Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ନ୍ୟୁଜିଲାଣ୍ଡର ନେତୃତ୍ୱ ନେବେ ଓ୍ବିଲିୟମସନ

ସାଉଥାମ୍ପଟନ,୧୬ା୬(ପି.ଟି.)-ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବା ଲାଗି କେନ୍‌ ଓ୍ବିଲିୟମସନ ଉପଲବ୍ଧ ହେବେ। ଜୁନ୍‌ ୧୮ରୁ ଆରମ୍ଭ ହେବାକୁଥିବା ଏହି ମୁକାବିଲା ପାଇଁ ମୁଖ୍ୟ କୋଚ୍‌ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। କହୁଣିରେ ଇଞ୍ଜୁରି ଯୋଗୁ ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ହୋଇ ନ ଥିଲେ। ଟମ୍‌ ଲଥାମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ ୮ ଉଇକେଟରେ ବିଜୟଲାଭ କରିଥିଲା। ପିଠିରେ ଇଞ୍ଜୁରି ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳି ନ ଥିବା ଉଇକେଟକିପର ବିଜେ ଓ୍ବାଟଲିଂଙ୍କୁ ମଧ୍ୟ ଦଳରେ ନିଆଯାଇଛି। ଓ୍ବିଲିୟମସନ ଓ ଓ୍ବାଟଲିଂ ଏକ ସପ୍ତାହ ଧରି ବିଶ୍ରାମ ଓ ରିହାବିଲିଟେଶନରେ ରହିଥିବାରୁ ଫାଇନାଲ ବେଳକୁ ସେମାନେ ଫିଟ୍‌ ହେବା ସହ ଉପଲବ୍ଧ ହେବେ ବୋଲି ଗ୍ୟାରୀ ଷ୍ଟେଡ୍‌ ଆଶା ପ୍ରକାଶ କରି କହିଛନ୍ତି। ସେ କହିଛନ୍ତି ଇଂଲଣ୍ଡ ବିପକ୍ଷରେ ସେମାନେ ବିଜୟ ହାସଲ କରିଥିଲେ ହେଁ ଭାରତକୁ ସାମ୍ନା କରିବା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଭାରତ ବିଶ୍ୱର ଏକ ଅନ୍ୟତମ ଶକ୍ତିଶାଳୀ ଦଳ। ଏହି ଦଳରେ ଅନେକ ମ୍ୟାଚ ବିଜୟୀ ଖେଳାଳି ରହିଛନ୍ତି। ତେଣୁ ଏହି ଦଳକୁ ପରାସ୍ତ କରିବା ସହଜ ନୁହେଁ। ନ୍ୟୁଜିଲାଣ୍ଡ ଦଳରେ ଜଣେ ସ୍ପେଶାଲିଷ୍ଟ ସ୍ପିନର ୩୨ ବର୍ଷୀୟ ବାମହାତୀ ସ୍ପିନର ଏଜାଜ୍‌ ପଟେଲ ଏବଂ ଅଲରାଉଣ୍ଡର କଲିନ୍‌ ଗ୍ରାଣ୍ଡହୋମ୍‌ଙ୍କୁ ସ୍ଥାନ ଦେଇଛି। ସ୍ପେଶାଲିଷ୍ଟ ବ୍ୟାଟିଂ କଭର ପାଇଁ ଦଳରେ ଓ୍ବିଲ୍‌ ୟଙ୍ଗ୍‌ଙ୍କୁ ନିଆଯାଇଥିବା ବେଳେ ଟମ୍‌ ବ୍ଲଣ୍ଡେଲଙ୍କୁ ବ୍ୟାକ୍‌ଅପ୍‌ ଉଇକେଟକିପର ଭାବେ ଦଳରେ ସାମିଲ କରାଯାଇଛି। ଏଜବାଷ୍ଟନରେ ଏଜାଜ୍‌ଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ଏଜାସ ବାଓଲଠାରେ ତାଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଆଶା କରାଯାଉଛି। ସମ୍ଭାବ୍ୟ ୨୦ ଜଣିଆ ଦଳରୁ ଯେଉଁ ୫ଜଣଙ୍କୁ ବାଦ୍‌ ଦିଆଯାଇଛି, ସେମାନେ ହେଲେ ଡଗ୍‌ ବ୍ରେସ୍‌ଓ୍ବେଲ, ଜାକବ ଡଫି, ଡେରିଲ୍‌ ମିଚେଲ, ରାଚିନ ରବୀନ୍ଦ୍ର ଓ ମିଚେଲ ସାଣ୍ଟନର।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନ୍‌ଓ୍ବେ, କଲିନ୍‌ ଡି’ ଗ୍ରାଣ୍ଡ୍‌ହୋମ୍‌, ମ୍ୟାଟ୍‌ ହେନ୍‌ରୀ, କାଇଲ ଜେମିସନ, ଟମ୍‌ ଲଥାମ, ହେନ୍‌ରି ନିକୋଲ୍ସ, ଏଜାଜ୍‌ ପଟେଲ, ଟିମ୍‌ ସୌଦି, ରସ୍‌ ଟେଲର, ନିଲ୍‌ ଓ୍ବାଗନର, ବିଜେ ଓ୍ବାଟଲିଂ ଓ ଓ୍ବିଲ ୟଙ୍ଗ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri