ନାଲ୍‌କୋରେ ଠିକା ଶ୍ରମିକଙ୍କ ଆନ୍ଦୋଳନ

ଦାମନଯୋଡି,୧୮ା୨(ଡି.ଏନ.ଏ.): ନବରତ୍ନ ଉଦ୍ୟୋଗ ନାଲକୋର ଦାମନଯୋଡି ପ୍ରକଳ୍ପରେ କାର୍ଯ୍ୟରତ ଠିକାଶ୍ରମିକଙ୍କ ପକ୍ଷରୁ ଶୁକ୍ରବାର ପ୍ଲାଣ୍ଟ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। କ୍ୟାଣ୍ଟିନ ଓ ଅତିରିକ୍ତ ଭତ୍ତା ବୃଦ୍ଧି, ଅବସରକାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ, ପଦୋନ୍ନତି ବ୍ୟବସ୍ଥା, କାରଖାନାରେ ଆଇନ ଅନୁଯାୟୀ ବିଭିନ୍ନ ଭତ୍ତା ଲାଗୁ କରିବା, ଶାରୀରିକ ଅକ୍ଷମତା ହେଲେ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବକୁ ଠିକା କର୍ମୀମାନେ ଦବି କରିଛନ୍ତି। ଶତାଧିକ ଶ୍ରମିକ ମାଥାଲପୁଟ ଶହୀଦ ଲକ୍ଷ୍ମଣ ନାୟକ ଛକରୁ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଯାଇ ପ୍ଲାଣ୍ଟ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡିକୁ ସମର୍ଥନ ଜଣାଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟ୍ଟାଙ୍ଗି ବିଧାୟକ ପୀତମ୍‌ ପାଢ଼ୀ,କୋରାପୁଟ ଜିଲା ପରିଷଦ ସଦସ୍ୟ ମିହିର କୁଳଦୀପ, ସେମିଳିଗୁଡା ଜିଲା ପରିଷଦ ସଦସ୍ୟ ମୋହନ ଜାନି, ମାଥାଲପୁଟ ସରପଞ୍ଚ ରଞ୍ଜିତା ଦିଶାରୀ, ଲିଟିଗୁଡା ସରପଞ୍ଚ ଅତ୍ରୁ ଜାନି, ଡୁମୁରିପଦର ସରପଞ୍ଚ ମନିଷା ହୁଇକା,ଚାରଙ୍ଗୁଲ ସମିତିସଭ୍ୟ ଶ୍ୟାମା ସାକିଆ, ସମାଜିକ କର୍ମୀ କୃଷ୍ଣ କୁଳଦୀପ, ଶାମ୍ବା ପାଙ୍ଗି, ଚୈତନ୍ୟ ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ। ୧୫ଦିନ ଭିତରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ର କରି ସିଏମଡିଙ୍କୁ ଘେରାଉ କରାଯିବ ବୋଲି ଶ୍ରମିକମାନେ କହିଛନ୍ତି। ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶିଲ ପାଢ଼ୀ ବିକ୍ଷୋଭ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଅନଗୋଳ ଓ ଦାମନଯୋଡିସ୍ଥିତ ନାଲକୋ ପ୍ରକଳ୍ପଗୁଡିକର ଠିକା ଶ୍ରମିକ,କର୍ମଚାରୀଙ୍କ ୭ଟି ସଂଗଠନକୁ ନେଇ ଗଠିତ ସମନ୍ବୟ କମିଟି ‘ନାଲକୋ ଠିକା ମଜଦୂର କୋର୍ଡିନେଶନ କମିଟି ପକ୍ଷରୁ ଏହି ଆନ୍ଦୋଳନ ହେଇଥିଲା। ଏଥିରେ ଥିବା ଦାମନଯୋଡିର ୬ଟି ସଂଗଠନ, ଦାମନଯୋଡି ଭାରି ଓ ହାଲୁକା ମୋଟର ଯାନ କର୍ମଚାରୀ ସଂଘ, ଆଲୁମିନା ମଜଦୂର ସଂଘ, ଠିକାଦାର କର୍ମଚାରୀ ସଂଘ, ନାଲକୋ ଠିକାଦାର କର୍ମଚାରୀ ସଂଘ, ନବନିର୍ମାଣ ଠିକା ଶ୍ରମିକ ସଂଘ ଓ ନାଲକୋ ମାସ୍‌ ଶ୍ରମିକ ସଂଘର ଶ୍ରମିକମାନେ ସାମିଲ ହୋଇଥିଲେ। କୋର୍ଡିନେଶନ କମିଟି ସାଧାରଣ ସମ୍ପାଦକ ବିଜୟ ବିହାରୀ ପାତ୍ରଙ୍କ ନେତୃତ୍ୱରେ ୬ଟି ସଂଗଠନର କର୍ମକର୍ତ୍ତା ଏଡବିନ ଖରା,କୁନା ଖରା,ସୁବାସ ଖରା, ଶ୍ୟାମ ଗୌଡ଼,ଜର୍ଜ ୱିଲସନ ମନୋଜ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?