ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚ୍‌ଏନ୍‌

ଜେନେଭା/ନୂଆଦିଲ୍ଲୀ,୨୪।୬: କରୋନା ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏକ ନୂତନ ବିପଦ ଭାବେ ଉଭା ହୋଇଥିବା ମଙ୍କିପକ୍ସକୁ ଓ୍ବାଲ୍ଡ ହେଲଥ୍‌ ସ୍ବାସ୍ଥ୍ୟ ନେଟଓ୍ବାର୍କ(ଡବ୍ଲୁଏଚ୍‌ଏନ୍‌) ମହାମାରୀ ବୋଲି ଘୋଷଣା କରିଛି। ଡବ୍ଲୁଏଚ୍‌ଏନ୍‌ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ବିଶ୍ୱର ୫୮ଟି ଦେଶରେ ୩,୪୧୭ ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇସାରିଛି। ବର୍ତ୍ତମାନ ଏହା ଉପରେ ଚିନ୍ତା ପ୍ରକଟ କରି ଡବ୍ଲୁଏଚ୍‌ଏନ୍‌ ମଙ୍କିପକ୍ସକୁ ମହାମାରୀ ବୋଲି ଘୋଷଣା କରିଛି। ଏଥିସହ ଓ୍ବାଲ୍ଡ ହେଲଥ୍‌ ଅର୍ଗାନାଇଜେସନ(ଡବ୍ଲୁଏଚ୍‌ଓ)କୁ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡବ୍ଲୁଏଚ୍‌ଏନ୍‌ ପକ୍ଷରୁ ସୁପାରିଶ କରାଯାଇଛି। ଏମ୍ସର ଆସିଷ୍ଟାଣ୍ଟ ପ୍ରଫେସର ଡ. ଯୁଧିଷ୍ଠିର ସିଂ କହିଛନ୍ତି, ମଙ୍କିପକ୍ସ ବିପଦ ଦ୍ରୁତ ଗତିରେ ଏବେ ବ୍ୟାପିବାରେ ଲାଗିଛି। ଏହି ଭାଇରସ୍‌ ପ୍ରାଣୀମାନଙ୍କଠାରୁ ପ୍ରାଣୀଙ୍କୁ ବ୍ୟାପିଥାଏ। ଯାହା ଏବେ ବିଶ୍ୱ ପାଇଁ ଚିନ୍ତାଜନକ ପାଲଟିଛି। ଡବ୍ଲୁଏଚ୍‌ଏନ୍‌ ହେଉଛି ଏକ ବିଶ୍ୱସ୍ତରୀୟ ୱାଚଡଗ୍‌ ସଂସ୍ଥା ବୋଲି ଯୁଧିଷ୍ଠିର ସିଂ କହିଛନ୍ତି। ଯିଏ ଏହା ଉପରେ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଡବ୍ଲୁଏଚ୍‌ଓକୁ ସୁପାରିଶ କରିଛନ୍ତି। ଏଥିସହ ଡବ୍ଲୁଏଚ୍‌ଏନ୍‌ ଏହାକୁ ମହାମାରୀ ବୋଲି ଘୋଷଣା କରିଛି। ଯଦିଓ ଭାରତରେ ଏହାର ମାମଲା ବହୁତ କମ୍‌ ରହିଛି କିନ୍ତୁ ଆମକୁ ସତର୍କ ରହିବା ଆବଶ୍ୟକ ବୋଲି ଯୁଧିଷ୍ଠିର କହିଛନ୍ତି। ଏହାକୁ ରୋକିବା ଏବଂ ଏଥିରୁ ବର୍ତ୍ତିବା ପାଇଁ ଓ୍ବାଲ୍ଡ ହେଲଥ୍‌ ନେଟୱାର୍କ ଆହ୍ବାନ ଦେଇଛି। ସୂଚନାଯୋଗ୍ୟ, ଡବ୍ଲୁଏଚ୍‌ଓ ବୈଠକର ଠିକ୍‌ ପୂର୍ବରୁ ଏହି ଘୋଷଣା କରି ଡବ୍ଲୁଏଚ୍‌ଏନ୍‌ ଏହାକୁ ଏକ ଗୁରୁତର ସଙ୍କଟ ଭାବେ ସାମ୍ନାକୁ ଆଣିଛି। ଡବ୍ଲୁଏଚ୍‌ଏନ୍‌ର ସହ-ପ୍ରତିଷ୍ଠାତା ଏକ ପ୍ରେସ ବିଜ୍ଞପ୍ତି ଜାରି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା ନ କରିବାର ଫଳାଫଳ ସମସ୍ତେ ଦେଖିଛନ୍ତି ତେଣୁ କାହାର ଅପେକ୍ଷା ନ କରି ଏହାକୁ ମହାମାରୀ ଘୋଷଣା କରିବାକୁ ପଡିବ ସେ କହିଛନ୍ତି। ମଙ୍କିପକ୍ସ ଭାଇରସ୍‌ ଧିରେ ଧିରେ ଅନେକ ମହାଦ୍ୱୀପରେ ନିଜର ବିସ୍ତାର କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଗାଁରେ ବ୍ୟାପୁଛି ଜ୍ୱର, ୨୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପାତ୍ରପୁର,୨୧।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଧୋବାଲିଙ୍ଗି ଗ୍ରାମରେ କିଛି ଦିନ ହେଲା ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri