Posted inଖେଳ

ସେଲ୍‌ବିଙ୍କୁ ବିଶ୍ୱ ସ୍ନୁକର ଟାଇଟଲ

ଶେଫିଲ୍ଡ (ଇଂଲଣ୍ଡ), ୫।୫(ଏପି)- କ୍ରୁକିବଲ ଥିଏଟରରେ ଭରପୂର ଦର୍ଶକଙ୍କ ଗହଣରେ ଇଂଲଣ୍ଡର ମାର୍କ ସେଲବି ବିଶ୍ୱ ସ୍ନୁକର ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ନିଜ ଦେଶର ଶନ ମର୍ଫିଙ୍କୁ ୧୮-୧୫ରେ ହରାଇ ସେଲ୍‌ବି କ୍ୟାରିୟରରେ ୪ର୍ଥ ଥର ପାଇଁ ଚାମ୍ପିୟନ ହୋଇଛନ୍ତି। କେବଳ ସ୍କଟଲାଣ୍ଡର ଷ୍ଟିଫେନ ହେଣ୍ଡ୍ରି (୭ ଥର), ଇଂଲଣ୍ଡର ରୋନି ଓ’ସୁଲିଭାନ, ଓ୍ବେଲ୍ସର ରୟ ରିଅର୍ଡନ ଏବଂ ଇଂଲଣ୍ଡର ଷ୍ଟିଭ୍‌ ଡେଭିସ (ସମସ୍ତେ ୬ ଥର ଲେଖାଏ) ସେଲ୍‌ବିଙ୍କଠାରୁ ଅଧିକଥର ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ୪ର୍ଥ ଟାଇଟଲ ସହ ସେଲ୍‌ବି ସ୍କଟଲାଣ୍ଡର ଜନ୍‌ ହିଗିନ୍ସଙ୍କ ସମକକ୍ଷ ହୋଇଛନ୍ତି। ମହାମାରୀଜନିତ ଲକ୍‌ଡାଉନ୍‌ କଟକଣା ସମୟରେ ବହୁଳ ସମାବେଶରୁ ସୁରକ୍ଷିତଭାବେ ଘରକୁ ଫେରିବା ପାଇଁ ଇଂଲଣ୍ଡର ଶେଫିଲ୍ଡରେ ୧୭ ଦିନ ବିଶିଷ୍ଟ ଏହି ଇନ୍‌ଡୋର ଟୁର୍ନାମେଣ୍ଟ ପାଇଲଟ ପ୍ରୋଗ୍ରାମର ଅଂଶବିଶେଷ। କ୍ରୁକିବଲ ପକ୍ଷରୁ ପ୍ରଥମ ରାଉଣ୍ଡ ଅବସରରେ ୩୩ ପ୍ରତିଶତ, ଦ୍ୱିତୀୟ ରାଉଣ୍ଡରେ ୫୦ ପ୍ରତିଶତ ଏବଂ ୨ଦିନ ବିଶିଷ୍ଟ ଫାଇନାଲ ବେଳକୁ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। କୌଣସି ଦର୍ଶକ ଭେନ୍ୟୁରେ ପ୍ରବେଶ ପୂର୍ବରୁ କୋଭିଡ୍‌-୧୯ ଟେଷ୍ଟ ବାଧ୍ୟତାମୂଳକ ଥିଲା। ରିପୋର୍ଟ ନେଗେଟିଭ ଥିବା ବ୍ୟକ୍ତିଙ୍କୁ ହିଁ ଅନୁମତି ମିଳୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri