ବିଶ୍ୱ କର୍କଟ ଦିବସ: ଆଜି ଜାଣନ୍ତୁ ଫୁସ୍‌ଫୁସ୍‌ କର୍କଟ ବିଷୟରେ..

ମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶରେ ପୁରୁଷଙ୍କୁ ହେଉଥିବା ପ୍ରମୁଖ କ୍ୟାନସର ବା କର୍କଟ ମଧ୍ୟରେ ଅନ୍ୟତମ ଫୁସଫୁସ କର୍କଟ। କେବଳ ଆମେରିକାରେ ବର୍ଷକୁ ପ୍ରାୟ ୬୫ ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରୁଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
କାରଣ: ସିଗାରେଟ, ବିଡ଼ି, ଧୂଆଁପତ୍ର ଓ ପିକା ପ୍ରଭୃତି ବ୍ୟବହାର ଫୁସ୍‌ଫୁସ୍‌ କର୍କଟର ପ୍ରଧାନ କାରଣ। ବିଭିନ୍ନ ପରିସଂଖ୍ୟାନ, ପରୀକ୍ଷାଗାରରେ ପରୀକ୍ଷା ଓ ଧୂଆଁ ଟାଣୁଥିବା ଲୋକଙ୍କୁ ପରୀକ୍ଷା କରି ଏହା ପ୍ରମାଣିତ ହୋଇଛି ଯେ- ଫୁସ୍‌ଫୁସ୍‌ କର୍କଟ ଧୂମପାନ କରୁଥିବା ଲୋକଙ୍କର ବେଶୀ ହୁଏ। ଯେଉଁ ଲୋକ ଦିନକୁ ୮୦ରୁ ବେଶୀ ସିଗାରେଟ ବା ବିଡ଼ି ୧୦ବର୍ଷରୁ ଟାଣିଥାନ୍ତି, ସେମାନଙ୍କ ମଧ୍ୟରୁ ୧ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ୨୬୨ ଜଣ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି। ପରୀକ୍ଷାଗାରରେ କୁକୁରଙ୍କୁ ଧୁମପାନରେ ଅଭ୍ୟସ୍ତ କରାଯାଇ ଦେଖାଯାଇଛି ଯେ, ଫୁସ୍‌ଫୁସ୍‌ରେ ଧୂଆଁପତ୍ର ନିକୋଟିନ୍‌ ବସି ଯାଇ ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ ଝିଲ୍ଲୀ ମଧ୍ୟରେ ନାନା ରାସାୟନିକ ପ୍ରକ୍ରିୟା ଦ୍ୱାରା କର୍କଟର ପୂର୍ବାବସ୍ଥା ପ୍ୟାକେଟ ଉପରେ ଲେଖାଯାଇଛି ଧୂମପାନ ସ୍ବାସ୍ଥ୍ୟ ପକ୍ଷେରେ କ୍ଷତିକାରକ। ଏବେ ସମୀକ୍ଷାରୁ ଜଣାପଡ଼ିଛି ଯେ, ଧୂମପାନ ନିଷିଦ୍ଧ ବା କେତେକ ସିଗାରେଟ୍‌ ପ୍ରଭୃତି ଛାଡ଼ି ଦେବା ଦ୍ୱାରା ଆମେରିକାରେ ପୂର୍ବ ବର୍ଷ ଅପେକ୍ଷା ଫୁସ୍‌ଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ କମିଯାଉଛି।
ଆମ ଦେଶରେ ମୁଖ ଗହ୍ବର କର୍କଟ ପ୍ରଧାନ ସମସ୍ୟା ହୋଇଥିଲେ ମଧ୍ୟ ଫୁସ୍‌ଫୁସ୍‌ କର୍କଟ ରୋଗୀ ବହୁତ ଦେଖାଯାଆନ୍ତି। ତା’ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ୟାନ୍‌ସର ହେଲେ ତାହା ଫୁସ୍‌ଫୁସ୍‌କୁ ମାଡ଼ିଯାଏ ଏବଂ ଶେଷରେ ରୋଗୀ ଏସବୁର ଶିକାର ହୁଏ। କୋଇଲା କାରଖାନା, କପାକଳ ଓ ଆଜବେଷ୍ଟସ୍‌ କାରଖାନାରେ କାମ କରୁଥିବା ଲୋକଙ୍କର ଏହି କର୍କଟ ରୋଗ ବେଶୀ ହୁଏ।
ଫୁସ୍‌ଫୁସ୍‌ ମଧ୍ୟରେ କର୍କଟ ବିଭିନ୍ନ ପ୍ରକାରର ହୋଇପାରେ କିନ୍ତୁ ପ୍ରଧାନତଃ ୪ ପ୍ରକାର ଦେଖାଯାଏ। (୧) Squamous Cell Cancer ୪୦ରୁ ୫୦ ଭାଗ। ଶ୍ୱାସନଳୀକାରୁ ଏ କର୍କଟ ହୁଏ। (୨)Undiffereciated type ୩୦ ରୁୂ ୫୦ ଭାଗ- ବହୁତ ଶୀଘ୍ର ମାଡ଼ିଯାଏ। (୩) Adenocarcinoma ସାଧାରଣତଃ ଫୁସ୍‌ଫୁସ୍‌ର ବହିଃ ଅଂଶରେ ଦେଖାଯାଏ, ୧୦ରୁ ୨୦ ଭାଗ- ବାୟୁକୋଷର ପ୍ରକୋଷ୍ଠରୁ ବାହାରିଯାଏ। (୪) ) Alveolar Carcinoma ସାଧାରଣତଃ ଏକା ସାଙ୍ଗରେ ଲାଗି ଲାଗି ବହୁ ଜାଗାରେ ଦେଖାଯାଏ। ୫-୧୦ ଭାଗ।
ଆଉ କେତେକ ଅସାଧାରଣ ଟ୍ୟୁମର ଯଥା : କୌଣସି ଲକ୍ଷଣ ନଥାଇ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବା ଛାତି ଏକ୍‌ସରେ ନେଲାବେଳକୁ ବେଳେ ବେଳେ କର୍କଟ ଜଣାପଡ଼େ। ଏହା ସାଧାରଣତଃ ଫୁସ୍‌ଫୁସ୍‌ର ବାହାର ଅଂଶରେ ହୁଏ ଏବଂ ଅପରେସନ୍‌ ଦ୍ୱାରା ସହଜରେ ଆୟତ କରାଯାଇପାରେ। ଆମ ଦେଶରେ ବହୁତ ସଂଖ୍ୟାରେ ଯକ୍ଷ୍ମା ରୋଗୀ ହେଉଥିବାରୁ ବେଳେ ବେଳେ ଏ ରୋଗୀମାନଙ୍କୁ ଯକ୍ଷ୍ମା ଚିକିତ୍ସା ଦିଆଯାଏ ଏବଂ ଅସଲ ରୋଗ ଚିହ୍ନିବା ବେଳକୁ ଡେରି ହୋଇଯାଏ।
କାଶ, କଫ, ଜ୍ୱର : ଫୁସ୍‌ଫୁସ୍‌ ମଧ୍ୟରେ ଶ୍ୱାସନଳୀ ସବୁ ବନ୍ଦ ହେବା ଦ୍ୱାରା ଜୀବାଣୁ ବୃଦ୍ଧି ହେତୁ ଜ୍ୱର, କଫ, କାଶ ପ୍ରଭୃତି ହୋଇପାରେ। ନିମୋନିଆ ପରି ଜଣାପଡ଼େ। ଚିକିତ୍ସା ନ କଲେ ଅବସ୍ଥା ଶୋଚନୀୟ ହୋଇଉଠେ। ବେଳେ ବେଳେ କଫରେ ରକ୍ତ ପଡ଼ିପାରେ।
-କର୍କଟ ଫୁସ୍‌ଫୁସ୍‌ ନିକଟବର୍ତ୍ତୀ ଅନ୍ୟାନ୍ୟ ତନ୍ତୁକୁ ମାଡ଼ିଯିବା ଦ୍ୱାରା ବହୁତ ପ୍ରକାର ଲକ୍ଷଣ ଦେଖାଯାଇପାରେ। ଛାତିରେ କଷ୍ଟ ହୁଏ। ଫୁସ୍‌ଫୁସ୍‌ର ଅଗ୍ରଅଂଶରେ ରୋଗ ହେଲେ ହାତରେ ସ୍ନାୟୁ ସବୁ ଚାପି ହୋଇ କଷ୍ଟ ହୁଏ। ତା’ପରେ ଛାତି ହାଡ଼ ଖାଇଯାଇ ପାରେ। ଛାତିର ଊର୍ଦ୍ଧ୍ୱଶିରା ଗ୍ରନ୍ଥି ଦ୍ୱାରା ଚାପ ଖାଇ ବନ୍ଦ ହୋଇଯାଏ। ମୁଣ୍ଡ, ବେକ ଓ ହାତରୁ ରକ୍ତ ହୃତ୍‌ପିଣ୍ଡ ମଧ୍ୟକୁ ଯାଇ ନପାରି ଫୁଲି ଯାଏ। ଛାତି ଉପର ଭାଗରେ ଶିରା ପ୍ରଶିରା ବାହାରି ପଡ଼େ। ବେଳେ ବେଳେ ଛାତିରେ ପାଣି ଓ ରକ୍ତ କମିଯାଇ ନିଃଶ୍ୱାସ ନେବାରେ କଷ୍ଟ ହୁଏ।
– ରୋଗ ଦୂର ଯାଗାକୁ ମାଡ଼ିଗଲେ ସେ ସବୁ ତନ୍ତୁ ବା କୋଷର ଲକ୍ଷଣ ଜଣାପଡ଼େ। ଯକୃତ ବୃଦ୍ଧି ପାଏ। ହାଡ଼ରେ ଫୁଲା ଦେଖାଯାଇପାରେ। ଆଡ଼୍ରିନାଲ ଗ୍ଲାଣ୍ଡ ନଷ୍ଟ ହୋଇ ବିଭିନ୍ନ ଆନୁଷଙ୍ଗିକ ଲକ୍ଷଣ ଦେଖା ଯାଇପାରେ। ଆମ ଦେଶରେ ଶତକଡ଼ା ୬୦-୭୦ ଭାଗ ରୋଗୀ ସାଧାରଣତଃ ଏ ସବୁ ଲକ୍ଷଣ ନେଇ ରୋଗର ଶେଷ ଅବସ୍ଥାରେ ଆସି ପହଞ୍ଚନ୍ତି।
ତେବେ ବିଭିନ୍ନ ପରୀକ୍ଷା ଦ୍ୱାରା କର୍କଟ ନିରୂପଣ ଆଜିକାଲି ସହଜ ହେଲାଣି।
କର୍କଟର ଚିକିତ୍ସା ଲାଗି ବହୁ ଭେଷଜୀୟ ପଦ୍ଧତି ଅବଲମ୍ବନ କରାଯାଉଛି। ଏଥିସହ ବହୁ ବହୁତ ନୂତନ ଔଷଧ ବ୍ୟବହାର ହେଉଛି। ତେବେ କର୍କଟ ଚିକିତ୍ସା ସହିତ ରୋଗୀର ମାନସିକ, ଶାରୀରିକ ଓ ସାମାଜିକ ଯନତ୍ ନେବା ଜରୁରୀ।

-ଡା. ରଣଜିତ୍‌ କର
ବରିଷ୍ଠ କ୍ୟାନ୍‌ସରବିଶେଷଜ୍ଞ, ଏଚ.ସି.ଜି. ପଣ୍ଡା କ୍ୟାନ୍‌ସର ହସ୍‌ପିଟାଲ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?