Posted inଜାତୀୟ

ଭାଜପାର ଐତିହାସିକ ବିଜୟ ପରେ ବଢିଲା ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ,୯ ।୧୨: ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଥିବା ଐତିହାସିକ ବିଜୟ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଜନସାଧାରଣଙ୍କ ଗ୍ରହଣୀୟତାର ସଙ୍କେତ ବୋଲି ଦର୍ଶାଇଛି । ଅଧିକାଂଶ ରିପୋର୍ଟ ଏବଂ ବିଶ୍ଳେଷଣ ଅନୁଯାୟୀ, ମୋଦିଙ୍କ ଚରିତ୍ରବାଦୀ ନେତୃତ୍ୱ ବିଜେପକୁ ଅଦୃଶ୍ୟ ସଫଳତା ଆଣିଦେଇଛି । ତାଙ୍କ ନେତୃତ୍ୱର କରିସ୍ମାକୁ ଡିକୋଡ କରି ବିକାଶ ଓ ହିନ୍ଦୁତ୍ୱବାଦୀ ଭାବମୂର୍ତ୍ତିର ମିଶ୍ରଣ ହେଉଛି ତାଙ୍କର ଚରିତ୍ରବାଦୀ ଭାବମୂର୍ତ୍ତିର ମୁଳଦୁଆ ବୋଲି ବିଶ୍ୱାସ କରାଯାଏ । ବିବିସି ଲେଖିଛି, ଭାଜପାର ବିଜୟ ଭାରତରେ ମୋଦିଙ୍କ ଆଭିମୁଖ୍ୟକୁ ଦୃଢ କରିଦେଇଛି, ସେ ଗୁଜରାଟ ନିର୍ବାଚନକୁ ନିଜର ଜନମନ ସଂଗ୍ରହ କରିଦେଇଛନ୍ତି ।

ବ୍ରିଟିଶ ନ୍ୟୁଜ ପୋର୍ଟାଲ ଇଣ୍ଡିପେଣ୍ଡେଣ୍ଟ ଏହାକୁ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବଡ ଆଶ୍ୱସ୍ତି ବୋଲି କହିଛି । ବିଶେଷ ଭାବେ ବଢି ଚାଲିଥିବା ଦରଦାମ ଓ ବେକାରୀ ସମସ୍ୟା ମଧ୍ୟରେ ଏମିତି ଅଭୁତପୂର୍ବ ଜନସମର୍ଥନକୁ ବିକାଶବାଦ ଓ ହିନ୍ଦୁତ୍ୱର ଚମତ୍କାରୀ ନେତୃତ୍ୱର ଫଳ ବୋଲି କୁହାଯାଉଛି । କତର ରାଜପରିବାର ସ୍ୱାମୀତ ବାଲା ଅଲ ଜଜିରା ଲେଖିଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ହିନ୍ଦୁ ରାଷ୍ଟ୍ରବାଦୀ ପାର୍ଟିର ଭାରତର ପଶ୍ଚିମ ରାଜ୍ୟ ଗୁଜରାଟ ଉପରେ ନିୟନ୍ତ୍ରଣ ଅପରିବର୍ତ୍ତିତ ।
ବ୍ରିଟିଶ ମିଡିଆ ହାଉସ ‘ଦ ଗାର୍ଡିୟନ’ ଲେଖିଛି ଗୁଜରାଟ ବହୁ ସମୟ ଧରି ହିନ୍ଦୁ ରାଷ୍ଟ୍ରବାଦୀ ଭାଜପାର ଗଡ ରହି ଆସିଛି, ଯିଏ ୧୯୯୫ ପରେ ଲଗାତାର ୭ ଥର ନିର୍ବାଚନ ଜିତି ଆସିଛି । ହେଲେ ଗୁରୁବାର ଆସିଥିବା ନିର୍ବାଚନ ଫଳାଫଳ ଭାଜପାର ସବୁଠାରୁ ବଡ ନିର୍ବାଚନି ସଫଳତା । ଆମେରିକା ମିଡିଆ ହାଉସ ଏବିସି ନ୍ୟୁଜ ଗୁଜରାଟକୁ ଐତିହାସିକ ବିଜୟ ବୋଲି କହି ଲେଖିଛି, ମହଙ୍ଗାମାଡ, କେବାରୀ ସମସ୍ୟା ଓ ଧାର୍ମିକ ଧ୍ରୁବିକରଣର ଆଲୋଚନା ପରେ ବି ମୋଦିଙ୍କ ପାର୍ଟିର ବଢିଚାଲିଥିବା ଲୋକପ୍ରିୟତା ଆଶ୍ଚର୍ଯ୍ୟ କରୁଛି ।
ବିଶ୍ୱର ସବୁଠାରୁ ଅଧିକ ବିକ୍ରି ହେଉଥିବା ବିଜସେନ ଖବରକାଗଜ ନିକେଇର ୱେବସାଇଟ ଏସିଆ ନିକେଇ ଲେଖିଛି, ଉଚ୍ଚ ମୁଦ୍ରାସ୍ଫିତି, ବଢି ଚାଲିଥିବା ବେକାରି ସମସ୍ୟାର ଚିନ୍ତା ପରେ ବି ଭାଜପାର ବିଶ୍ୱସ୍ତ ହିନ୍ଦୁ ଭୋଟ ବ୍ୟାଙ୍କ ସ୍ଥିର ନଜର ଆସୁଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଷ୍ଟାର ପାୱାର ବଳରେ ଭାଜପାକୁ ଆଶାତିତ ସଫଳତା ଦେଇଛନ୍ତି । ସିଙ୍ଗାପୁରର ନ୍ୟୁଜ ପୋର୍ଟାଲ ଷ୍ଟ୍ରେଟ ଟାଇମ୍ସ ଲେଖିଛି, ଗୁଜରାଟ ଭାଜପାର ଗଡ । ପ୍ରଧାନମନ୍ତ୍ରୀ ମୋଦି ୨୦୦୧ରୁ ୨୦୧୪ ମଧ୍ୟରେ ୧୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଶାସନ କରିଛନ୍ତି ଓ ଏହାକୁ ଆର୍ଥିକ ମହାଶକ୍ତିରେ ପରିବର୍ତ୍ତନ କରିଛନ୍ତି । ପିଏମ ମୋଦିଙ୍କ ପ୍ରଭାବର ଏହା ହେଉଛି ଫଳ କି ଅନେକ ସ୍ଥାନୀୟ ପ୍ରସଙ୍ଗ ସହ ମୋରବିରେ ହୋଇଥିବା ଦୁର୍ଘଟଣା ପରେ ବି ଭାଜପା ଅବିଶ୍ୱନୀୟ ବିଜୟ ହାଲ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?