ବିଶ୍ୱ କର୍କଟ ଦିବସ: ଆଜି ଜାଣନ୍ତୁ ଫୁସ୍‌ଫୁସ୍‌ କର୍କଟ ବିଷୟରେ..

ମେରିକା ପ୍ରଭୃତି ପାଶ୍ଚାତ୍ୟ ଦେଶରେ ପୁରୁଷଙ୍କୁ ହେଉଥିବା ପ୍ରମୁଖ କ୍ୟାନସର ବା କର୍କଟ ମଧ୍ୟରେ ଅନ୍ୟତମ ଫୁସଫୁସ କର୍କଟ। କେବଳ ଆମେରିକାରେ ବର୍ଷକୁ ପ୍ରାୟ ୬୫ ହଜାର ଲୋକ ଏଥିରେ ମୃତ୍ୟୁ ବରଣ କରୁଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
କାରଣ: ସିଗାରେଟ, ବିଡ଼ି, ଧୂଆଁପତ୍ର ଓ ପିକା ପ୍ରଭୃତି ବ୍ୟବହାର ଫୁସ୍‌ଫୁସ୍‌ କର୍କଟର ପ୍ରଧାନ କାରଣ। ବିଭିନ୍ନ ପରିସଂଖ୍ୟାନ, ପରୀକ୍ଷାଗାରରେ ପରୀକ୍ଷା ଓ ଧୂଆଁ ଟାଣୁଥିବା ଲୋକଙ୍କୁ ପରୀକ୍ଷା କରି ଏହା ପ୍ରମାଣିତ ହୋଇଛି ଯେ- ଫୁସ୍‌ଫୁସ୍‌ କର୍କଟ ଧୂମପାନ କରୁଥିବା ଲୋକଙ୍କର ବେଶୀ ହୁଏ। ଯେଉଁ ଲୋକ ଦିନକୁ ୮୦ରୁ ବେଶୀ ସିଗାରେଟ ବା ବିଡ଼ି ୧୦ବର୍ଷରୁ ଟାଣିଥାନ୍ତି, ସେମାନଙ୍କ ମଧ୍ୟରୁ ୧ଲକ୍ଷ ବ୍ୟକ୍ତିଙ୍କ ମଧ୍ୟରୁ ୨୬୨ ଜଣ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି। ପରୀକ୍ଷାଗାରରେ କୁକୁରଙ୍କୁ ଧୁମପାନରେ ଅଭ୍ୟସ୍ତ କରାଯାଇ ଦେଖାଯାଇଛି ଯେ, ଫୁସ୍‌ଫୁସ୍‌ରେ ଧୂଆଁପତ୍ର ନିକୋଟିନ୍‌ ବସି ଯାଇ ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ ଝିଲ୍ଲୀ ମଧ୍ୟରେ ନାନା ରାସାୟନିକ ପ୍ରକ୍ରିୟା ଦ୍ୱାରା କର୍କଟର ପୂର୍ବାବସ୍ଥା ପ୍ୟାକେଟ ଉପରେ ଲେଖାଯାଇଛି ଧୂମପାନ ସ୍ବାସ୍ଥ୍ୟ ପକ୍ଷେରେ କ୍ଷତିକାରକ। ଏବେ ସମୀକ୍ଷାରୁ ଜଣାପଡ଼ିଛି ଯେ, ଧୂମପାନ ନିଷିଦ୍ଧ ବା କେତେକ ସିଗାରେଟ୍‌ ପ୍ରଭୃତି ଛାଡ଼ି ଦେବା ଦ୍ୱାରା ଆମେରିକାରେ ପୂର୍ବ ବର୍ଷ ଅପେକ୍ଷା ଫୁସ୍‌ଫୁସ୍‌ କର୍କଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ କମିଯାଉଛି।
ଆମ ଦେଶରେ ମୁଖ ଗହ୍ବର କର୍କଟ ପ୍ରଧାନ ସମସ୍ୟା ହୋଇଥିଲେ ମଧ୍ୟ ଫୁସ୍‌ଫୁସ୍‌ କର୍କଟ ରୋଗୀ ବହୁତ ଦେଖାଯାଆନ୍ତି। ତା’ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ୟାନ୍‌ସର ହେଲେ ତାହା ଫୁସ୍‌ଫୁସ୍‌କୁ ମାଡ଼ିଯାଏ ଏବଂ ଶେଷରେ ରୋଗୀ ଏସବୁର ଶିକାର ହୁଏ। କୋଇଲା କାରଖାନା, କପାକଳ ଓ ଆଜବେଷ୍ଟସ୍‌ କାରଖାନାରେ କାମ କରୁଥିବା ଲୋକଙ୍କର ଏହି କର୍କଟ ରୋଗ ବେଶୀ ହୁଏ।
ଫୁସ୍‌ଫୁସ୍‌ ମଧ୍ୟରେ କର୍କଟ ବିଭିନ୍ନ ପ୍ରକାରର ହୋଇପାରେ କିନ୍ତୁ ପ୍ରଧାନତଃ ୪ ପ୍ରକାର ଦେଖାଯାଏ। (୧) Squamous Cell Cancer ୪୦ରୁ ୫୦ ଭାଗ। ଶ୍ୱାସନଳୀକାରୁ ଏ କର୍କଟ ହୁଏ। (୨)Undiffereciated type ୩୦ ରୁୂ ୫୦ ଭାଗ- ବହୁତ ଶୀଘ୍ର ମାଡ଼ିଯାଏ। (୩) Adenocarcinoma ସାଧାରଣତଃ ଫୁସ୍‌ଫୁସ୍‌ର ବହିଃ ଅଂଶରେ ଦେଖାଯାଏ, ୧୦ରୁ ୨୦ ଭାଗ- ବାୟୁକୋଷର ପ୍ରକୋଷ୍ଠରୁ ବାହାରିଯାଏ। (୪) ) Alveolar Carcinoma ସାଧାରଣତଃ ଏକା ସାଙ୍ଗରେ ଲାଗି ଲାଗି ବହୁ ଜାଗାରେ ଦେଖାଯାଏ। ୫-୧୦ ଭାଗ।
ଆଉ କେତେକ ଅସାଧାରଣ ଟ୍ୟୁମର ଯଥା : କୌଣସି ଲକ୍ଷଣ ନଥାଇ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବା ଛାତି ଏକ୍‌ସରେ ନେଲାବେଳକୁ ବେଳେ ବେଳେ କର୍କଟ ଜଣାପଡ଼େ। ଏହା ସାଧାରଣତଃ ଫୁସ୍‌ଫୁସ୍‌ର ବାହାର ଅଂଶରେ ହୁଏ ଏବଂ ଅପରେସନ୍‌ ଦ୍ୱାରା ସହଜରେ ଆୟତ କରାଯାଇପାରେ। ଆମ ଦେଶରେ ବହୁତ ସଂଖ୍ୟାରେ ଯକ୍ଷ୍ମା ରୋଗୀ ହେଉଥିବାରୁ ବେଳେ ବେଳେ ଏ ରୋଗୀମାନଙ୍କୁ ଯକ୍ଷ୍ମା ଚିକିତ୍ସା ଦିଆଯାଏ ଏବଂ ଅସଲ ରୋଗ ଚିହ୍ନିବା ବେଳକୁ ଡେରି ହୋଇଯାଏ।
କାଶ, କଫ, ଜ୍ୱର : ଫୁସ୍‌ଫୁସ୍‌ ମଧ୍ୟରେ ଶ୍ୱାସନଳୀ ସବୁ ବନ୍ଦ ହେବା ଦ୍ୱାରା ଜୀବାଣୁ ବୃଦ୍ଧି ହେତୁ ଜ୍ୱର, କଫ, କାଶ ପ୍ରଭୃତି ହୋଇପାରେ। ନିମୋନିଆ ପରି ଜଣାପଡ଼େ। ଚିକିତ୍ସା ନ କଲେ ଅବସ୍ଥା ଶୋଚନୀୟ ହୋଇଉଠେ। ବେଳେ ବେଳେ କଫରେ ରକ୍ତ ପଡ଼ିପାରେ।
-କର୍କଟ ଫୁସ୍‌ଫୁସ୍‌ ନିକଟବର୍ତ୍ତୀ ଅନ୍ୟାନ୍ୟ ତନ୍ତୁକୁ ମାଡ଼ିଯିବା ଦ୍ୱାରା ବହୁତ ପ୍ରକାର ଲକ୍ଷଣ ଦେଖାଯାଇପାରେ। ଛାତିରେ କଷ୍ଟ ହୁଏ। ଫୁସ୍‌ଫୁସ୍‌ର ଅଗ୍ରଅଂଶରେ ରୋଗ ହେଲେ ହାତରେ ସ୍ନାୟୁ ସବୁ ଚାପି ହୋଇ କଷ୍ଟ ହୁଏ। ତା’ପରେ ଛାତି ହାଡ଼ ଖାଇଯାଇ ପାରେ। ଛାତିର ଊର୍ଦ୍ଧ୍ୱଶିରା ଗ୍ରନ୍ଥି ଦ୍ୱାରା ଚାପ ଖାଇ ବନ୍ଦ ହୋଇଯାଏ। ମୁଣ୍ଡ, ବେକ ଓ ହାତରୁ ରକ୍ତ ହୃତ୍‌ପିଣ୍ଡ ମଧ୍ୟକୁ ଯାଇ ନପାରି ଫୁଲି ଯାଏ। ଛାତି ଉପର ଭାଗରେ ଶିରା ପ୍ରଶିରା ବାହାରି ପଡ଼େ। ବେଳେ ବେଳେ ଛାତିରେ ପାଣି ଓ ରକ୍ତ କମିଯାଇ ନିଃଶ୍ୱାସ ନେବାରେ କଷ୍ଟ ହୁଏ।
– ରୋଗ ଦୂର ଯାଗାକୁ ମାଡ଼ିଗଲେ ସେ ସବୁ ତନ୍ତୁ ବା କୋଷର ଲକ୍ଷଣ ଜଣାପଡ଼େ। ଯକୃତ ବୃଦ୍ଧି ପାଏ। ହାଡ଼ରେ ଫୁଲା ଦେଖାଯାଇପାରେ। ଆଡ଼୍ରିନାଲ ଗ୍ଲାଣ୍ଡ ନଷ୍ଟ ହୋଇ ବିଭିନ୍ନ ଆନୁଷଙ୍ଗିକ ଲକ୍ଷଣ ଦେଖା ଯାଇପାରେ। ଆମ ଦେଶରେ ଶତକଡ଼ା ୬୦-୭୦ ଭାଗ ରୋଗୀ ସାଧାରଣତଃ ଏ ସବୁ ଲକ୍ଷଣ ନେଇ ରୋଗର ଶେଷ ଅବସ୍ଥାରେ ଆସି ପହଞ୍ଚନ୍ତି।
ତେବେ ବିଭିନ୍ନ ପରୀକ୍ଷା ଦ୍ୱାରା କର୍କଟ ନିରୂପଣ ଆଜିକାଲି ସହଜ ହେଲାଣି।
କର୍କଟର ଚିକିତ୍ସା ଲାଗି ବହୁ ଭେଷଜୀୟ ପଦ୍ଧତି ଅବଲମ୍ବନ କରାଯାଉଛି। ଏଥିସହ ବହୁ ବହୁତ ନୂତନ ଔଷଧ ବ୍ୟବହାର ହେଉଛି। ତେବେ କର୍କଟ ଚିକିତ୍ସା ସହିତ ରୋଗୀର ମାନସିକ, ଶାରୀରିକ ଓ ସାମାଜିକ ଯନତ୍ ନେବା ଜରୁରୀ।

-ଡା. ରଣଜିତ୍‌ କର
ବରିଷ୍ଠ କ୍ୟାନ୍‌ସରବିଶେଷଜ୍ଞ, ଏଚ.ସି.ଜି. ପଣ୍ଡା କ୍ୟାନ୍‌ସର ହସ୍‌ପିଟାଲ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ସୁଲିନ୍‌ ସ୍ତର ସନ୍ତୁଳିତ ରଖେ ପିଆଜ ଶଣ୍ଢା

ପିଆଜ ଶଣ୍ଢା କାହାକୁ ବା ନାପସନ୍ଦ କହିଲେ। ଏହା କେବଳ ସ୍ବାଦିଷ୍ଟ ନୁହେଁ ବରଂ ସ୍ବାସ୍ଥ୍ୟପ୍ରଦ ମଧ୍ୟ। ପିଆଜ ଶଣ୍ଢାରେ ଭରପୂର୍‌ ଥିବା ଆଣ୍ଟିଅକ୍ସିଡାଣ୍ଟ ଡିଏନ୍‌ଏକୁ...

ଖାଲି ପ୍ରେମରେ କଥା ଚଳେନା, ପୁରୁଷ ସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷର ଆବଶ୍ୟକତା ରହିଛି। ବିଶେଷକରି ମହିଳାମାନେ ନିଜ ସାଥୀଙ୍କ ପାଖରେ ପ୍ରେମ ବ୍ୟତିତ...

ଲଚ୍ଛା

ଆବଶ୍ୟକ ସାମଗ୍ରୀ : କାଜୁ, ପିସ୍ତାବାଦାମ, ଚେରି, କେଶର, ଗୁଜୁରାତି, ଚିନି, କ୍ଷୀର ଓ ଲଚ୍ଛା ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆବଶ୍ୟକ ଅନୁଯାୟୀ କ୍ଷୀର...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ

ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌-କେ, ବି, ସି, ଭିଟାମିନ୍‌ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା...

ମ୍ୟାଲେରିଆ : ଲକ୍ଷଣ, ଉପଚାର

ବର୍ଷାଋତୁର ଆଗମନରେ ଧରଣୀ ଶସ୍ୟଶ୍ୟାମଳା ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ପ୍ରସାର ଘଟିଥାଏ। ସେଥିପାଇଁ ସାଧାରଣ ଲୋକ ଏହାକୁ ବର୍ଷାଦିନିଆ ଜ୍ୱର/ରୋଗ...

ଘରେ ଦର୍ପଣକୁ କେଉଁଠି ରଖିବେ, ଜାଣନ୍ତୁ କ’ଣ କୁହେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହରେ ଶାନ୍ତି ବଜାୟ ରଖିବା ପାଇଁ ଦର୍ପଣର ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଘରର କେଉଁ ସ୍ଥାନରେ ଦର୍ପଣ ରଖିଲେ କି...

ଡିଜିଟାଲ ଡ୍ରଗ ଡିଭାଇସ୍‌

କାର୍ଯ୍ୟବ୍ୟସ୍ତତା ଏବଂ ଅଧିକ କାର୍ଯ୍ୟ ଚାପ ଯୋଗୁଁ ଅନେକ ଆଜିକାଲି ମାନସିିକ ଚାପ (ମେଣ୍ଟାଲ ପ୍ରେସର)ର ସମ୍ମୁଖୀନ ହେଉଛନ୍ତି। ଯଦି ଆପଣ ଏପରି ପରିସ୍ଥିତିର ସମ୍ମୁଖୀନ...

Advertisement
Archives

Model This Week