ମାଟି ଅତଡ଼ା ଖସି ଶ୍ରମିକ ମୃତ: କ୍ଷତିପୂରଣଦାବି କରି ଧାରଣାରେ ବସିଲେ ସ୍ତ୍ରୀ

ମହାକାଳପଡ଼ା,୫।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ଗଗୁଆ ଗ୍ରାମସ୍ଥିତ ଆଇଓସିଏଲ୍‌ (ଭାରତୀୟ ତୈଳ ନିଗମ) ବିଟ୍‌ ହାଉସ୍‌ ପରିସର ମଧ୍ୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଏକ ଖାଲ ଖୋଳା ହେଉଥିବା ବେଳେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେଠାରେଥିବା ଅନ୍ୟ ୬ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଖଗେନ ମଣ୍ଡଳ (୫୫) । ସେ ସ୍ଥାନୀୟ ଗୁଲଦିଆ ଗ୍ରାମର ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ କ୍ଷତିପୂରଣ ଦାବିରେ ତାଙ୍କ ସ୍ତ୍ରୀ ସୀତାରାଣୀ ମଣ୍ଡଳ ଓ ପରିବାରଲୋକେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲ୍‌ ହେଲା ଦୂତିପଡା ପଞ୍ଚାୟତ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- ଖଜୁରିପଡା ବ୍ଲକ ଦୂତିପଡା ପଞ୍ଚାୟତକୁ ମଙ୍ଗଳବାର ସିଲ୍‌ କରାଯାଇଛି। ରାଜ୍ୟରେ ୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ...

ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି: ୭୦ ପ୍ରତିଶତ ପୋଲିସ କର୍ମଚାରୀ କରିବେ ଯାଞ୍ଚ

ଭୁବନେଶ୍ୱର ,୨୭।୨(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂର୍ବରୁ ଦିଆଯାଇଥିବା ୬ ମାସର ସମୟ ପୂରିଯାଇଥିବା ବେଳେ...

ଜିଓ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ: କୋଟି କୋଟି ଟଙ୍କାର ଜିଓ ସିନ୍ଥେଟିକ୍‌ ନଷ୍ଟ

ରାଜନଗର,୨୫।୮(ଡି.ଏନ୍‌.ଏ.): ବଙ୍ଗୋପସାଗର ନିକଟବର୍ତ୍ତୀ ୫୦ଟି ଗ୍ରାମକୁ ସମୁଦ୍ର ଢେଉରୁ ସୁରକ୍ଷା ଦେବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୩୬ କୋଟି ଟଙ୍କା ବ୍ୟୟରେ ଭାରତର ଦ୍ୱିତୀୟ...

ସର୍ଭେରେ ସୀମିତ ତାଳଚେର-ଗୋପାଳପୁର ରେଳପଥ

ଖଣ୍ଡପଡ଼ା,୧୫ା୯(ଅଜୟ କୁମାର ମହାରଣା): ତାଳଚେରରୁ ଖଣ୍ଡପଡ଼ା, ନୟାଗଡ଼ ଦେଇ ବ୍ରହ୍ମପୁର ଗୋପାଳପୁରକୁ ନୂତନ ବ୍ରଡ଼ଗେଜ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ...

ରତ୍ନଭଣ୍ଡାର ଅଳଙ୍କାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ପୁରୀ,୧୧ା୮(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି। ଭିତର ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ...

୭୬ ବର୍ଷର ବରକୁ ୪୬ର କନିଆଁ

ମୋହନା,୨୫ା୭(ମନ୍ମଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ (୭୬) ଏବଂ ଭଞ୍ଜନଗର କୁଲାଡ଼ ଗ୍ରାମର ସୁରେଖା ସାହୁ (୪୬)ଙ୍କ ବିବାହ...

ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ୬୦୦ ଚାରା ରୋପଣ

ରଣପୁର,୫।୮(ସ୍ବ.ପ୍ର.): ସ୍ବଚ୍ଛ ଓ ଉତ୍ତମ ପରିବେଶ ସ୍ଥାପନ ଲକ୍ଷ୍ୟରେ ଶ୍ମଶାନକୁ ସଫା କରି ଚାରା ରୋପଣ ପରେ ଏବେ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଏହି...

ଲୁହାପଥର ପରିବହନକୁ ନେଇ ବିବାଦ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ବେଆଇନ ଭାବରେ ଗଚ୍ଛିତଥିବା ଲୁହାପଥର ଗୁଣ୍ଡର ପରିବହନକୁ ନେଇ ବିବାଦ ଦେଖାଯାଇଛି। ଓଡ଼ିଶା ଖଣି ନିଗମ(ଓଏମ୍‌ସି)ପକ୍ଷରୁ ହୋଇଥିବା ନିଲାମ...

Advertisement
Archives

Model This Week