Posted inଫୁରସତ

ଆଜି ବିଶ୍ୱ ଧରିତ୍ରୀ ଦିବସ: ଆମ ପୃଥିବୀର ପୁନରୁଦ୍ଧାର

ପୃଥିବୀ ଆମର ଘର। ନିଜ କୋଳରେ ଆମକୁ ଧରି ରଖିଥିବାରୁ ତା’ର ନାମ ଧରା ବା ଧରିତ୍ରୀ। ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଧରାପୃଷ୍ଠରେ ପ୍ରାକୃତିକ ସମ୍ପଦ ରହିଛି। ଆମେ କିନ୍ତୁ ଆମର ଲୋଭକୁ ପୂରଣ କରିବା ଲାଗି ପ୍ରାକୃତିକ ସମ୍ପଦର ଅବିବେକୀ ବ୍ୟବହାର କରିଚାଲିଛୁ। ଆମର ଅମାନୁଷିକ ବ୍ୟବହାର ଫଳରେ ଧରିତ୍ରୀର ନିର୍ମଳ ପରିବେଶ ଦୂଷିତ ହେଉଛି। ଏହାର ପାଣି, ପବନ, ମାଟିରେ ବିଷ ମିଶୁଛି।
ତେଣୁ ଆମ ପୃଥିବୀ ଏବେ ମୁମୂର୍ଷୁ ଅବସ୍ଥାରେ ରହିଛି। ପୃଥିବୀ ଗ୍ରହର ବିଭିନ୍ନ ପରିବେଶଜନିତ ସମସ୍ୟା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସମସ୍ୟାର ସମାଧାନ ଦିଗରେ ଚିନ୍ତା କରିବା ପାଇଁ ୧୯୬୯ ମସିହାରେ ଏକ ବିଶେଷ ପ୍ରସ୍ତାବ ଅଣାଯାଇଥିଲା। ଏଭଳି ପୁଣ୍ୟ ପ୍ରୟାସକୁ ଅଧିକ ଜନାଦୃତ କରିବା ସକାଶେ ଏକ ବିଶେଷ ଦିବସର ପରିକଳ୍ପନା କରାଗଲା। ସେହି ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ଧରିତ୍ରୀର ମୁମୂର୍ଷୁ ଅବସ୍ଥା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ‘ଧରିତ୍ରୀ ଦିବସ’।
୧୯୭୦ ମସିହାରୁ ଏପ୍ରିଲ ୨୨ରେ ଏହି ଦିବସ ପାଳନ କରାଯାଉଛି।
ଚଳିତ ବର୍ଷର ‘ଧରିତ୍ରୀ ଦିବସ’ ଉଦ୍ଦେଶ୍ୟରେ ଜନସାଧାରଣଙ୍କ ପାଇଁ ସନ୍ଦେଶ ରହିଛି- ‘ଆମ ପୃଥିବୀର ପୁନରୁଦ୍ଧାର’।
ସହରୀକରଣ ନିଶା ହେତୁ ଜଙ୍ଗଲ ସଫା ହେଉଛି। ଚାଷଜମି କମିଯାଉଛି। ଏହା ବଦଳରେ ସହର ସୃଷ୍ଟି ହେଉଛି। ସଭ୍ୟତାର ବିକାଶ ନାମରେ ସବୁଜିମା ନଷ୍ଟ ହେଉଛି। ଯାନବାହନ ସଂଖ୍ୟା ବି ବଢୁଛି। ଅଧିକରୁ ଅଧିକ କଳକାରଖାନା ନିର୍ମାଣ ହେଉଛି। କଳକାରଖାନାରୁ ନିର୍ଗତ ବିଷାକ୍ତ ଆବର୍ଜନା ମୃତ୍ତିକାକୁ ଦୂଷିତ କରୁଛି। ସେଥିରେ ଫସଲ ହେଉନାହିଁ।  ଲୋକମାନେ ଅଧିକ ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି। ତେଣୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଅଧିକ କୋଇଲା ଜାଳିବାକୁ ପଡୁଛି, ଯାହାକି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧିକରୁଛି। ପୃଥିବୀର ଜଳବାୟୁକୁ ଅନିୟମିତ କରୁଥିବା କାରକଗୁଡ଼ିକ ମଧ୍ୟରୁ ଅଙ୍ଗାରକାମ୍ଳ ମୁଖ୍ୟ ଭୂମିକା ଗ୍ରହଣ କରିଛି।
ଜଳବାୟୁ ନିୟମିତ ହେବା ପାଇଁ ସୁସ୍ଥ ବାୟୁମଣ୍ଡଳ ଜରୁରୀ।
ସୁସ୍ଥ ବାୟୁମଣ୍ଡଳ ପାଇଁ ଘନ ଜଙ୍ଗଲ ଆବଶ୍ୟକ।
ଆଜି ପ୍ରଦୂଷଣକୁ ଦୃଢ଼ ବିରୋଧ କରିବା ସହିତ ଆମ ଗ୍ରହର ପୁନରୁଦ୍ଧାର ଜରୁରୀ ହୋଇପଡ଼ିଛି। ନ ହେଲେ ଅନ୍ୟ ଜୀବଜଗତ ସହିତ ମଣିଷ ବି ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ।
ବିପ୍ଳବର କୁପ୍ରଭାବ ଧରିତ୍ରୀର ବା-ପା-ମା (ବାୟୁ-ପାଣି-ମାଟି)କୁ ଆଜି ନଷ୍ଟ କରିଦେଇଛି। ଆମେ ସିନା କଳକାରଖାନା ଓ ଗାଡ଼ିମୋଟରକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବା ନାହିଁ, କିନ୍ତୁ ତଜ୍ଜନିତ ପ୍ରଦୂଷଣ ଓ କୁପ୍ରଭାବକୁ ଯଥାସମ୍ଭବ ହ୍ରାସ କରାଇପାରିବା।ଧରିତ୍ରୀକୁ ପୂର୍ବଭଳି ସବୁଜ କରିପାରିବା। ଗଁା ଓ ସହରକୁ ଗଛ ଓ ଉଦ୍ୟାନରେ ଭରିଦେବା ପାଇଁ ଜନସଚେତନତା ସୃଷ୍ଟି ହେବା ଦରକାର। ଅଂଶୁଘାତ, ଜାଗତିକ ଉଷ୍ଣତା ବୃଦ୍ଧି ଓ ସବୁଜଗୃହ ପ୍ରଭାବ ଭଳି ସମସ୍ୟାର ସମାଧାନ ଦିଗରେ ସବୁଜିମା ସହାୟକ ହେବ।
ପାଇଁ ଆମେ ଗ୍ରହଣ କରିଥିବା ପନ୍ଥାଗୁଡ଼ିକ ପ୍ରଦୂଷଣପୂର୍ବକ ଆମର ଅପୂରଣୀୟ କ୍ଷତି କରୁଛି। ଉନ୍ନତି ଆଳରେ ଆମର ପ୍ରୟାସ ଦ୍ୱାରା ପରିବେଶ ଉପରେ କୁପ୍ରଭାବ ପଡୁଛି।  ଅତଏବ ଆମ ଉନ୍ନତିର ଧାରା ନିରନ୍ତରଧର୍ମୀ ନୁହେଁ। ଗଛଲତା, ପ୍ରାଣୀ ଓ ଜୀବାଣୁଭୂତାଣୁଙ୍କୁ ମିଶେଇଲେ ପୃଥିବୀରେ ପ୍ରାୟ ୮୭ ଲକ୍ଷ ପ୍ରଜାତିର ଜୀବନ ରହିଛି। ସେମାନଙ୍କ ମଧ୍ୟରୁ ମଣିଷ ଅନ୍ୟତମ। ପରିତାପର ବିଷୟ, ଏତେ କିସମର ପ୍ରାଣୀ ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀରେ ବାସକରି ଆସୁଥିଲେ ବି ଯେଉଁ ପରିବର୍ତ୍ତନ ଘଟି ନ ଥିଲା, ଏଇ ମାତ୍ର ୩୦୦ ବର୍ଷ ଭିତରେ ମଣିଷର ଶିଳ୍ପବିପ୍ଳବ ଧରିତ୍ରୀକୁ ମୁମୂର୍ଷୁ ଅବସ୍ଥାକୁ ନେଇଯାଇଛି। ସର୍ବଂସହା ଧରିତ୍ରୀର ନୀରବତାର ସୁଯୋଗ ନେଇ ଆମ ପରିବେଶକୁ ଆମେ ନିଜେ ନଷ୍ଟ କରୁଛେ। ସୁନ୍ଦର ସବୁଜ ଧରିତ୍ରୀ ଆଜି ବିବର୍ଣ୍ଣ ଦିଶୁଛି। ସେଥିପାଇଁ ଆମେ ଦାୟୀ। ତେଣୁ ପୃଥିବୀର ପୁନରୁଦ୍ଧାର ଆମ ଦାୟିତ୍ୱ।
ଆଜିର ପରିବେଶଜନିତ ସମସ୍ୟାଗୁଡ଼ିକ ସମ୍ପର୍କରେ ଇଣ୍ଟରନେଟ, ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଓ ଟୁଇଟର ଜରିଆରେ ସମାଜକୁ ସଚେତନ କରାଯାଇପାରିବ। ଆମର ପରିବେଶ ବିରୋଧୀ ସଂସ୍କାର ଜାରି ରହିଲେ ଧରିତ୍ରୀ ଆଉ ବାସୋପଯୋଗୀ ଗ୍ରହ ହୋଇ ରହିବ ନାହିଁ। ଆମ ପାଖରେ ଆଉ ସମୟ ନାହିଁ। ସମଗ୍ର ପୃଥିବୀବାସୀଙ୍କର ପ୍ରୟାସ ଜାରି ରହିଲେ ଜାଗତିକ ସମସ୍ୟାର ସମାଧାନ ଅସମ୍ଭବ ନୁହେଁ। ତେଣୁ ଏହି ଦିଗରେ ସମସ୍ତଙ୍କର ଆନ୍ତରିକତା ଏକାନ୍ତ ଆବଶ୍ୟକ।

-କମଳାକାନ୍ତ ଜେନା
ଓଡ଼ିଶା ଶିକ୍ଷା ସେବା (ଏ), ସଦସ୍ୟ, ଓଡ଼ିଶା ବିଜ୍ଞାନ ଏକାଡେମୀ,
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ, ମୋ:୯୪୩୯୫୦୧୬୫୧

 


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri