Posted inଜାତୀୟ

ଭାଜପାର ଐତିହାସିକ ବିଜୟ ପରେ ବଢିଲା ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ,୯ ।୧୨: ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଜନସାଧାରଣଙ୍କ ଗ୍ରହଣୀୟତାର ସଙ୍କେତ ବୋଲି ଦର୍ଶାଇଛି । ଅଧିକାଂଶ ରିପୋର୍ଟ ଏବଂ ବିଶ୍ଳେଷଣ ଅନୁଯାୟୀ, ମୋଦିଙ୍କ ଚରିତ୍ରବାଦୀ ନେତୃତ୍ୱ ବିଜେପକୁ ଅଦୃଶ୍ୟ ସଫଳତା ଆଣିଦେଇଛି । ତାଙ୍କ ନେତୃତ୍ୱର କରିସ୍ମାକୁ ଡିକୋଡ କରି ବିକାଶ ଓ ହିନ୍ଦୁତ୍ୱବାଦୀ ଭାବମୂର୍ତ୍ତିର ମିଶ୍ରଣ ହେଉଛି ତାଙ୍କର ଚରିତ୍ରବାଦୀ ଭାବମୂର୍ତ୍ତିର ମୁଳଦୁଆ ବୋଲି ବିଶ୍ୱାସ କରାଯାଏ । ବିବିସି ଲେଖିଛି, ଭାଜପାର ବିଜୟ ଭାରତରେ ମୋଦିଙ୍କ ଆଭିମୁଖ୍ୟକୁ ଦୃଢ କରିଦେଇଛି, ସେ ଗୁଜରାଟ ନିର୍ବାଚନକୁ ନିଜର ଜନମନ ସଂଗ୍ରହ କରିଦେଇଛନ୍ତି ।

ବ୍ରିଟିଶ ନ୍ୟୁଜ ପୋର୍ଟାଲ ଇଣ୍ଡିପେଣ୍ଡେଣ୍ଟ ଏହାକୁ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବଡ ଆଶ୍ୱସ୍ତି ବୋଲି କହିଛି । ବିଶେଷ ଭାବେ ବଢି ଚାଲିଥିବା ଦରଦାମ ଓ ବେକାରୀ ସମସ୍ୟା ମଧ୍ୟରେ ଏମିତି ଅଭୁତପୂର୍ବ ଜନସମର୍ଥନକୁ ବିକାଶବାଦ ଓ ହିନ୍ଦୁତ୍ୱର ଚମତ୍କାରୀ ନେତୃତ୍ୱର ଫଳ ବୋଲି କୁହାଯାଉଛି । କତର ରାଜପରିବାର ସ୍ୱାମୀତ ବାଲା ଅଲ ଜଜିରା ଲେଖିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ହିନ୍ଦୁ ରାଷ୍ଟ୍ରବାଦୀ ପାର୍ଟିର ଭାରତର ପଶ୍ଚିମ ରାଜ୍ୟ ଗୁଜରାଟ ଉପରେ ନିୟନ୍ତ୍ରଣ ଅପରିବର୍ତ୍ତିତ ।
ବ୍ରିଟିଶ ମିଡିଆ ହାଉସ ‘ଦ ଗାର୍ଡିୟନ’ ଲେଖିଛି ଗୁଜରାଟ ବହୁ ସମୟ ଧରି ହିନ୍ଦୁ ରାଷ୍ଟ୍ରବାଦୀ ଭାଜପାର ଗଡ ରହି ଆସିଛି, ଯିଏ ୧୯୯୫ ପରେ ଲଗାତାର ୭ ଥର ନିର୍ବାଚନ ଜିତି ଆସିଛି । ହେଲେ ଗୁରୁବାର ଆସିଥିବା ନିର୍ବାଚନ ଫଳାଫଳ ଭାଜପାର ସବୁଠାରୁ ବଡ ନିର୍ବାଚନି ସଫଳତା । ଆମେରିକା ମିଡିଆ ହାଉସ ଏବିସି ନ୍ୟୁଜ ଗୁଜରାଟକୁ ଐତିହାସିକ ବିଜୟ ବୋଲି କହି ଲେଖିଛି, ମହଙ୍ଗାମାଡ, କେବାରୀ ସମସ୍ୟା ଓ ଧାର୍ମିକ ଧ୍ରୁବିକରଣର ଆଲୋଚନା ପରେ ବି ମୋଦିଙ୍କ ପାର୍ଟିର ବଢିଚାଲିଥିବା ଲୋକପ୍ରିୟତା ଆଶ୍ଚର୍ଯ୍ୟ କରୁଛି ।
ବିଶ୍ୱର ସବୁଠାରୁ ଅଧିକ ବିକ୍ରି ହେଉଥିବା ବିଜସେନ ଖବରକାଗଜ ନିକେଇର ୱେବସାଇଟ ଏସିଆ ନିକେଇ ଲେଖିଛି, ଉଚ୍ଚ ମୁଦ୍ରାସ୍ଫିତି, ବଢି ଚାଲିଥିବା ବେକାରି ସମସ୍ୟାର ଚିନ୍ତା ପରେ ବି ଭାଜପାର ବିଶ୍ୱସ୍ତ ହିନ୍ଦୁ ଭୋଟ ବ୍ୟାଙ୍କ ସ୍ଥିର ନଜର ଆସୁଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଷ୍ଟାର ପାୱାର ବଳରେ ଭାଜପାକୁ ଆଶାତିତ ସଫଳତା ଦେଇଛନ୍ତି । ସିଙ୍ଗାପୁରର ନ୍ୟୁଜ ପୋର୍ଟାଲ ଷ୍ଟ୍ରେଟ ଟାଇମ୍ସ ଲେଖିଛି, ଗୁଜରାଟ ଭାଜପାର ଗଡ । ପ୍ରଧାନମନ୍ତ୍ରୀ ମୋଦି ୨୦୦୧ରୁ ୨୦୧୪ ମଧ୍ୟରେ ୧୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଶାସନ କରିଛନ୍ତି ଓ ଏହାକୁ ଆର୍ଥିକ ମହାଶକ୍ତିରେ ପରିବର୍ତ୍ତନ କରିଛନ୍ତି । ପିଏମ ମୋଦିଙ୍କ ପ୍ରଭାବର ଏହା ହେଉଛି ଫଳ କି ଅନେକ ସ୍ଥାନୀୟ ପ୍ରସଙ୍ଗ ସହ ମୋରବିରେ ହୋଇଥିବା ଦୁର୍ଘଟଣା ପରେ ବି ଭାଜପା ଅବିଶ୍ୱନୀୟ ବିଜୟ ହାଲ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri