କେୟର୍ନ ମାମଲାରେ ଭାରତର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  ବ୍ରିଟେନ କମ୍ପାନୀ କେୟର୍ନ ଏନର୍ଜି ପିଏଲ୍‌ସିକୁ ୧.୨ ବିଲିୟନ ଡଲାର ଫେରାଇବା ଲାଗି ଭାରତ ସରକାରଙ୍କ ବିରୋଧରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତା ଅଦାଲତ ଶୁଣାଣି କରିଥିଲେ। ଏହି ଶୁଣାଣି ବିରୋଧରେ ଭାରତ ସରକାର ଚ୍ୟାଲେଞ୍ଜ କରିଥିବା ଜଣାପଡିଛି। ଟିକସ ବିବାଦ ମାମଲାରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତାକୁ କେବେ ସ୍ବୀକାର କରି ନ ଥିବା ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତଠାରୁ ଟିକସ ଅର୍ଥ ଅସୁଲ କରିବା ଲାଗି କେୟର୍ନ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକର ବିଦେଶରେ ରହିଥିବା ସମ୍ପତ୍ତି ଜବତ କରିପାରେ ବୋଲି ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ନଜରରେ ରଖି ବିଦେଶରେ ଥିବା ଆକାଉଣ୍ଟରୁ ଟଙ୍କା ଉଠାଣ ଲାଗି ସରକାର ବ୍ୟାଙ୍କଗୁଡିକୁ କହିଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସରକାର ଏଭଳି କୌଣସି ନିର୍ଦ୍ଦେଶ ବ୍ୟାଙ୍କ କିମ୍ବା କମ୍ପାନୀଗୁଡିକୁ ଦେଇନାହାନ୍ତି।
୩ ସଦସ୍ୟବିଶିଷ୍ଟ ମଧ୍ୟସ୍ଥତା ଅଦାଲତରେ ଭାରତ ନିଜ ପକ୍ଷରୁ ନ୍ୟାୟାଧୀଶ ନିଯୁକ୍ତ କରିବା ସହ କେୟର୍ନଠାରୁ ୧୦,୨୨୪ କୋଟି ଟଙ୍କାର ଟିକସ ଅସୁଲ ମାମଲାରେ ସମ୍ପୂର୍ଣ୍ଣ ଭାବେ ଭାଗ ନେଇଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୌଣସି ଦେଶର ଟିକସ ବିବାଦ ମାମଲାରେ ଶୁଣାଣି କରି ମଧ୍ୟସ୍ଥତା ଅଦାଲତ ନିଜ କ୍ଷେତ୍ରର ଅନୁଚିତ ପ୍ରୟୋଗ କରିଛନ୍ତି। ଭାରତ ଏଭଳି ମାମଲାରେ କେବେ ବି ମଧ୍ୟସ୍ଥତାର ଆବଶ୍ୟକତା କିମ୍ବା ସହମତି ପ୍ରକାଶ କରିନାହିଁ।
ଉଲ୍ଲେଖଯୋଗ୍ୟ, ଭାରତ କେୟର୍ନ ଏନର୍ଜିଠାରୁ ଟିକସ ଅସୁଲ କରିବା ଲାଗି ଏହାର ଭାରତୀୟ ୟୁନିଟ୍‌ର ଶେୟାରକୁ ଜବତ କରିଥିଲା। ପରେ ଏହାକୁ ବିକ୍ରି କରାଯାଇଥିଲ। ଲାଭାଂଶକୁ ନିଜ ଅକ୍ତିଆରକୁ ନେବା ସହ ଟିକସ ରିଫଣ୍ଡକୁ ମଧ୍ୟ ରୋକି ଦେଇଥିଲେ। ୨୦୧୨ରେ ରେଟ୍ରୋସ୍ପେକ୍ଟିଭ ଟିକସ ଆଇନ ପାସ୍‌ କରିବା ପରେ ସରକାରଙ୍କ ପକ୍ଷରୁ ଏଭଳି ଟିକସ ଡିମାଣ୍ଡ ଲାଗୁ କରାଯାଇଥିଲା। ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ଆଧାରରେ କେୟର୍ନ ଏହା ବିରୋଧରେ ମଧ୍ୟସ୍ଥତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା। ଗତ ଡିସେମ୍ବରରେ କେୟର୍ନ ଏହି ମାମଲାରେ ଭାରତ ବିରୋଧରେ ବିଜୟ ଲାଭ କରିଥିଲା। କମ୍ପାନୀକୁ ଟିକସ ଅର୍ଥ ଫେରାଇବା ଲାଗି ମଧ୍ୟସ୍ଥତା ଅଦାଲତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?