦଳରେ ସାମିଲ ହୋଇଥିଲେ ନିଶ୍ଚିତ ଭାବେ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଥାନ୍ତେ। ନ୍ୟୁଜିଲାଣ୍ଡ ଦଳରେ ଇସ୍‌ ସୋଧିଙ୍କ ଭଳି ଲେଗ୍‌ ସ୍ପିନର ରହିଛନ୍ତି। ଚହରଙ୍କ ଉଚ୍ଚତା ଓ ବୋଲିଂ ଶୈଳୀ ବେଶ୍‌ ଆକର୍ଷଣୀୟ ବୋଲି ୪୦ ବର୍ଷୀୟ କାନେରିଆ କହିଛନ୍ତି। ଗୁଗ୍‌ଲି, ଫ୍ଲିପର ପକାଇବା ସହ ୨୧ ବର୍ଷୀୟ ଚହର ଭଲ ଲେଗ୍‌ ସ୍ପିନ ମଧ୍ୟ ପକାଇଥାନ୍ତି।
ଭାରତ ଟେଷ୍ଟରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ରିଷଭ ପନ୍ତ ଭଲ ଖେଳିଥିଲେ ମଧ୍ୟ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରା ଆଶାନୂରୂପ ପ୍ରଦର୍ଶନ କରିପାରି ନ ଥିଲେ। ବୋଲରଙ୍କୁ ନେଇ ଟେଷ୍ଟରେ ବିଜୟ ହାସଲ କରାଯାଇଥାଏ। ଦଳରେ ୫ଜଣ ବିଶ୍ୱସ୍ତରୀୟ ବୋଲର ଥିଲେ ୨୦ଟି ଉଇକେଟ ଅକ୍ତିଆର କରିହେବ ଓ ମ୍ୟାଚ୍‌ ଜିତିବାରେ କୌଣସି ଅସୁବିଧା ରହିବ ନାହିଁ ବୋଲି କାନେରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପିଲାଳିଆମୀ କାର୍ତ୍ତିକଙ୍କ ଉପରେ ପଡିଥାନ୍ତି ଭାରି,ପଡିଆରେ ବଡ ଦୁର୍ଘଟଣା ଟଳିଲା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ୪୧ତମ ମ୍ୟାଚ ସମୟରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।...

କୋଭିଡ-୧୯: ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର ହଣ୍ଟର ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୦।୪ (ଏଏଫ୍‌ପି)- ପୂର୍ବତନ ଇଂଲଣ୍ଡ ଫୁଟବଲର ତଥା ଲିଡ୍ସ ଡିଫେଣ୍ଡର ନର୍ମାନ ହଣ୍ଟର କରୋନା ଭାଇରସ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର...

କୋଲକାତା ନାଇଟ ରାଇଡର୍ସ: ଅଲି ଖାନଙ୍କ ସ୍ଥାନରେ ଟିମ୍‌ ସିଫର୍ଟ

ଓ୍ବେଲିଂଟନ,୧୯।୧୦(ପି.ଟି.): କୋଲକାତା ନାଇଟ ରାଇଡର୍ସ(କେକେଆର) ଦଳରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ସ୍ଥାନ ପାଇଛନ୍ତି। ଆମେରିକୀୟ ଦ୍ରୁତ ବୋଲ ଅଲି ଖାନ୍‌ ଆହତ ହୋଇ...

ନାଚିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ ଭାରତୀୟ ଦଳର ପୂର୍ବତନ ଲେଗ୍‌...

ଜିମ୍ବାଓ୍ବେକୁ ୭୧ ରନ୍‌ରେ ପରାସ୍ତ କଲା ଭାରତ

ମେଲବୋର୍ନ,୬।୧୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ସୁପର-୧୨ ରାଉଣ୍ଡର ଶେଷ ଗ୍ରୁପ ମ୍ୟାଚରେ ଭାରତ ୭୧ ରନ୍‌ରେ ଜିମ୍ବାୱେକୁ ପରାସ୍ତ କରିଛି। ଟିମ ଇଣ୍ଡିଆ ସେମିଫାଇନାଲ ପାଇଁ...

ମାଇକେଲ ଜୋର୍ଡାନଙ୍କ ଜୋତାର ମୂଲ୍ୟ ୪.୨ କୋଟି

ନ୍ୟୁୟର୍କ,୧୮।୫: କିମ୍ବଦନ୍ତୀ ଆମେରିକୀୟ ବାସ୍କେଟବଲ୍‌ ଖେଳାଳି ମାଇକେଲ ଜୋର୍ଡାନଙ୍କ ଏକ ଜୋତା ରେକର୍ଡ ୫ ଲକ୍ଷ ୬୦ ହଜାର ଡଲାର ବା ୪ କୋଟି ୨...

ରେକର୍ଡ ସମକକ୍ଷ ହେବା ପରେ ଘାସ ଖାଇଲେ କିମ୍ବଦନ୍ତୀ

ଲଣ୍ଡନ,୧୧।୭: ବିଶ୍ୱର ନଂ ୧ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଓପନକୁ ଜିତି ନେଇଛନ୍ତି। ଫାଇନାଲରେ ମାଟେଓ ବରେଟିନିଙ୍କୁ ୬(୪)-୭,...

ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ରେକର୍ଡ

ଲଣ୍ଡନ,୧୦।୬- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଏକ ରେକର୍ଡର ଅଧିକାରୀ ହୋଇଛି। ବିଶ୍ୱକପ୍‌ ଇତିହାସରେ ଟିମ୍‌ ଇଣ୍ଡିଆ ପ୍ରଥମ ଦଳ ଭାବେ...

Advertisement
Archives

Model This Week