କେୟର୍ନ ମାମଲାରେ ଭାରତର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ:  ବ୍ରିଟେନ କମ୍ପାନୀ କେୟର୍ନ ଏନର୍ଜି ପିଏଲ୍‌ସିକୁ ୧.୨ ବିଲିୟନ ଡଲାର ଫେରାଇବା ଲାଗି ଭାରତ ସରକାରଙ୍କ ବିରୋଧରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତା ଅଦାଲତ ଶୁଣାଣି କରିଥିଲେ। ଏହି ଶୁଣାଣି ବିରୋଧରେ ଭାରତ ସରକାର ଚ୍ୟାଲେଞ୍ଜ କରିଥିବା ଜଣାପଡିଛି। ଟିକସ ବିବାଦ ମାମଲାରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତାକୁ କେବେ ସ୍ବୀକାର କରି ନ ଥିବା ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତଠାରୁ ଟିକସ ଅର୍ଥ ଅସୁଲ କରିବା ଲାଗି କେୟର୍ନ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକର ବିଦେଶରେ ରହିଥିବା ସମ୍ପତ୍ତି ଜବତ କରିପାରେ ବୋଲି ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ନଜରରେ ରଖି ବିଦେଶରେ ଥିବା ଆକାଉଣ୍ଟରୁ ଟଙ୍କା ଉଠାଣ ଲାଗି ସରକାର ବ୍ୟାଙ୍କଗୁଡିକୁ କହିଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସରକାର ଏଭଳି କୌଣସି ନିର୍ଦ୍ଦେଶ ବ୍ୟାଙ୍କ କିମ୍ବା କମ୍ପାନୀଗୁଡିକୁ ଦେଇନାହାନ୍ତି।
୩ ସଦସ୍ୟବିଶିଷ୍ଟ ମଧ୍ୟସ୍ଥତା ଅଦାଲତରେ ଭାରତ ନିଜ ପକ୍ଷରୁ ନ୍ୟାୟାଧୀଶ ନିଯୁକ୍ତ କରିବା ସହ କେୟର୍ନଠାରୁ ୧୦,୨୨୪ କୋଟି ଟଙ୍କାର ଟିକସ ଅସୁଲ ମାମଲାରେ ସମ୍ପୂର୍ଣ୍ଣ ଭାବେ ଭାଗ ନେଇଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୌଣସି ଦେଶର ଟିକସ ବିବାଦ ମାମଲାରେ ଶୁଣାଣି କରି ମଧ୍ୟସ୍ଥତା ଅଦାଲତ ନିଜ କ୍ଷେତ୍ରର ଅନୁଚିତ ପ୍ରୟୋଗ କରିଛନ୍ତି। ଭାରତ ଏଭଳି ମାମଲାରେ କେବେ ବି ମଧ୍ୟସ୍ଥତାର ଆବଶ୍ୟକତା କିମ୍ବା ସହମତି ପ୍ରକାଶ କରିନାହିଁ।
ଉଲ୍ଲେଖଯୋଗ୍ୟ, ଭାରତ କେୟର୍ନ ଏନର୍ଜିଠାରୁ ଟିକସ ଅସୁଲ କରିବା ଲାଗି ଏହାର ଭାରତୀୟ ୟୁନିଟ୍‌ର ଶେୟାରକୁ ଜବତ କରିଥିଲା। ପରେ ଏହାକୁ ବିକ୍ରି କରାଯାଇଥିଲ। ଲାଭାଂଶକୁ ନିଜ ଅକ୍ତିଆରକୁ ନେବା ସହ ଟିକସ ରିଫଣ୍ଡକୁ ମଧ୍ୟ ରୋକି ଦେଇଥିଲେ। ୨୦୧୨ରେ ରେଟ୍ରୋସ୍ପେକ୍ଟିଭ ଟିକସ ଆଇନ ପାସ୍‌ କରିବା ପରେ ସରକାରଙ୍କ ପକ୍ଷରୁ ଏଭଳି ଟିକସ ଡିମାଣ୍ଡ ଲାଗୁ କରାଯାଇଥିଲା। ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ଆଧାରରେ କେୟର୍ନ ଏହା ବିରୋଧରେ ମଧ୍ୟସ୍ଥତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା। ଗତ ଡିସେମ୍ବରରେ କେୟର୍ନ ଏହି ମାମଲାରେ ଭାରତ ବିରୋଧରେ ବିଜୟ ଲାଭ କରିଥିଲା। କମ୍ପାନୀକୁ ଟିକସ ଅର୍ଥ ଫେରାଇବା ଲାଗି ମଧ୍ୟସ୍ଥତା ଅଦାଲତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌.ଭି.ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ

କ୍ୟାଫେ କଫି ଡେ ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଯାଇଥିବା ପୋଲିସ ଘୋଷଣା କରିବା ପରେ କମ୍ପାନୀ ବୋର୍ଡ ବୁଧବାର ଜରୁରିକାଳୀନ ବୈଠକ ଡାକି ଏସ.ଭି.ରଙ୍ଗନାଥଙ୍କୁ ଅନ୍ତରୀଣ...

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ

ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ...

ସ୍ତ୍ରୀ କୋକିଲାବେନ୍‌ଙ୍କୁ ପସନ୍ଦ ଥିଲା ସ୍ବାମୀ ଧୀରୁଭାଇ ଅମ୍ବାନୀଙ୍କ ପ୍ରେମ ପ୍ରକାଶ କରିବାର ଶୈଳୀ: ଏପରି ଥିଲା ଲଭ୍‌ଷ୍ଟୋରୀ

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଅନ୍ତର୍ଭୁକ୍ତ ଅମ୍ବାନୀ ପରିବାର ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଏହି ପରିବାରର ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍‌ କମ୍‌...

ବଜାରରେ ରେନୋର ଅଲ୍‌ ନ୍ୟୁ କାଇଗର

ଭୁବନେଶ୍ୱର,୧୦।୯(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ୍ସ କମ୍ପାନୀ ରେନଲ୍‌ଟ (ରେନୋ) ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ଅଲ୍‌ ନ୍ୟୁ କାଇଗର (ଅର୍ବାନ...

ଟପ୍‌-୫୦୦ ଗ୍ଲୋବାଲ କମ୍ପାନୀ ମଧ୍ୟରେ ଭାରତର ୧୧

ମୁମ୍ବାଇ: ବିଶ୍ୱର ୫୦୦ ମୂଲ୍ୟବାନ୍‌ କମ୍ପାନୀ ମଧ୍ୟରେ ଭାରତର ୧୧ ଘରୋଇ କମ୍ପାନୀ ସ୍ଥାନିତ ହୋଇଛନ୍ତି। ତାଲିକାରେ ଭାରତ ୧୦ମ ସ୍ଥାନରେ ରହିଛି। ତାଲିକାରେ ରହିଥିବା...

ସେବି ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୬।୮: ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳକୁ ୧୮ ମାସ ବଢ଼ାଯାଇଛି। ସେ...

ଆଇଏମ୍‌ଏଫ୍‌ର ଫାଷ୍ଟ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ହେବେ ଗୀତା ଗୋପିନାଥ

ନୂଆଦିଲ୍ଲୀ,୩ ।୧୨: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମ୍‌ଏଫ୍‌)ର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର(ଏଫ୍‌ଡିଏମ୍‌ଡି) ଜିୟୋଫ୍ରୋ ଓକାମୋଟୋ ଆସନ୍ତା ବର୍ଷ ଆରମ୍ଭରେ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା...

୧୦ ବର୍ଷ ମଧ୍ୟରେ ଭାରତ ହେବ ପୃଥିବୀର ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୬।୧୨: ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ଭାବେ ଉଭା ହେବ। ରିସର୍ଚ୍ଚ ସଂସ୍ଥା ଥିଙ୍କ୍‌ ଟାଙ୍କ୍‌ ପକ୍ଷରୁ ହୋଇଥିବା...

Advertisement
Archives

Model This Week