ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ ୨୭.୩ ଅଙ୍କ ପାଇ ଭାରତ ୧୦୫ତମ ସ୍ଥାନରେ ରହିଛି। ଏହି ରିପୋର୍ଟ ଅନୁସାରେ ୯.୯ ଅଙ୍କ ସ୍ବଳ୍ପ କ୍ଷୁଧାକୁ ସୂଚାଉଥିବା ବେଳେ ୧୦ରୁ ୧୯.୯ ଅଙ୍କ ମଧ୍ୟମ, ୨୦ରୁ ୩୪.୯ ଗମ୍ଭୀର ଓ ୩୫ରୁ ୪୯.୯ ଅତି ଗମ୍ଭୀର ଓ ୫୦ରୁ ଊର୍ଦ୍ଧ୍ୱ ଅଙ୍କ ଭୟଙ୍କର କ୍ଷୁଧାକୁ ସୂଚାଏ।ଯେବେ ବି ବିଶ୍ୱ କ୍ଷୁଧା ସୂଚକାଙ୍କର ରିପୋର୍ଟ ଆସେ ଭାରତ ସରକାର ଓ ବୁଦ୍ଧିଜୀବୀମାନେ ଏହାର ଯୁକ୍ତିଯୁକ୍ତତା ଉପରେ ପ୍ରଶ୍ନ ଉଠାଇଥାନ୍ତି। ଚଳିତବର୍ଷ ରିପୋର୍ଟରେ ଯଦିଓ ଭାରତରେ କ୍ଷୁଧାର ପରିସ୍ଥିତିକୁ ଗମ୍ଭୀର ବୋଲି ଦର୍ଶାଯାଇଛି କିନ୍ତୁ ସାଧାରଣରେ ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ପ୍ରାୟତଃ ବିଶ୍ୱାସଯୋଗ୍ୟ ହୋଇ ନ ଥାଏ।ତେଣୁ ଏହି ରିପୋର୍ଟକୁ ବୁଝିବାକୁ ହେଲେ ବିଶ୍ୱ ଖାଦ୍ୟ ସୂଚକାଙ୍କର ମାନକ ବା ଇଣ୍ଡିକେଟର ଗୁଡ଼ିକ ବୁଝିବାକୁ ହେବ। ଏହି ସୂଚକାଙ୍କରେ ପ୍ରାପ୍ତ ହେଉଥିବା ଅଙ୍କ ମୁଖ୍ୟତଃ ଚାରୋଟି ପ୍ରମୁଖ ମାନକ ଭିତ୍ତିରେ ନିର୍ଦ୍ଧାରଣ ହୋଇଥାଏ।

ଯଥା ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଷ୍ଟଣ୍ଟିଙ୍ଗ ବା ବୟସ ଅନୁସାରେ କମ୍‌ ଉଚ୍ଚତାର ହାର (ଦୀର୍ଘକାଳୀନ ଅପପୁଷ୍ଟି), ଲୋକମାନଙ୍କ ମଧ୍ୟରେ ପୋଷଣର ଅଭାବ (କମ କ୍ୟାଲୋରି ସେବନ କରୁଥିବା ଲୋକମାନଙ୍କର ହାର), ପାଞ୍ଚ ବର୍ଷରୁ କମ ବୟସର ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଅପପୁଷ୍ଟି (ଉଚ୍ଚତା ଅନୁସାରେ କମ ଓଜନ) ଓ ଶିଶୁ ମୃତ୍ୟୁହାର (ପାଞ୍ଚ ବର୍ଷ ପୂର୍ବରୁ ମୃତ୍ୟୁବରଣ କରୁଥିବା ଶିଶୁ)।ରିପୋର୍ଟ ଅନୁସାରେ ଭାରତରେ ୧୩.୭% ଲୋକ ଉପଯୁକ୍ତ କ୍ୟାଲୋରିର ଆହାର ସେବନ କରିବାରୁ ବଞ୍ଚିତ ହେଉଛନ୍ତି, ୩୫.୫% ଶିଶୁ ଷ୍ଟଣ୍ଟିଙ୍ଗର (ବୟସ ଅନୁସାରେ ଉଚ୍ଚତା କମ) ଶିକାର ହୋଇଥିବା ବେଳେ ୧୮.୭% ଶିଶୁଙ୍କ ଉଚ୍ଚତା ଅନୁସାରେ ଓଜନ କମ୍‌ ଓ ୨.୯% ଶିଶୁ ସେମାନଙ୍କର ପଞ୍ଚମ ଜନ୍ମଦିନ ପୂର୍ବରୁ ମୃତ୍ୟୁବରଣ କରୁଛନ୍ତି। ଏଭଳି ସ୍ଥିତି ପାଇଁ ଭାରତ ବିଶ୍ୱ ଖାଦ୍ୟ ସୂଚକାଙ୍କରେ ତଳେ ରହୁଛି; ଯାହାକୁ ଭାରତ ସରକାର କିମ୍ବା ବୁଦ୍ଧିଜୀବୀମାନେ ଅସ୍ବୀକାର କରିପାରନ୍ତି କିନ୍ତୁ ସତ୍ୟତାକୁ ଆଖି ବୁଜିଦେଇ ହେବନାହିଁ।

ଗତ କିଛିବର୍ଷ ହେବ ଖାଦ୍ୟ ଓ ପୁଷ୍ଟି ସୁରକ୍ଷାକୁ ନେଇ ଭାରତ ସରକାର ଯଦିଓ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ପୋଷଣ କରୁଛନ୍ତି ଓ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି, ତଥାପି ପରିସ୍ଥିତିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଆହୁରି ଅଧିକ ନିଷ୍ଠାର ଆବଶ୍ୟକତା ରହିଛି। ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ନ୍ୟାଶନାଲ ମିଶନ ଫର୍‌ ନାଚୁରାଲ ଫାର୍ମିଂ ଆଦି ଯୋଜନା ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ପରିସ୍ଥିତିରେ ଅନେକ ସୁଧାର ଆଣିଛି। କିନ୍ତୁ ଭାରତରେ ଯେଉଁଠି ଧନୀ ଓ ଗରିବଙ୍କ ଭିତରେ ତାରତମ୍ୟ ଅତ୍ୟଧିକ, ଜାତି, ଧର୍ମ ଓ ବର୍ଗକୁ ନେଇ ଲୋକଙ୍କ ପରିସ୍ଥିତିରେ ଆକାଶ ପାତାଳ ତଫାତ୍‌, ସେଠି କେବଳ କେତେକ ଯୋଜନା କାର୍ଯ୍ୟକାରୀ କରିବା ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ହେବ ନାହିଁ। ବିଭିନ୍ନ ସରକାରୀ ଓ ବେସରକାରୀ ତଥ୍ୟ ପ୍ରମାଣ କରୁଛି ଯେ, ଦେଶରେ ଆଦିବାସୀ, ଦଳିତ ଓ ଅତିଗରିବ ଅଞ୍ଚଳଗୁଡ଼ିକରେ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟି ସୁରକ୍ଷାର ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର। କେବଳ ଚକଚକିଆ ସହର, କିଛି ବିକଶିତ ଗ୍ରାମ ବା ଭିତ୍ତିଭୂମିର ବିକାଶକୁ ଲକ୍ଷ୍ୟ କରି ସମଗ୍ର ଦେଶକୁ ଗୋଲାପି ବୋଲି ଚିତ୍ରିତ କରିହେବ ନାହିଁ। ଏହା ବିଶ୍ୱ ଖାଦ୍ୟ ସୂଚକାଙ୍କ ପୁଣି ଥରେ ପ୍ରମାଣ କରିଛି।

ମହିଳାମାନଙ୍କର ଦୁର୍ବଳ ସ୍ବାସ୍ଥ୍ୟ ଓ ପୁଷ୍ଟି, ରକ୍ତହୀନତା, ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ଆଦି ପରିସ୍ଥିତି ଶିଶୁ ଅପପୁଷ୍ଟି ସମସ୍ୟାକୁ ଗମ୍ଭୀର କରୁଛି। ଆମେ ଜାଣିଛେ ଗୋଟେ ଦୁର୍ବଳ ଓ ଅପପୁଷ୍ଟିର ଶିକାର ମହିଳାଙ୍କ କ୍ଷେତ୍ରରେ କମ ଓଜନର ଶିଶୁକୁ ଜନ୍ମ ଦେବାର ସମ୍ଭାବନା ଅଧିକ ।

ଏହିପରି ଭାବରେ ଅପପୁଷ୍ଟି ଚକ୍ର ଗଡ଼ି ଚାଲୁଛି। କେବଳ ସରକାରଙ୍କ କିଛି ଯୋଜନା ବା ଅତିରିକ୍ତ ପୋଷକ ଆହାର ପ୍ରଦାନରେ ଏହି ସମସ୍ୟାର ସମାଧାନ କରିହେବ ନାହିଁ। ଯେପର୍ଯ୍ୟନ୍ତ ସମାଜର ନିମ୍ନ ବର୍ଗର ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ପ୍ରଦାନ କରାଯାଇନାହିଁ ସେ ପର୍ଯ୍ୟନ୍ତ ଏ ସମସ୍ୟାର ସମୂଳେ ସମାଧାନ ହେବା କଷ୍ଟସାଧ୍ୟ। ଆମେ ଦେଖୁଛେ ଗତ କିଛିବର୍ଷ ହେବ ଭାରତର ଅପପୁଷ୍ଟି ହାର କମ୍‌ ହେଉଛି। କିନ୍ତୁ ଯେଉଁ ହାରରେ କମିବା କଥା ତାହା ହେଉନାହିଁ। ଏହାର ପଛରେ ଲୋକମାନଙ୍କ ପାଖରେ ମୌଳିକ ସୁବିଧା ସୁଯୋଗର ଅଭାବ, ସମ୍ପତ୍ତି ଉପରେ ଅଧିକାର, ଲିଙ୍ଗଗତ ବିଷମତା ଆଦି ମୌଳିକ ସମସ୍ୟା ରହିଛି। ସରକାର ଏ କ୍ଷେତ୍ରରେ ପଦକ୍ଷେପ ନ ନେଲେ ବିଭିନ୍ନ ବିଶ୍ୱ ସ୍ତରୀୟ ଅଧ୍ୟୟନରେ ଭାରତର ଚିତ୍ର ଧୂସର ହିଁ ରହିବ।

ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ହେଉଥିବା ଅନ୍ୟାନ୍ୟ ଅଧ୍ୟୟନ ଓ ବିଶ୍ୱ ଖାଦ୍ୟ ସୂଚକାଙ୍କ ପ୍ରମାଣ କରୁଛି ଯେ ଜିଡିପି ଅଭିବୃଦ୍ଧି ସହିତ ଖାଦ୍ୟ ଓ ପୁଷ୍ଟି ସୁରକ୍ଷାର ପ୍ରତ୍ୟକ୍ଷ ସମ୍ପର୍କ ବହୁତ କମ୍‌। ସରକାର ଦର୍ଶାଉଛନ୍ତି , ଦେଶର ଜିଡିପି ବଢି ଚାଲୁଛି, ଭାରତ ପାଞ୍ଚ ଟ୍ରିଲିଅନ ଅର୍ଥନୀତି ଦିଗରେ ଦ୍ରୁତ ବେଗରେ ଗତି କରୁଛି, ତଥାପି ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ଆଶାନୁରୂପ ଉନ୍ନତି ହାସଲ ନ ହେବା ଏହାକୁ ପ୍ରମାଣ କରୁଛି। ତେଣୁ ଜିଡିପିି ଅଭିବୃଦ୍ଧି ସହିତ ଯଦି ବିସମତାକୁ କମ କରିବା ପାଇଁ ପଦକ୍ଷେପ ନିଆ ନ ଯାଏ ତେବେ ବିକାଶ କେବଳ କିଛି ଲୋକଙ୍କ ବିକାଶରେ ସୀମିତ ରହିଯିବ। ସାଂପ୍ରତିକ ବିକାଶ ପ୍ରକ୍ରିୟାକୁ ସାମୂହିକ ବିକାଶରେ ପରିଣତ କରିବା ପାଇଁ ହେଲେ ବିସମତାକୁ କମ କରିବାକୁ ପଡ଼ିବ।

ସମାଜରେ ଆଦିବାସୀ, ଦଳିତ, ସଂଖ୍ୟାଲଘୁ, ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରି ଏହାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରିବାକୁ ହେବ। ଶାସନ ଓ ଯୋଜନା ପ୍ରସ୍ତୁତ ସମୟରେ ଏହି ସବୁ ବର୍ଗର ଲୋକମାନଙ୍କର ଭାଗୀଦାରିତାକୁ ନିଶ୍ଚିତ କରିବାକୁ ପଡ଼ିବ। ଜନସଂଖ୍ୟାର ଏକ ସିଂହଭାଗ କୁହାଯାଉଥିବା ଚାଷୀଙ୍କ ପରିସ୍ଥିତି ପ୍ରତି ଆଖି ବୁଜି ଦେଇ ସମଗ୍ର ଦେଶର ବିକାଶ, ଖାଦ୍ୟ ଓ ପୁଷ୍ଟି ସୁରକ୍ଷାକୁ ନିଶ୍ଚିତ କରିବା କେବଳ ଏକ ଦିବା ସ୍ବପ୍ନ ଛଡ଼ା ଆଉ କିଛି ନୁହେଁ। ସରକାର ଯେଭଳି ଭାବେ ଦରମା ଓ ଭତ୍ତା ବୃଦ୍ଧି କରୁଛନ୍ତି, କମ୍ପାନୀମାନଙ୍କ ପାଇଁ ରିହାତି ଦେଉଛନ୍ତି, ସେହି ହାରରେ କ’ଣ ଚାଷୀମାନଙ୍କ ଅବସ୍ଥାରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଉଛନ୍ତି? ବାହାନାରେ ଦେଶର ବିକାଶର ଦାୟ ଦିଆଯାଉଛି। ଗୋଟିଏ ପଟେ ଦେଶର ଅର୍ଥନୀତିର ଆକାର ଓ ଜିଡିପି ବଢ଼ୁଛି, କିନ୍ତୁ ଆଉ ଗୋଟିଏ ଗୋଷ୍ଠୀ ଭୋକରେ ରହୁଛନ୍ତି। ସଂପ୍ରତି ଅର୍ଥନୀତିରେ ନୋବେଲ ପାଇଥିବା ଅର୍ଥନୀତିଜ୍ଞ ଡାରୋନ ଆକେମୋଗ୍ଲୁ, ଜେମ୍ସ ରବିନସନ ଓ ସାଇମନ ଜନସନ ମଧ୍ୟ ସାମାଜିକ ନ୍ୟାୟ, ଶୋଷଣହୀନ ଶାସନ ବ୍ୟବସ୍ଥା, ନିମ୍ନବର୍ଗର ଲୋକଙ୍କ ସମୃଦ୍ଧି ଉପରେ ଅର୍ଥନୀତିର ବିକାଶ ହୋଇପାରିବ ବୋଲି ଗୁରୁତ୍ୱ ଆରୋପ କରିଛନ୍ତି। ତେଣୁ ସରକାର ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ନିଷ୍ଠାପର ଭାବେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ:୯୪୩୮୪୬୮୪୭୪

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?