Posted inଖେଳ

ୟୁରୋ କପ୍‌ରୁ ବିଶ୍ୱ ଚାମ୍ପିୟନ ଫ୍ରାନ୍ସର ବିଦାୟ

ବୁଖାରେଷ୍ଟ, ୩୦।୬(ଏପି)-ୟୁରୋ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ମ୍ୟାଚରେ ସୁଇଜରଲାଣ୍ଡ ପେନାଲ୍ଟି ଶୁଟ୍‌ ଆଉଟ୍‌ ୫-୪ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଫଳରେ ରାଉଣ୍ଡ ଅଫ୍‌-୧୬ରୁ ଫ୍ରାନ୍ସର ଅଭିଯାନ ଶେଷ ହୋଇଛି। ମ୍ୟାଚର ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ବରାବର ରହିଥିଲା। ଫ୍ରାନ୍ସ ପକ୍ଷରୁ କରିମ ବେଞ୍ଜିମା ୫୭, ୫୯ ଓ ପଲ୍‌ ପୋଗ୍‌ବା ୭୫ ତମ ମିନିଟରେ ଗୋଲ ଦେଇଥିଲେ। ସୁଇଜରଲାଣ୍ଡ ପକ୍ଷରୁ ହାରିସ ସେଫେରୋଭିଚ୍‌ ୧୫, ୮୧ ଏବଂ ମାରିଓ ଗାଭ୍ରାନୋଭିକ୍‌ ୯୦ତମ ମିନିଟରେ ଗୋଲ ଦେଇଥିଲେ। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ସୁଇଜରଲାଣ୍ଡର ୫ ଜଣ ଖେଳାଳି ଗୋଲ ଦେଇଥିବାବେଳେ ଫ୍ରାନ୍ସର ୪ ଖେଳାଳି ପ୍ରତିପକ୍ଷ ନେଟ୍‌ ସ୍ପର୍ଶ କରିବାକୁ ସକ୍ଷମ ହୋଇଥିଲେ। କିଲିଆନ ଏମ୍‌ବାପେଙ୍କ ଶଟ୍‌କୁ ପ୍ରତିପକ୍ଷ ଗୋଲକିପର ଅଟକାଇ ଦେଇଥିଲେ। ନିଜ ଦ୍ୱିତୀୟ ଝିଅର ଜନ୍ମ ପାଇଁ ସ୍ତ୍ରୀଙ୍କ ପାଖରେ ରହିବାକୁ ୟୁରୋକପ୍‌ ଅଧାରୁ ଘରକୁ ପଳାଇଥିବା ସୁଇଜରଲାଣ୍ଡ ଗୋଲକିପର ସୋମେର ସମ୍ଭବତଃ କ୍ୟାରିୟରର ଶ୍ରେଷ୍ଠ ସେଭ୍‌ କରି ଦଳକୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରାଇଥିଲେ। ଦୀର୍ଘ ୬୭ ବର୍ଷ ବ୍ୟବଧାନରେ ସୁଇଜରଲାଣ୍ଡ କୌଣସି ବଡ଼ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ୧୯୫୪ ବିଶ୍ୱକପ ଆୟୋଜନ କରିବା ପରଠାରୁ ସୁଇଜରଲାଣ୍ଡ ଆଉ କୌଣସି ବଡ଼ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଦଳ ୩ ଥର ରାଉଣ୍ଡ ଅଫ୍‌ ୧୬ରୁ ହିଁ ବିଦାୟ ନେଇଥିଲା। ଆସନ୍ତା ଶୁକ୍ରବାର ସେଣ୍ଟ ପିଟର୍ସବର୍ଗରେ ସ୍ପେନକୁ ଭେଟିବ ସୁଇଜରଲାଣ୍ଡ।
କୋପେନହାଗେନଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ସ୍ପେନ ୫-୩ ଗୋଲରେ କ୍ରୋଏସିଆକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚଟି ଅତିରିକ୍ତ ସମୟରେ ଶେଷ ହୋଇଥିଲା। କ୍ରୋଏସିଆ ପକ୍ଷରୁ ପେଦ୍ରି ଲୋପେଜ ୨୦ତମ ମିନିଟରେ ଆତ୍ମଘାତୀ ଗୋଲ ଦେଇଥିବାବେଳେ ମିର୍ସାଲ୍ଭ ଓରିସିକ ୮୫ ଓ ମାରିଓ ପାସାଲିକ୍‌ ୯୦+୨ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ସ୍ପେନ ପକ୍ଷରୁ ପାବ୍‌ଲୋ ସାରାବିୟା ୩୮, ସେସାର ଆଜପିଲକୁଇଟା ୫୭, ଫାରେନ ଟୋରେସ ଗାର୍ସିଆ ୭୭, ଆଲଭାରୋ ମୋରାଟା ୧୦୦ ଏବଂ ମାଇକେଲ ଓୟାରଜାବାଲ ୧୦୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri