କୁଲାରେ ହେବ କଳାକୃତି

ଢେଙ୍କାନାଳ ଅଫିସ, ୧୪।୯: ୬୫ ଫୁଟ ଉଚ୍ଚ ଓ ୪୦ଫୁଟ ଓସାରରେ ନିର୍ମାଣ ହେବ ଭବ୍ୟ ତୋରଣ। ହେଲେ ଏଥିରେ ଲାଗିବନି ଡିଜିଟାଲ ଏଲ୍‌ଇଡି ଲାଇଟ୍‌। ସମ୍ପୂର୍ଣ୍ଣ ତୋରଣକୁ ସଜାଯିବ ବାଉଁଶ ତିଆରି କୁଲା ଏବଂ ଅନ୍ୟ ସୂକ୍ଷ୍ମାଦିସୂକ୍ଷ୍ମ କଳାକୃତିରେ। ଏଥିରେ ଖର୍ଚ୍ଚ ହେବ ୬ଲକ୍ଷ ଟଙ୍କା। ଏହି କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଦିନରାତି କାମରେ ଲାଗିଛନ୍ତି ରାଜ୍ୟ ବାହାରର ୯ କାଗିଗର। ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଜାରି ରହିଥିବାବେଳେ ସହରର ୪ନଂ. ମେଢ଼ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ଏଭଳି ନିଆରା ଢଙ୍ଗରେ ନିର୍ମାଣ କରାଯାଉଥିବା ତୋରଣକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା। ଲକ୍ଷ୍ମୀପୂଜା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ବାଉଁଶ କୁଲାକୁ ନେଇ ସାଜସଜ୍ଜା କରାଯାଉଥିବାବେଳେ ଏହା ମହୋତ୍ସବ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।
ଅକ୍ଟୋବର ୯ରେ ହେବାକୁ ଥିବା ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର। ଶୁଭମାଟି ଉଠିବାପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ସମତାଳରେ ଆରମ୍ଭ ହୋଇଛି ତୋରଣ, ମଣ୍ଡପ ପ୍ରସ୍ତୁତି। ଚଳିତ ବର୍ଷ କରୋନା କଟକଣା ନ ଥିବା ବେଳେ ପୂଜା ମାହୋଲ ଜମିବ। ତେବେ ଏଥର ଗଣେଶ ବଜାର ପକ୍ଷରୁ ନିର୍ମାଣ କରାଯାଉଥିବା ତୋରଣ ଶ୍ରଦ୍ଧାଳୁଙ୍କ ପାଇଁ ସାଜିବ ପ୍ରମୁଖ ଆକର୍ଷଣ। କୋଲକାତାର ଖଗେନ ଦାସଙ୍କ ନେତୃତ୍ୱରେ ୯ ମହିଳା ପୁରୁଷ ଏହି କାର୍ଯ୍ୟରେ ଲାଗିଛନ୍ତି। ତନ୍ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗ ଏଗ୍ରା ଅଞ୍ଚଳର ମାନି ହାତୀ, କୁଖୁ ହାତୀ, ନିତାଇ ହାତୀ, ଲୀଳା ହାତୀ, ଝାଡଗ୍ରାମର ରୋହିଣୀ, ସୁକୁମାର ହାତୀ, ରୀନା ହାତୀ, ଚିତ୍ତରଞ୍ଜନ ଆଗୁଆନ ଓ ସୁମିତ୍ରା ଆଗୁଆନ। ଉକ୍ତ ତୋରଣରେ ମୋଟ ୪୦୦ ବାଉଁଶ ବ୍ୟବହାର ହେବ। ଜଣପିଛା ଦୈନିକ ୪୦୦ ଟଙ୍କା ମଜୁରିରେ ସେମାନେ କାମ କରୁଛନ୍ତି। ୨୦ରୁ ୨୫ ଦିନ ମଧ୍ୟରେ ତୋରଣ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ଖଗେନ କହିଛନ୍ତି। ପିଢ଼ି ପିଢ଼ି ଧରି ସମ୍ପୃକ୍ତ କାରିଗର ପରିବାର ଏଭଳି ବାଉଁଶରେ ମେଢ଼ ନିର୍ମାଣ କରି ଆସୁଛନ୍ତି। ଏଥିପୂର୍ବରୁ କୋଲକାତା, ଦୀଘା, ଝାଡ଼ଖଣ୍ଡର ଟାଟାନଗର ଅଞ୍ଚଳରେ ଦୁର୍ଗାପୂଜାରେ ବାଉଁଶ କଳାକୃତି ତୋରଣ ପ୍ରସ୍ତୁତ କରିଥିଲେ। କେବଳ ଏତିକି ନୁହେଁ, ବିଗତ ବର୍ଷରେ ବର୍ଜ୍ୟବସ୍ତୁ ପରିଚାଳନା, ଜଙ୍ଗଲ ସୁରକ୍ଷା ଭଳି ସଚେତନ ଧର୍ମୀ ଓ ଅକ୍ଷରଧାମ ଭଳି ଐତିହ୍ୟସମ୍ପନ୍ନ ମନ୍ଦିର ପ୍ରତିକୃତି ତୋରଣ ନିର୍ମାଣ କରି ସେମାନେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

 

ପୁରୁଷାନୁକ୍ରମିକ କାର୍ଯ୍ୟ
ବାଉଁଶ କଳାକୃତିରେ ତୋରଣ ନିର୍ମାଣ, ପୂଜା ମଣ୍ଡପ ସାଜସଜ୍ଜା ଆମର କୌଳିକ ବୃତ୍ତି। ପୁରୁଷାନୁକ୍ରମେ ଆମେ ଏହି କାର୍ଯ୍ୟ କରି ଆସୁଛୁ। ଢେଙ୍କାନାଳରେ ପ୍ରଥମ ଥର ଏଭଳି ତୋରଣ ନିର୍ମାଣ କରାଯାଉଛି। ଏଭଳି ଏକ ଗୁରୁଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇପାରିଲେ ଶ୍ରମର ମୂଲ୍ୟ ମିଳିବ।
– ସୁକୁମାର ହାତୀ, କାରିଗର
କାରିଗରଙ୍କୁ ପ୍ରୋତ୍ସାହନ ଜରୁରୀ
ବାଉଁଶ କଳାକୃତିରେ ନିୟୋଜିତ ମହିଳା କାରିଗରଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଉଚିତ। ମହିଳାମାନେ ଘର କାମ ସହ ସମାଜର ହିତ ପାଇଁ ଅନେକ ଭଲ କାର୍ଯ୍ୟ କରୁଛନ୍ତି। ଅଞ୍ଚଳକୁ ଗୌରବାନ୍ବିତ କରୁଥିବା ଏଭଳି କାରିଗରଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି।
– କୁଖୁ ହାତୀ, କାରିଗର
ପାରମ୍ପରିକ ସାଜସଜ୍ଜାକୁ ପ୍ରାଧାନ୍ୟ
ଗଣେଶ ବଜାର ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପାରମ୍ପରିକ କଳାକୃତି, ହସ୍ତଶିଳ୍ପ, ସଚେତନତା ମୂଳକ ବାର୍ତ୍ତା ସମ୍ବଳିତ ସାଜସଜ୍ଜାକୁ ପ୍ରାଧାନ୍ୟ ଦେଇ ଆସିଛି। ଐତିହ୍ୟସମ୍ପନ୍ନ ମନ୍ଦିରକୁ ତୋରଣରେ ସ୍ଥାନ ଦିଆଯାଇଛି। ଡିଜିଟାଲ ଯୁଗରେ ଆମେ ପାରମ୍ପରିକ କଳାକୃତି ପୂଜାରେ ସ୍ଥାନ ଦେଉଛୁ।
– ବିଶ୍ୱନାଥ ବେହେରା, ସମ୍ପାଦକ ଗଣେଶ ବଜାର ଲକ୍ଷ୍ମୀପୂଜା କମିଟି

୭୪ ବର୍ଷରେ ଗଣେଶ ବଜାର ପୂଜା ପ୍ରତିଷ୍ଠାନ

ଢେଙ୍କାନାଳ ଲକ୍ଷ୍ମୀପୂଜାର ଅନ୍ୟତମ ପୁରାତନ ପୂଜା ପ୍ରତିଷ୍ଠାନ ହେଉଛି ଗଣେଶ ବଜାର। ଚଳିତବର୍ଷ ଏହି ପୂଜା କମିଟି ୭୪ ବର୍ଷରେ ପଦାର୍ପଣ କରିଛି। ୧୯୪୯ରେ ଜାମୁଡାଳ ଛାମୁଣ୍ଡିଆରେ କରାଯାଇଥିଲା ମା’ଲକ୍ଷ୍ମୀଙ୍କ ଆବାହନ। ମଧୁସୂଦନ ଦାସ, ଦଣ୍ଡପାଣି ଦୋରା, ଶ୍ୟାମସୁନ୍ଦର ସାହୁ, କୁଞ୍ଜ ସାହୁ, ଆଶୁତୋଷ ଦାସଗୁପ୍ତା, କୁଞ୍ଜ ଶିଳ୍ପୀ, ନାଥ ସାହୁ, ଶ୍ରୀଧର ବାରିକ, ଶୈଳ ବେହେରା, ଗୁଣନିଧି ନାୟକ, ବେଣୁଧର ନାୟକ, ଭାଗବତ ସାହୁ, ନୀଳମଣି ସେଠୀ, ବସିର୍‌ ଖଁା, ଅଧିକାରୀ ସେଠୀ, ଅର୍ଜୁନ ବେହେରା ପ୍ରମୁଖ ସେତେବେଳେ ଏହାର ନେତୃତ୍ୱ ନେଇ ମହୋତ୍ସବକୁ ସଫଳ କରାଇଥିଲେ। ପ୍ରଥମ ଥର ହୋଇଥିବା ପୂଜାରେ ଖର୍ଚ୍ଚ ହୋଇଥିଲା ମାତ୍ର ୧୭୬ ଟଙ୍କା। ପେଟ୍ରୋମାକ୍ସ ଲାଇଟ୍‌ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏବେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କଂକ୍ରିଟ ପୂଜା ମଣ୍ଡପ, ମା’ ଲକ୍ଷ୍ମୀଙ୍କ ସ୍ଥାୟୀ ମନ୍ଦିର, ବିଶାଳ ତୋରଣ, ରଙ୍ଗିନ ଆଲୋକମାଳା ସାଙ୍ଗକୁ ପାରମ୍ପରିକ ପୂଜା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?