ଭୁଲ୍‌ ଦିଗରେ ଯାଉଛି ବିଶ୍ୱ

ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍‌ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ ସତର୍କ କରାଇବା ସହ ବିଶ୍ୱ ଭୁଲ୍‌ ଦିଗରେ ଯାଉଥିବା କହିଛି। ଜାତିସଂଘ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ୫ ମାସରେ ଅଙ୍ଗାରକାମ୍ଳ ନିର୍ଗମନ ୨୦୧୯ର ସେହି ସମୟଠାରୁ ୧.୨ ପ୍ରତିଶତ ଅଧିକ ରହିଛି। ବିଶେଷକରି ଆମେରିକା, ଭାରତ ଓ ଅଧିକାଂଶ ୟୁରୋପୀୟ ଦେଶରେ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ ବଢ଼ିଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି। ଜଳବାୟୁକୁ ଉତ୍ତପ୍ତ କରାଉଥିବା ଗ୍ୟାସ ସ୍ତର ସବୁଠି ବଢ଼ୁଛି। ଜଳବାୟୁ ପରିବର୍ତ୍ତନ ବିରୋଧରେ ଅନେକ ଦେଶ ପଦକ୍ଷେପ ନେଉଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ଉତ୍ତାପ ସୀମା ପ୍ରାକ୍‌ ଶିଳ୍ପ ସ୍ତରରୁ ୧.୫ ପ୍ରତିଶତ ଅଧିକ ସ୍ତରରେ ସୀମିତ ରଖିବାକୁ ଅନ୍ତର୍ଜାତୀୟ ସ୍ତରରେ ରାଜିନାମା ହୋଇଥିଲା। ଏହାକୁ ବଜାୟ ରଖିବାକୁ ହେଲେ ଆଉ ୭ ଗୁଣ ଆଗ୍ରହର ସହ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ରିପୋର୍ଟରେ କୁହାଯାଇଛି।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ନିକଟ ଅତୀତରେ ବେଶ୍‌ ଅନୁଭୂତ ହୋଇଛି। ବ୍ରିଟେନ ଏବଂ ୟୁରୋପରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଚାଇନା ଏବଂ ଆମେରିକାରେ ଅନାବୃଷ୍ଟି ଏବଂ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ଜଳବାୟୁ ପରିବର୍ତ୍ତନର ପରିଣାମ ବୋଲି କୁହାଯାଉଛି। ଏଭଳି ବିପର୍ଯ୍ୟୟ ଆଦୌ ସ୍ବାଭାବିକ ନୁହେଁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ମାନବଜାତିର ଜୀବାଶ୍ମ ଇନ୍ଧନ ବ୍ୟବହାର ଅଭ୍ୟାସ ଯୋଗୁ ମୂଲ୍ୟ ଦେବାକୁ ପଡ଼ୁଛି। ବନ୍ୟା, ମରୁଡ଼ି, ଗ୍ରୀଷ୍ମଲହରି, ସାମୁଦ୍ରିକ ବାତ୍ୟା, ବନାଗ୍ନି ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି ବୋଲି ଗୁଟେରେସ୍‌ କହିଛନ୍ତି। ଆଗାମୀ ଦିନରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବ। ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ସାମାଜିକ ଓ ଆର୍ଥତ୍କ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବେ ବୋଲି ଜାତିସଂଘ ପକ୍ଷରୁ ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri