‘ମାନବ ଚାଲାଣ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ’

ଭଞ୍ଜନଗର,୩୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାନବ ଚାଲାଣ ବିରୋଧରେ ଏକ ବଡ଼ଧରଣର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ଯୋଗଦେଇ ମାନବ ଚାଲାଣ ଭଳି ଏକ ଗୁରୁତର ସାମାଜିକ ଅପରାଧକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ମାନବ ଚାଲାଣ ରୋକିବା କେବଳ ପ୍ରଶାସନର ଏକାକୀ ଦାୟିତ୍ୱ ନୁହେଁ ବରଂ ଏଥିପାଇଁ ସମାଜର ପ୍ରତ୍ୟେକ ବର୍ଗ, ସ୍ୱେଚ୍ଛାସେବୀ ସଂଗଠନ ଓ ଜନପ୍ରତିନିଧିଙ୍କ ସକ୍ରିୟ ସହଯୋଗ ନିହାତି ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଏହି ସାମାଜିକ ବ୍ୟାଧିକୁ ସଫଳତାର ସହ ଦମନ କରାଯାଇପାରିବ।

ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡା. ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ଏସ୍‌ଡିପିଓ ଡା. ଦୀପକ କୁମାର ମିଶ୍ର, ଭଞ୍ଜନଗର ସିଡିପିଓ ମିଲିମା କୁମାରୀ ପଣ୍ଡା ଏବଂ ପିସିଆଇ ଜିଲ୍ଲା ସଂଯୋଜକ ମନୋରମା ମଲ୍ଲିକ ପ୍ରମୁଖ ଯୋଗଦେଇ ମାନବ ଚାଲାଣର ମୁଖ୍ୟ କାରଣ, ଏହାର କୁପ୍ରଭାବ, ସରକାରଙ୍କ ପ୍ରତିରୋଧମୂଳକ ପଦକ୍ଷେପ ଓ ସାମାଜିକ ସଚେତନତାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବା, ସନ୍ଦିଗ୍ଧ ଘଟଣା ସମ୍ପର୍କରେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବା ଏବଂ ଏକ ସଚେତନ ତଥା ସୁରକ୍ଷିତ ସମାଜ ଗଠନ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମକୁ ଆଇଏସ୍‌ଆର୍‌ଡିର ଜଣେ କର୍ମକର୍ତ୍ତା ସଫଳତାର ସହ ସଂଯୋଜନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ୧୦୮ ଚାଲିଗଲା ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

ରେଳମନ୍ତ୍ରୀଙ୍କୁ ଭେଟିଲେ MP ପ୍ରଦୀପ ପୁରୋହିତ: ବରଗଡ଼-ଝାରସୁଗୁଡ଼ା ପାଇଁ ୪ ନୂତନ ଟ୍ରେନ୍ ଚଳାଚଳ ପାଇଁ ଦେଲେ ପ୍ରସ୍ତାବ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ରେଳସେବାର ବ୍ୟାପକ ବିକାଶ, ଯାତ୍ରୀ ସୁବିଧା ବୃଦ୍ଧି ଏବଂ ନୂତନ ଟ୍ରେନ୍ ସେବା…

ଜମିରୁ ଫେରିବା ବେଳେ ଚାଷୀଙ୍କୁ ଦନ୍ତା ଆକ୍ରମଣ: ଉଜୁଡ଼ିଲା ସଂସାର, ଘର ଚଳାଇବା କଷ୍ଟକର

ଜି.ଉଦୟଗିରି,୩୦।୭ (ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଜୁ ଗ୍ରାମର ସିରାପାଦେରୀ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। କିଛି…

ଅସହାୟଙ୍କ ପାଇଁ ସାହା ହେଲା ବିନ୍ଦୁମିନା ସେବା ଫାଉଣ୍ଡେଶନ: ବର୍ଷା ବିପନ୍ନଙ୍କୁ ମାଗଣା ରାଶନ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା/ଗୋଲାମୁଣ୍ଡା,୩୦।୭(ଉତ୍ତମ କୁମାର ଦାଶ/ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯାହାକି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛି, ସେହି ସମୟରେ ବିପନ୍ନଙ୍କ ପାଇଁ ଦେବଦୂତ…

ଛାଡ଼ି ଯାଇଛି ବନ୍ୟା, କମିନି ଦୁର୍ଦ୍ଦଶା: ୩୧ ହଜାରରୁ ଅଧିକ ଲୋକ ପ୍ରଭାବିତ; ଭାଙ୍ଗିଛି ଘର, ଚିନ୍ତାରେ…

ହାଟଡିହୀ/ଛେନାପଦୀ,୩୦।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀରେ ଆସିଥିବା ବନ୍ୟା ପାଣି କମିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କମିବାର…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri