Posted inଫୁରସତ

ବିଶ୍ୱ ମସ୍ତିଷ୍କାଘାତ ଦିବସ

ବ୍ୟସ୍ତ ବହୁଳ ଜୀବନଶୈଳୀ ହିଁ ଏବେ ସାରା ପୃଥିବୀରେ ମସ୍ତିଷ୍କାଘାତ ବା ଷ୍ଟ୍ରୋକ ଆଶଙ୍କାକୁ ବଢାଇ ଚାଲିଛି। ପୂର୍ବରୁ କେବଳ ବୟସ୍କଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଥିବାବେଳେ ଏବେ ଯୁବବର୍ଗ ଏହାର ଶିକାର ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ବ୍ୟକ୍ତି ଷ୍ଟ୍ରୋକର ଆକ୍ରାନ୍ତ ହୁଅନ୍ତି ଏବଂ ପ୍ରାୟ ୫୦ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥାଏ। ତେବେ ସଚେତନତା ହିଁ ଏହାର ନିଦାନ। ଏହା ଦ୍ୱାରା ୯୦ ପ୍ରତିଶତ ଷ୍ଟ୍ରୋକ ମୃତ୍ୟୁକୁ ରୋକା ଯାଇ ପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ପ୍ରତିରୋଧ ଏବଂ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଆଉ ଷ୍ଟ୍ରୋକ୍‌ ପୀଡିତଙ୍କ ପାଇଁ ଉତ୍ତମ ଯତ୍ନ ଯୋଗାଇଦେବା ଲାଗି ପ୍ରତିବର୍ଷ ବିଶ୍ୱ ମସ୍ତିଷ୍କାଘାତ ଦିବସ ବା ଓ୍ବାଲର୍‌ଡ ଷ୍ଟ୍ରୋକ ଡେ’ ପାଳନ କରାଯାଉଛି।
ଅକ୍ଟୋବରରେ ବିଶ୍ୱ ଷ୍ଟ୍ରୋକ ଦିବସ ପାଳନ କରାଯାଏ। ୨୦୦୪ ମସିହାଠାରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ବିଶ୍ୱ ଷ୍ଟ୍ରୋକ କଂଗ୍ରେସ ଏହି ଦିନ କାନାଡାରେ ପାଳନ କରିଥିଲା। ୨୦୦୬ରେ ଏହାର ଜନସଚେତନତା ପାଇଁ ଘୋଷଣା କରାଯାଇଥିଲା। ଆଉ ଏହି ବର୍ଷ ୱାଲର୍‌ଡ ଷ୍ଟ୍ରୋକ ଫେଡେରେଶନ ଏବଂ ଅନ୍ତର୍ଜାତୀୟ ଷ୍ଟ୍ରୋକ ସୋସାଇଟିର ମିଶ୍ରଣ ସହିତ ୱାଲର୍‌ଡ ଷ୍ଟ୍ରୋକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ୱାଲର୍‌ଡ ଷ୍ଟ୍ରୋକ ଅର୍ଗାନାଇଜେଶନ (ଡବ୍ଲ୍ୟୁଏସଓ) ବିଭିନ୍ନ ପ୍ଲାଟଫର୍ମରେ ୱାଲର୍‌ଡ ଷ୍ଟ୍ରୋକ ଡେ (ଡବ୍ଲ୍ୟୁଏସଡି) ପାଳନ କରିଆସୁଛି।
ତେବେ ସଚେତନତା ଅଭାବରୁ ଷ୍ଟ୍ରୋକର ନିରାକରଣ ଏବଂ ଚିକିତ୍ସାର ଆବଶ୍ୟକ ପରିଚାଳନା ନ ହେବା ଦ୍ୱାରା ମୃତ୍ୟୁହାର ବଢ଼ିବାରୁ ୨୦୧୦ରେ ବିଶ୍ୱ ଷ୍ଟ୍ରୋକ ସଂଗଠନ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।
ପ୍ରତିବର୍ଷ ବିଶ୍ୱ ଷ୍ଟ୍ରୋକ ଦିବସ ଅବସରରେ ଏକ ସ୍ବତନ୍ତ୍ର ବାର୍ତ୍ତା ଦିଆଯାଇଥାଏ। ଚଳିତ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ରହିଛି, ସମ୍ମିଳିତ ଭାବେ ଉଦ୍ୟମ କଲେ ଆମେ ଷ୍ଟ୍ରୋକକୁ ଜିତିପାରିବା।


Enter your email to get our daily news in your inbox.

All Right Reserved By Dharitri.Com

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri