Posted inଜାତୀୟ

କଣ୍ଟ୍ରାସେପଶନ ବ୍ୟବହାର କରୁନାହାନ୍ତି ୫୭% ଭାରତୀୟ

ନୂଆଦିଲ୍ଲୀ,୧।୧୨: ବିଶ୍ୱ ଏଡସ ଦିବସ ଅବସରରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୫୭ ପ୍ରତିଶତ ଭାରତୀୟ ଯୌନ ସମ୍ପର୍କ ସମୟରେ କଣ୍ଡୋମ ଭଳି କୌଣସି ପ୍ରକାର କଣ୍ଟ୍ରାସେପଶନ ବ୍ୟବହାର କରୁ ନାହାନ୍ତି। ଯାହା ଫଳରେ ସେମାନଙ୍କୁ ଯୌନ ସଂକ୍ରମିତ ରୋଗ ହୋଇପାରେ। ଭାରତୀୟ ସହରଗୁଡ଼ିକ ମଧ୍ୟରେ ଅହମ୍ମଦାବାଦରେ ଖୁବ୍‌ କମ୍‌ ଏବଂ ଦିଲ୍ଲୀ-ଏନ୍‌ସିଆରରେ ସର୍ବାଧିକ କଣ୍ଟ୍ରାସେପଶନ ବ୍ୟବହାର ହେଉଛି।

ଅଗରତାଲା, ବେଙ୍ଗାଲୁରୁ, ବରେଲି, ଭୋପାଳ, ମୁମ୍ବାଇ, ପାଟଣା, ଚେନ୍ନାଇ, ନୋଏଡା ଓ ବିଶାଖପାଟନମ ଭଳି ସ୍ଥାନରୁ ୨୫ ହଜାରରୁ ଊର୍ଦ୍ଧ ଭାରତୀୟଙ୍କ ମତକୁ ନେଇ ସ୍ବଚ୍ଛତା ଭିତ୍ତିକ (ହାଇଜିନ) ବ୍ରାଣ୍ଡ ପି ସେଫ ପକ୍ଷରୁ ସର୍ଭେ କରାଯାଇଥିଲା। ଦିଲ୍ଲୀରୁ ସର୍ବାଧିକ ୪,୯୮୦ ମତଦାତା ଭାଗ ନେଇଥିଲେ। ଅଂଶଗ୍ରହଣ କରିଥିବା ୭୦ ପ୍ରତିଶତ ମତଦାତାଙ୍କ ବୟସ ୧୯ରୁ ୨୯ ମଧ୍ୟରେ। ୨୫.୮ ପ୍ରତିଶତ ୩୦ରୁ ୪୯ ବୟସ ବର୍ଗ ହୋଇଥିବା ବେଳେ ୫୦ରୁ ୬୦ ବୟର କେବଳ ୧.୮ ପ୍ରତିଶତ ମତଦାତା ଭାଗ ନେଇଥିଲେ।

କେଉଁ ଭଳି କଣ୍ଡୋମ ବ୍ୟବହାର କରିବାକୁ ପସନ୍ଦ କରନ୍ତି? ଏହି ପ୍ରଶ୍ନର ଉତ୍ତରରେ ୫୬.୧୫ ପ୍ରତିଶତ ମତଦାତା ପୁରୁଷଙ୍କ ଲାଗି ବ୍ୟବହୃତ କଣ୍ଡୋମ ଓ ୭.୨୧% ମତଦାତା ମହିଳାଙ୍କ କଣ୍ଡୋମ ବ୍ୟବହାର କରିବାକୁ ପସନ୍ଦ କରୁଥିବା କହିଥିବା ବେଳେ ୪.୧୪% ମହିଳାଙ୍କ କଣ୍ଡୋମ ବିଷୟରେ କଦାପି ଶୁଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?