Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ନ୍ୟୁଜିଲାଣ୍ଡର ନେତୃତ୍ୱ ନେବେ ଓ୍ବିଲିୟମସନ

ସାଉଥାମ୍ପଟନ,୧୬ା୬(ପି.ଟି.)-ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବା ଲାଗି କେନ୍‌ ଓ୍ବିଲିୟମସନ ଉପଲବ୍ଧ ହେବେ। ଜୁନ୍‌ ୧୮ରୁ ଆରମ୍ଭ ହେବାକୁଥିବା ଏହି ମୁକାବିଲା ପାଇଁ ମୁଖ୍ୟ କୋଚ୍‌ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। କହୁଣିରେ ଇଞ୍ଜୁରି ଯୋଗୁ ଓ୍ବିଲିୟମସନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଉପଲବ୍ଧ ହୋଇ ନ ଥିଲେ। ଟମ୍‌ ଲଥାମଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ ୮ ଉଇକେଟରେ ବିଜୟଲାଭ କରିଥିଲା। ପିଠିରେ ଇଞ୍ଜୁରି ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳି ନ ଥିବା ଉଇକେଟକିପର ବିଜେ ଓ୍ବାଟଲିଂଙ୍କୁ ମଧ୍ୟ ଦଳରେ ନିଆଯାଇଛି। ଓ୍ବିଲିୟମସନ ଓ ଓ୍ବାଟଲିଂ ଏକ ସପ୍ତାହ ଧରି ବିଶ୍ରାମ ଓ ରିହାବିଲିଟେଶନରେ ରହିଥିବାରୁ ଫାଇନାଲ ବେଳକୁ ସେମାନେ ଫିଟ୍‌ ହେବା ସହ ଉପଲବ୍ଧ ହେବେ ବୋଲି ଗ୍ୟାରୀ ଷ୍ଟେଡ୍‌ ଆଶା ପ୍ରକାଶ କରି କହିଛନ୍ତି। ସେ କହିଛନ୍ତି ଇଂଲଣ୍ଡ ବିପକ୍ଷରେ ସେମାନେ ବିଜୟ ହାସଲ କରିଥିଲେ ହେଁ ଭାରତକୁ ସାମ୍ନା କରିବା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଭାରତ ବିଶ୍ୱର ଏକ ଅନ୍ୟତମ ଶକ୍ତିଶାଳୀ ଦଳ। ଏହି ଦଳରେ ଅନେକ ମ୍ୟାଚ ବିଜୟୀ ଖେଳାଳି ରହିଛନ୍ତି। ତେଣୁ ଏହି ଦଳକୁ ପରାସ୍ତ କରିବା ସହଜ ନୁହେଁ। ନ୍ୟୁଜିଲାଣ୍ଡ ଦଳରେ ଜଣେ ସ୍ପେଶାଲିଷ୍ଟ ସ୍ପିନର ୩୨ ବର୍ଷୀୟ ବାମହାତୀ ସ୍ପିନର ଏଜାଜ୍‌ ପଟେଲ ଏବଂ ଅଲରାଉଣ୍ଡର କଲିନ୍‌ ଗ୍ରାଣ୍ଡହୋମ୍‌ଙ୍କୁ ସ୍ଥାନ ଦେଇଛି। ସ୍ପେଶାଲିଷ୍ଟ ବ୍ୟାଟିଂ କଭର ପାଇଁ ଦଳରେ ଓ୍ବିଲ୍‌ ୟଙ୍ଗ୍‌ଙ୍କୁ ନିଆଯାଇଥିବା ବେଳେ ଟମ୍‌ ବ୍ଲଣ୍ଡେଲଙ୍କୁ ବ୍ୟାକ୍‌ଅପ୍‌ ଉଇକେଟକିପର ଭାବେ ଦଳରେ ସାମିଲ କରାଯାଇଛି। ଏଜବାଷ୍ଟନରେ ଏଜାଜ୍‌ଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ଏଜାସ ବାଓଲଠାରେ ତାଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଆଶା କରାଯାଉଛି। ସମ୍ଭାବ୍ୟ ୨୦ ଜଣିଆ ଦଳରୁ ଯେଉଁ ୫ଜଣଙ୍କୁ ବାଦ୍‌ ଦିଆଯାଇଛି, ସେମାନେ ହେଲେ ଡଗ୍‌ ବ୍ରେସ୍‌ଓ୍ବେଲ, ଜାକବ ଡଫି, ଡେରିଲ୍‌ ମିଚେଲ, ରାଚିନ ରବୀନ୍ଦ୍ର ଓ ମିଚେଲ ସାଣ୍ଟନର।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନ୍‌ଓ୍ବେ, କଲିନ୍‌ ଡି’ ଗ୍ରାଣ୍ଡ୍‌ହୋମ୍‌, ମ୍ୟାଟ୍‌ ହେନ୍‌ରୀ, କାଇଲ ଜେମିସନ, ଟମ୍‌ ଲଥାମ, ହେନ୍‌ରି ନିକୋଲ୍ସ, ଏଜାଜ୍‌ ପଟେଲ, ଟିମ୍‌ ସୌଦି, ରସ୍‌ ଟେଲର, ନିଲ୍‌ ଓ୍ବାଗନର, ବିଜେ ଓ୍ବାଟଲିଂ ଓ ଓ୍ବିଲ ୟଙ୍ଗ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ତୁମେ ଅହଂକାରୀ, କ୍ଲାସଲେସ ବ୍ୟକ୍ତି’, ଗମ୍ଭୀରଙ୍କ ପୋଷ୍ଟକୁ ନେଇ ରାଗିଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ,୭।୧୨: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ଶ୍ରୀସନ୍ଥଙ୍କ ବିବାଦ କମିବାର ନାଁ ନେଉନି। ବୁଧବାର ଲିଜେଣ୍ଡସ୍‌ ଲିଗ କ୍ରିକେଟ ମ୍ୟାଚ ସମୟରେ...

ଜୁନିୟର ପୁରୁଷ ହକି ବିଶ୍ୱକପ: ୪-୧ଗୋଲରେ ସ୍ପେନ୍‌ଠାରୁ ହାରିଲା ଭାରତ

କୁଆଲାଲାମ୍ପୁର,୭ା୧୨: ଏଫ୍‌ଆଇଏଚ୍‌ ପୁରୁଷ ଜୁନିୟର ହକି ବିଶ୍ୱକପରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧-୪ ଗୋଲରେ ସ୍ପେନ୍‌ଠାରୁ ପରାଜିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ କୋରିଆକୁ ପରାସ୍ତ...

ଆଇସିସି ଟି୨୦ ବିଶ୍ୱକପ୍‌ ଲାଗି ଲୋଗୋ ଜାରି କଲା ଆଇସିସି

ନୂଆଦିଲ୍ଲୀ,୭।୧୨: ଆଇସିସି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ପୁରୁଷ ଏବଂ ମହିଳା ଟି୨୦ ବିଶ୍ୱକପ୍‌ର ଲୋଗୋ ଜାରି କରାଯାଇଛି। ଏହି ଲୋଗୋରେ ବ୍ୟାଟ୍‌, ବଲ୍‌ର...

ସଚିନଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି: କାରଣ ବୁଝାଇ କହିଲେ ବ୍ରାଏନ ଲାରା

ନୂଆଦିଲ୍ଲୀ,୭।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଥରେ କହିଥିଲେ ବିରାଟ କୋହଲି କିମ୍ବା ରୋହିତ ଶର୍ମା ତାଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗି ପାରିବେ। ସେତେବେଳେ ରୋହିତ...

ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ମୁଣ୍ଡରେ ଟ୍ରଲି ବ୍ୟାଗ୍‌ ରଖି ଦୌଡିଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

କେପ୍‌ଟାଉନ୍‌,୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି। ବିମାନବନ୍ଦରରେ...

ଚୌକା-ଛକା ବର୍ଷା କଲେ ଗମ୍ଭୀର

ନୂଆଦିଲ୍ଲୀ,୭।୧୨: କିମ୍ବଦନ୍ତୀ ଲିଗ କ୍ରିକେଟ ଟୁର୍ନାମେଣ୍ଟର ଏଲିମିଟର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ ୧୨ ରନ୍‌ରେ ଗୁଜରାଟ ଜିଆଣ୍ଟସ ଦଳକୁ ପରାସ୍ତ କରିଛି॥ ପ୍ରଥମେ ବ୍ୟାଟିଂ କରିବାକୁ...

ବିରାଟ ଟି-୨୦ରୁ ନିଅନ୍ତୁ ସନ୍ୟାସ, ଚାହୁଁଛି ବିସିସିଆଇ, ଏହି କ୍ରିକେଟର ନେବେ ତାଙ୍କର ସ୍ଥାନ !…

କୋଲକାତା,୭।୧୨ : ଆଇସିସି ଟି -୨୦ ବିଶ୍ୱକପ ୨୦୨୪ ପୂର୍ବରୁ ବିରାଟ କୋହଲି ବିଶ୍ୱକପ ଦଳରୁ ଓହରିଯିବାର ଆଶଙ୍କା ରହିଛି। ବିସିସିଆଇର ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କୁ...

ଲାଇଭ୍‌ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ସହ ପଡ଼ିଆରେ ପ୍ରବଳ ଝଗଡ଼ା କଲେ ଗୌତମ ଗମ୍ଭୀର: ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୧୨: ଗୌତମ ଗମ୍ଭୀର ପ୍ରାୟତଃ ପଡ଼ିଆରେ ଖେଳାଳିଙ୍କ ସହ ସଂଘର୍ଷ କରୁଥିବା ଦେଖାଯାଏ। ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ମେଣ୍ଟର ଭୂମିକାରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri