Posted inଫୁରସତ

ବିଶ୍ୱ ନାଗରିକ ସୁରକ୍ଷା ଦିବସ

ବିଶ୍ୱର ନାଗରିକଙ୍କ ସୁରକ୍ଷା ଅତ୍ୟାବଶ୍ୟକ। ନାଗରିକଙ୍କ ସୁରକ୍ଷା ଦ୍ୱାରା ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ବିଶ୍ୱ ନାଗରିକ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଥାଏ। ୧୯୯୦ରେ ଅନ୍ତର୍ଜାତୀୟ ନାଗରିକ ପ୍ରତିରକ୍ଷା ସଂଗଠନ (ଆଇସିଡିଓ) ଏହି ଦିନକୁ ବିଶ୍ୱସ୍ତରୀୟ ପାଳନ କରିବାକୁ ଘୋଷଣା କରିଥିଲା। ୫୯ଟି ଦେଶ ଆଇସିଡିଓର ସଦସ୍ୟ। ଏହି ସଂଗଠନ ସମ୍ପୃକ୍ତ ସଦସ୍ୟ ଦେଶରେ ନାଗରିକ ପ୍ରତିରକ୍ଷା ବାହିନୀର ମାନବ ସମ୍ବଳ ପରିଚାଳନାରେ ଉନ୍ନତି ଆଣିବା ପାଇଁ ଯଥାସମ୍ଭବ ତାଲିମ କାର୍ଯ୍ୟକ୍ରମ ଚଳାଇଥାଏ।
ଯୁଦ୍ଧ ସମୟରେ ସାଧାରଣ ନାଗରିକ ସୁରକ୍ଷା ସମସ୍ୟା ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ। ୨୮ ମେ ୧୯୩୧ରେ, ଫରାସୀ ସର୍ଜନ-ଜେନେରାଲ ଜର୍ଜ ସେଣ୍ଟ-ପାଲ ପ୍ୟାରିସରେ ‘ଜେନେଭା ଜୋନ’ ଆସୋସିଏଶନ ପ୍ରତିଷ୍ଠା କରିଥିଲେ; ଯାହା ତାଙ୍କୁ ପ୍ରଥମେ ମାନବ ସୁରକ୍ଷା ପାଇଁ ଏହି ଧାରଣା ଦେଇଥିଲା। ଏହି ଜୋନ୍‌ ମୁଖ୍ୟତଃ ମହିଳା, ଶିଶୁ, ବୃଦ୍ଧ ତଥା ରୋଗୀ ଏବଂ ଦିବ୍ୟାଙ୍ଗମାନଙ୍କୁ ଯୁଦ୍ଧ ସମୟରେ ଆଶ୍ରୟ ଦେଉଥିଲା। ୧୯୩୬ ମସିହାରେ ଯେତେବେଳେ ସ୍ପେନରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ଆସୋସିଏଶନ ଚାଇନାରେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୁନର୍ବାର ଫ୍ରାନ୍ସରେ ଶରଣାର୍ଥୀ ଶିବିର ସ୍ଥାପନ କରିବାକୁ ଆହ୍ବାନ ଦେଇଥିଲା। ୧୯୫୮ ମସିହାରେ ଅନ୍ତର୍ଜାତୀୟ ନାଗରିକ ପ୍ରତିରକ୍ଷା ସଂଗଠନ ଭାବରେ ଆରମ୍ଭ ହେବା ଦିନଠାରୁ, ଆଇସିଡିଓ ଜାତୀୟ ନାଗରିକ ପ୍ରତିରକ୍ଷା ସଂଗଠନ ମଧ୍ୟରେ ଏକ ସେତୁ ସୃଷ୍ଟି କରିବା, ଜନସଂଖ୍ୟା ସୁରକ୍ଷା ଅନୁସନ୍ଧାନ କରିବା ସହ ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିକ୍ରିୟାର ସମନ୍ବୟ ସମେତ ଅନେକ ଦିଗରେ କାର୍ଯ୍ୟ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?