ବିଶ୍ୱର ଫାର୍ମାସୀ ଭାରତ

ଡ. ନରେନ୍ଦ୍ର ସେଠୀ

ଟିକା ନେବା ରୋଗ ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା। ଏହା ଆମ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରେ। ତେବେ କରୋନା ମହାମାରୀ ପାଇଁ କୋଉଦିନ ପ୍ରତିଷେଧକ ଟିକା ଆସିବ ପୂରା ଦେଶ ଅନେଇ ବସିଛି। ଭାରତ ସମେତ ଅନେକ ଦେଶ ଏଥିପାଇଁ ଅଣ୍ଟା ଭିଡି ସାରିଛନ୍ତି। ବୈଶିକ ମହାମାରୀ କରୋନା ପାଇଁ କୌଣସି ଔଷଧ ନ ଥିବା ବେଳେ ସମଗ୍ର ବିଶ୍ୱ ଅତି ବ୍ୟଗ୍ରତାର ସହ ଟିକା ପାଇଁ ଅପେକ୍ଷା କରିଛି। ଆଉ କିଛିଦିନ ପରେ କରୋନା ଟିକା ପ୍ରସ୍ତୁତ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ବୟାନ ଶୁଣିଲା ପରେ ଦେଶବାସୀ ଆଶ୍ୱସ୍ତ ଲାଭ କଲେ। ତୃତୀୟ ବା ଅନ୍ତିମ ସୋପାନରେ ଭାରତ ବାୟୋଟେକ ପକ୍ଷରୁ ବିକଶିତ ଟିକାକୁ ଦେଶର ଦଶଟି ସହରର ୧୮ ବର୍ଷରୁ ଅଧିକ ୨୮, ୫୦୦ ସ୍ବେଚ୍ଛାକୃତ ଲୋକଙ୍କୁ ଦିଆଯିବାର ଯୋଜନା ରହିଛି। ଏହା ଭିତରେ ରୁଷ, ବ୍ରିଟେନ ପ୍ରଭୃତି ଦେଶରେ ଟିକା ବିକଶିତ ହେଇ ଲୋକମାନଙ୍କୁ ଦିଆ ଗଲାଣି। ଯଦିଓ ବିଭିନ୍ନ ଦେଶରେ ଏହିପରି ୧୭୦ଟି ପୃଥକ୍‌ ପୃଥକ୍‌ କରୋନା ଟିକା ବିକାଶ କାର୍ଯ୍ୟ ଚାଲିଥିବା ବେଳେ ଭାରତରେ ବିକଶିତ ଟିକା କୋଭାକ୍‌ସିନ ଉପରେ ପୂରା ବିଶ୍ୱର ନଜର ରହିଛି। କାରଣ ବିଶ୍ୱର ସର୍ବାଧିକ ଷାଠିଏ ପ୍ରତିଶତ ଟିକା ଭାରତରେ ଉତ୍ପାଦନ ହେଇଥାଏ। ଅର୍ଥାତ୍‌ ବିଶ୍ୱର ପ୍ରତି ପାଞ୍ଚ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ତିନିଜଣ ନେଉଥିବା ଟିକା ଭାରତରେ ଟିଆରି ହେଇଥାଏ। ସୂଚନାଯୋଗ୍ୟ, ପୁଣେରେ ଅବସ୍ଥିତ ସେରମ ଇନ୍‌ଷ୍ଟିଚୁଟ ଅଫ ଇଣ୍ଡିଆ ବିଶ୍ୱର ସର୍ବାଧିକ ଟିକା ତିଆରି ଓ ରପ୍ତାନି କରୁଥିବା କମ୍ପାନୀ। ତେଣୁ ଭାରତକୁ ବିଶ୍ୱର ଫାର୍ମାସୀ ବୋଲି ମଧ୍ୟ କୁହାଯାଏ କାରଣ ଭାରତ ବିଶ୍ୱର ଅନ୍ୟତମ ଦଶଟି ସର୍ବାଧିକ ଔଷଧ ରପ୍ତାନିକାରୀ ରାଷ୍ଟ୍ର ଭିତରେ ଅଛି। ଅନେକ ରୋଗର ଔଷଧ ଏଇଠି ତିଆରି ହୋଇ ବିଶ୍ୱକୁ ରପ୍ତାନି ହେଇଥାଏ। ଖାଲି ସେତିକି ନୁହେଁ, କୋଭିଡ୍‌ ସମୟରେ ଭାରତ ମାସ୍କ ଓ ଅନ୍ୟ ସୁରକ୍ଷା ଉପକରଣ ତିଆରି କରିବାରେ ଆତ୍ମ ନିର୍ଭରଶୀଳ ହୋଇପାରିଥିଲା।
ନିକଟ ଅତୀତରେ କ୍ଲୋରୋକୁଇନ୍‌ ବଟିକାକୁ ବିଶ୍ୱର ୧୫୦ରୁ ଅଧିକ ଦେଶକୁ ଯୋଗେଇ ଭାରତ ତା’ର ଔଷଧ ତିଆରି କ୍ଷମତାକୁ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବୈସୁଧେବ କୁଟୁମ୍ବକମ୍‌ ମନ୍ତ୍ରକୁ ସାକାର କରିଥିଲା। ପ୍ରାଚୀନ ଭାରତରେ ଧନନ୍ତ୍ୱରି, ଶୁଶ୍ରୁତ, ଚରକ ଇତ୍ୟାଦି ମହାନ୍‌ ଚିକିତ୍ସକମାନେ ଚମତ୍କାର ଚିକିତ୍ସା ପଦ୍ଧତି ବିଶ୍ୱକୁ ଦେଇଥିଲେ। ଆୟୁର୍ବେଦ ଏକମାତ୍ର ଚିକିତ୍ସା ଓ ଉପଚାର ପଦ୍ଧତି ଭାବରେ ମଣିଷ ପାଖରେ ଥିଲା। ସେଇ ଧରୋହରକୁ ଆଗେଇ ନେଇ କରୋନା ମହାମାରୀ ସମୟରେ ଭାରତ ପୁଣି ସାରା ବିଶ୍ୱର ସାହା ଭରସା ହୋଇ ଛିଡ଼ା ହୋଇଛି । ଆମ ଦେଶର ତିନୋଟି ଗବେଷଣା ସଂସ୍ଥା କରୋନା ଏକା ସାଙ୍ଗରେ ଟିକା ବିକଶିତ କରି ସାରା ବିଶ୍ୱକୁ ଚକିତ କରିଛନ୍ତି। ନିକଟରେ ଷାଠିଏଟି ଦେଶର ରାଷ୍ଟ୍ରଦୂତ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ, ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଓ ବାୟୋଲୋଜିକାଲ ପରିଦର୍ଶନ କରି ଭାରତର ଟିକା ଉତ୍ପାଦନ କ୍ଷମତା ଓ ଆନୁଷଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ। ଅର୍ଥାତ ବିଶ୍ୱର ଅନ୍ୟ ଦେଶରେ ଟିକା ବିକଶିତ ହେଇ ଉତ୍ପାଦନ ହେଲେ ମଧ୍ୟ ସାରା ବିଶ୍ୱର ନଜର ଭାରତ ତିଆରି ଶସ୍ତା ଓ କାରିଗର ଟିକା ଉପରେ ରହିଛି। ତେଣୁ ବର୍ତ୍ତମାନ ସମୟରେ ଭାରତକୁ ଟିକା ଗୁରୁ ଆଖ୍ୟା ଦିଆ ଗଲାଣି। ବର୍ତ୍ତମାନ ଭାରତ ଏକ ଅଗ୍ରଣୀ ଔଷଧ ଉତ୍ପାଦକ ରାଷ୍ଟ୍ର ଭାବରେ ମୁଣ୍ଡ ଟେକିଛ। ୧୯୬୦ ଦଶକରେ ଯେତେବେଳେ ଭାରତ ସରକାର ଔଷଧ ତିଆରି ପାଇଁ ପ୍ରୋତ୍ସାହନ ଦେବା ଆରମ୍ଭ କଲେ ସେତେବେଳେ ଭାରତ ଅଧିକାଂଶ ଔଷଧ ବାହାରୁ ଆମଦାନୀ କରୁଥିଲା। ୨୦୧୮ ମସିହାରେ ଭାରତ ସରକାରଙ୍କ ଏକ ରିପୋର୍ଟ ଅନୁଯାୟୀ ଭାରତର ଔଷଧ ବ୍ୟବସାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲାଣି। ବିଶ୍ୱର ଅନ୍ୟତମ ଅଗ୍ରଣୀ ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଭାରତୀୟ। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ୧୭.୨୭ ବିଲିୟନ ଡଲାରର ଔଷଧ ରପ୍ତାନି କରିଥିଲା। ସିପ୍ଲା, ରାନବାକ୍ସି, ରେଡିଜ ଲ୍ୟାବ, ସନ ଫାର୍ମା, ସିପଲା, ଅରବିନ୍ଦ ଫର୍ମା, ଲୁପିନ, ଯାଇଦସ, ଆଲକେମ ଇତ୍ୟାଦି ଭାରତୀୟ ଔଷଧ ତିଆରି କମ୍ପାନୀ ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି।
ଏହି ପରିପ୍ରେକ୍ଷୀରେ ଭାରତକୁ ବିଶ୍ୱର ଔଷଧାଳୟ ବା ଫାର୍ମାସୀ କହିଲେ ଭୁଲ୍‌ ହବନି।
ତେବେ କୌଣସି ରୋଗ ପାଇଁ ଟିକା ତିଆରି କରିବା ଏତେ ସହଜ କାମ ନୁହେଁ ଓ ଏଥିପାଇଁ ବର୍ଷ ବର୍ଷ ଲାଗିପାରେ। ଏତେ ସ୍ବଳ୍ପ ସମୟ ଭିତରେ କରୋନା ଟିକା ବିକଶିତ ହୋଇଥାଇ ପାରିଥିବାରୁ ତାହା ନିଶ୍ଚୟ ଏକ ଚମତ୍କାର କହିଲେ ଭୁଲ୍‌ ହେବନି। ଉଦାହରଣ ସ୍ବରୂପ ଏଡ଼ସ ପରି ରୋଗ ପାଇଁ ପ୍ରତିଷେଧକ ତିଆରି କରିବା ପାଇଁ କୋଡିଏ ବର୍ଷ ହେଲା ଚେଷ୍ଟା ଚାଲିଛି। କହିବା ବାହୁଲ୍ୟ ଯେ SARS, MERS ଭଳି ଅନେକ ଥଣ୍ଡା କାଶ ଜର ଭଳି ରୋଗର ସମୂହ ଶ୍ରେଣୀରେ ଆସୁଥିବା କୋଭିଡ୍‌-୧୯ ଭାଇରସକୁ ଏପର୍ଯ୍ୟନ୍ତ ସକ୍ଷମତାର ସହ ମୁକାବିଲା କରାଯାଇ ପାରିନି। ବିଶ୍ୱରେ SARS ଓ MERS ଭଳି ରୋଗ ପାଇଁ ମଧ୍ୟ ଠିକ୍‌ ଭାବରେ ଟିକାଟିଏ ବାହାରି ପାରିନି। ସେହିପରି ଆମେରିକାର ବୈଜ୍ଞାନିକ ଜନ କୋମଲର ଦ୍ୱାରା ୧୯୩୫ ମସିହାରୁ ପ୍ରଥମ କରି ଆରମ୍ଭ ହୋଇଥିବା ପୋଲିଓ ରୋଗର ଟିକା ଯଦିଓ ସମ୍ପୂର୍ଣ୍ଣ ନିରାପଦ ନ ଥିଲା ତାହା ଧୀରେ ଧୀରେ ବିକଶିତ ହୋଇ ଆଜିର ସ୍ତରରେ ପହଞ୍ଚତ୍ଛି। ଏହା ପଛରେ ଅନେକ ଦେଶର ଅନେକ ଭୂତାଣୁବୀତ୍‌ମାନଙ୍କର ଚେଷ୍ଟା ରହିଛି। ସେହିପରି ଆଉ ଗୋଟେ ଭୂତାଣୁଜନିତ ରୋଗ ହେଲା ମିଳିମିଳା, ଯାହାର ସଫଳ ଟିକା ଉପଲବ୍ଧ। ଏହି ଟିକାର ବିକାଶ ପାଇଁ ୧୯୫୪ ମସିହାରୁ ୧୯୬୩ ମସିହା ପର୍ଯ୍ୟନ୍ତ ଅର୍ଥାତ ଦଶ ବର୍ଷ ଲାଗିଥିଲା। ପରେ ଏକ ଘରୋଇ କମ୍ପାନୀ ୧୯୭୧ ମସିହାରେ MMR ଟିକା ବଜାରକୁ ଆଣିଲା, ଯାହା ଏପର୍ଯ୍ୟନ୍ତ ବ୍ୟବହାର ହେଉଛି। ସେହିପରି ହେପାଟାଇଟିସ ପାଇଁ ଟିକା ୧୯୬୮ ମସିହାରୁ ଗବେଷଣା ଆରମ୍ଭ କରି ଶେଷରେ ୨୦୧୭ ବେଳକୁ ଏକ ସମ୍ପୂର୍ଣ୍ଣ ଦୁଇ ଡୋଜ ବିଶିଷ୍ଟ ଟିକା ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ସଂସ୍ଥା ଦ୍ୱାରା ସ୍ବୀକୃତି ଲାଭ କରିଥିଲା। ତେଣୁ ଟିକା ବିକଶିତ କରିବା ଭଳି ଲମ୍ବା ଓ ସମୟ ସାପେକ୍ଷ ପ୍ରକ୍ରିୟାକୁ ତରବର କରି ଛୋଟ କରି ଦିଆଗଲେ ଏହାର ଗୁଣାତ୍ମକ ଦିଗ କମିଯିବାର ସମ୍ଭାବନା ଅଛି।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର, ପରିବେଶ ନିରୀକ୍ଷଣ ପରୀକ୍ଷାଗାର,
ଯାଦୁଗୁଡା, ପୂର୍ବ ସିଂଭୁମି, ଝାରଖଣ୍ଡ,
ମୋ-୯୪୭୧୩୮୦୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?