Posted inଜାତୀୟ

ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ, ୧୪।୯ : ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ବିଶ୍ୱ ସ୍ତରରେ ଭାରତ ପାଇଁ ଏକ ବିଶେଷ ସମ୍ମାନ ଆଣିଛି ଏବଂ ଏହାର ସରଳତା ତଥା ସମ୍ବେଦନଶୀଳତା ସର୍ବଦା ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ଭାଷାକୁ ସମୃଦ୍ଧ ତଥା ଶକ୍ତିଶାଳୀ ହେବା ପାଇଁ ନିରନ୍ତର ପରିଶ୍ରମ କରିଥିବା ଲୋକଙ୍କୁ ସେ ପ୍ରଶଂସା କରିଛନ୍ତି।

ହିନ୍ଦୀ ଦିବସ ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶକୁ ସମ୍ବୋଧିତ କରିଷ୍ଟ କହିଛନ୍ତି ଯେ ଦେଶର ଭାଷାଭିତ୍ତିକ ସମୃଦ୍ଧତାକୁ ଦୃଷ୍ଟିରେ ରଖି ସମ୍ବିଧାନର ନିର୍ମାତାମାନେ ଏକ ପୃଥକ ବ୍ୟବସ୍ଥା କରିଛନ୍ତି ଯେଉଁଥିରେ ପ୍ରାରମ୍ଭିକ ଭାବେ ୧୪ ଟି ଭାଷା ରଖାଯାଇଥିଲା। ବର୍ତ୍ତମାନ ଅଷ୍ଟମ ସୂଚୀରେ ୨୨ ଟି ଭାଷା ସ୍ଥାନୀତ ରହିଛି। ସମସ୍ତ ଭାରତୀୟ ଭାଷା ସହିତ ସମନ୍ବୟ ସ୍ଥାପନ କରି ହିନ୍ଦୀ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । ଏହି କାରଣ ହେଉଛି ଯେ ସ୍ବାଧୀନତା ଆନ୍ଦୋଳନରେ ଅନେକ ସ୍ବାଧୀନତା ସଂଗ୍ରାମୀ ହିନ୍ଦୀକୁ ଯୋଗାଯୋଗ ଭାଷା ଭାବେ ବ୍ୟବହାର କରି ଆନ୍ଦୋଳନର ଗତି ବଢ଼ାଇବାକୁ ଚେଷ୍ଟା କରିଥିଲେ।

ଶାହା କହିଛନ୍ତି ଆଜି ଯେତେବେଳେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏଭଳି ପରିସ୍ଥିତିରେ, ହିନ୍ଦୀ ସମ୍ବନ୍ଧରେ ସମ୍ବିଧାନ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ସାମୂହିକ ପ୍ରୟାସ ହେବା ଉଚିତ।

ଏହା ବ୍ୟତୀତ ଶାହା ହିନ୍ଦୀ ଦିବସ କାମନା କରି ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ସରକାରୀ ଭାଷା, ହିନ୍ଦୀ ଦେଶକୁ ଏକତାର ସୂତ୍ରରେ ଯୋଡିଛି। ହିନ୍ଦୀ ହେଉଛି ସମସ୍ତ ଭାରତୀୟ ଭାଷାର ବନ୍ଧୁ। ହିନ୍ଦୀ ସମେତ ସମସ୍ତ ସ୍ଥାନୀୟ ଭାଷାର ସମାନ୍ତରାଳ ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?